Advertisement
Article Detail0/zeeodisha/odisha2314278
Zee OdishaOdisha LifeStyle and Othersweekly horoscope: କେମିତି କଟିବ ଜୁଲାଇ ମାସର ପ୍ରଥମ ସପ୍ତାହ, ଏହି ସବୁ ରାଶି ପାଇଁ ରହିଛି ଘାତବାର

weekly horoscope: କେମିତି କଟିବ ଜୁଲାଇ ମାସର ପ୍ରଥମ ସପ୍ତାହ, ଏହି ସବୁ ରାଶି ପାଇଁ ରହିଛି ଘାତବାର

ସାପ୍ତାହିକ କ୍ୟାରିୟର ଏବଂ ଆର୍ଥିକ ରାଶିଫଳ ଅନୁଯାୟୀ, ଜୁଲାଇର ପ୍ରଥମ ସପ୍ତାହ ଅର୍ଥାତ୍ ଜୁଲାଇ ୧ରୁ 7, ୨୦୨୪ ସମୟ କେତେକ ରାଶି ଚିହ୍ନ ପାଇଁ ବିଶେଷ ଅଟେ। ଏହି ଲୋକମାନେ ଚାକିରିର ପଦୋନ୍ନତି, ନୂତନ ଚାକିରି ଅଫର କିମ୍ବା ୭ ଦିନ ମଧ୍ୟରେ ଦରମା ବୃଦ୍ଧି ପରି ଉପହାର ପାଇପାରିବେ। ତେବେ ଆସନ୍ତୁ ଜାଣିବା ଆଗାମୀ ସପ୍ତାହର ରାଶିଫଳ ସମ୍ପର୍କରେ...

weekly horoscope: କେମିତି କଟିବ ଜୁଲାଇ ମାସର ପ୍ରଥମ ସପ୍ତାହ, ଏହି ସବୁ ରାଶି ପାଇଁ ରହିଛି ଘାତବାର

weekly horoscope: ସାପ୍ତାହିକ କ୍ୟାରିୟର ଏବଂ ଆର୍ଥିକ ରାଶିଫଳ ଅନୁଯାୟୀ, ଜୁଲାଇର ପ୍ରଥମ ସପ୍ତାହ ଅର୍ଥାତ୍ ଜୁଲାଇ ୧ରୁ 7, ୨୦୨୪ ସମୟ କେତେକ ରାଶି ଚିହ୍ନ ପାଇଁ ବିଶେଷ ଅଟେ। ଏହି ଲୋକମାନେ ଚାକିରିର ପଦୋନ୍ନତି, ନୂତନ ଚାକିରି ଅଫର କିମ୍ବା ୭ ଦିନ ମଧ୍ୟରେ ଦରମା ବୃଦ୍ଧି ପରି ଉପହାର ପାଇପାରିବେ। ତେବେ ଆସନ୍ତୁ ଜାଣିବା ଆଗାମୀ ସପ୍ତାହର ରାଶିଫଳ ସମ୍ପର୍କରେ...

ମେଷ ରାଶି: ବ୍ୟବସାୟରେ ସମସ୍ୟା ଦୂର ହେବ। ଆୟ ବୃଦ୍ଧି ହେବ। ଧନ ଆସିବାରେ ସମସ୍ୟା ଦେଖାଦେଉଥିଲେ ତାହା ମଧ୍ୟ ଦୂର ହେବ। ରୋଜଗାରର ନୂଆ ପନ୍ଥା ଫିଟିବ। 

ବୃଷ ରାଶି: ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷାରେ ସଫଳତା ମିଳିବ। ରୋଜଗାର ପ୍ରାପ୍ତ ହେବ। ଧନ ସମ୍ପର୍କିତ କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟ କୁଶଳତା ପାଇଁ କ୍ୟାରିୟରରେ ସଫଳତା ସାଉଁଟିବେ। 

Add Zee News as a Preferred Source

ମିଥୁନ ରାଶି: ଉଧାର ରାଶି ଖୁବଶୀଘ୍ର ଫେରିପାଇବେ। ବିଦେଶରେ ଚାକିରି ଖୋଜୁଥିଲେ ତେବେ ଏହି ସ୍ୱପ୍ନ ପୁରଣ ହେବ। ପୈତୃକ ସମ୍ପତ୍ତିକୁ ନେଇ କିଛି ଦ୍ୱନ୍ଦ୍ୱ ବା କଳହ ଦେଖାଦେଇପାରେ। 

କର୍କଟ: ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିପାରେ। ବ୍ୟାଙ୍କ ଓ ସେୟାର ବଜାରରୁ ଧନପ୍ରାପ୍ତି ହେବାର ସୁଯୋଗ ରହିଛି। ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ଦେଖାଦେଇପାରେ। ଯାହା ପାଇଁ ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। 

ସିଂହ ରାଶି: ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହଯୋଗ ମିଳିବାର ସମ୍ଭାବନା ରହିଛି। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ହଟାତ ଆପଣଙ୍କ ପାଇଁ ଏକ ବଡ଼ ଖର୍ଚ୍ଚର ସାମ୍ନା କରିପାରନ୍ତି। ଆର୍ଥିକ ସ୍ଥିତି ବିଗିଡି ପାରେ। 

କନ୍ୟା ରାଶି: ବିଳାସମୟ ବସ୍ତୁ କିଣିପାରନ୍ତି। ବ୍ୟବସାୟରେ ଆସୁଥିବା ବାଧା ଦୂର ହେବ। ପାରିବାରିକ ଜୀବନରେ ଧନ ଖର୍ଚ୍ଚ ହୋଇପାରନ୍ତି।

ତୁଳା ରାଶି: ବେରୋଜଗାରୀଙ୍କୁ ନୂଆ ଚାକିରି ମିଳିପାରେ। ଆର୍ଥିକ ସ୍ଥିତି ମଜବୁତ ହୋଇପାରେ। ନୂଆ ଜମି କିଣିପାରନ୍ତି। 

ବିଛା ରାଶି: ରେସ୍ତୋରାଁ କିମ୍ବା ହୋଟେଲ କାରବାର ଆରମ୍ଭ କରିପାରନ୍ତି। ବ୍ୟବସାୟରୁ ବଡ଼ ଲାଭ ଉଠାଇପାରିବେ। ସେୟାର ବଜାରରୁ ବଡ଼ ଲାଭ ମିଳିପାରେ। ପିଲାଙ୍କ ପଢା ବାବଦରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ଧନୁ ରାଶି: ସମ୍ପତି ସହିତ ଜଡ଼ିତ କିଛି ଆଇନଗତ ଲଢେଇରେ ବିଜୟ ଲାଭ କରିପାରନ୍ତି। ସମ୍ପତ୍ତି କିଣାବିକାରେ ଧନ ଲାଭ ହୋଇପାରେ। ଔଷଧ ବ୍ୟବସାୟ ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ବଡ଼ ଲାଭ ମିଳିପାରେ। ଧାର୍ମିକ ଯାତ୍ରାରେ ବାହାରି ପାରନ୍ତି।

ମକର ରାଶି: ନୂଆ ଘର ତିଆରି ଆରମ୍ଭ କରିପାରନ୍ତି। ଏଥିପାଇଁ ଏକ ବଡ଼ ଧରଣର ଖର୍ଚ୍ଚାନ୍ତ ହୋଇପାରନ୍ତି। ଆୟରେ ବୃଦ୍ଧି ଘଟିପାରେ। ବ୍ୟବସାୟରେ କିଛି ବଡ଼ ପଦକ୍ଷେପ ନିଅନ୍ତୁ ନାହିଁ। ବୁଝିବିଚାରି ନିବେଶ କରନ୍ତୁ।

କୁମ୍ଭ ରାଶି: ଇମ୍ପୋର୍ଟ-ଏକ୍ସପୋର୍ଟ କାମରେ ଧନ ଲାଭ ହେବାର ସମ୍ଭାବନା ରହିଛି। ଅନାବଶ୍ୟକ ବସ୍ତୁ କିଣିବାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ବଜେଟ ଅନୁସାରେ ଚଳନ୍ତୁ। ଆର୍ଥିକ ସ୍ଥିତି ମଜବୁତ ହେବ।  

ମୀନ ରାଶି: ନୂଆ ବାହନ କିଣିପାରନ୍ତି। କମିଶନି ବ୍ୟବସାୟରେ ଜଡ଼ିତ ବ୍ୟକ୍ତିବିଶେଷ ଲାଭରେ ରହିପାରନ୍ତି। ନୂଆ ଚାକିରି ଖୋଜୁଥିବା ଯୁବକଙ୍କୁ ସଫଳତା ମିଳିବ। 

Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।

About the Author