Today Top 10 News Headlines: H1. Kanchanjungha Express Accident: ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଏପର୍ଯ୍ୟନ୍ତ ଟ୍ରେନ୍ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପଛରୁ କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଇଥିବା ମାଲବାହୀ ଟ୍ରେନର ଉଭୟ ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସମ୍ପର୍କରେ ରେଳବାଇ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ଜୟା ବର୍ମା ସିହ୍ନା ଏକ ବଡ଼ ବୟାନ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

H2. Group Clash Erupts In Balasore: ବାଲେଶ୍ୱରରେ  ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ଦେଖିବାକୁ ମିଳିଛି। ଶୂନହଟ ଛକ ନିକଟରେ ଦୁଇ ଭିନ୍ନ ଭିନ୍ନ ସମ୍ପ୍ରଦାୟ ଭିତରେ ଗଣ୍ଡଗୋଳ ସୃଷ୍ଟି ହେବାରୁ ପୁଲିସ ମୁତ୍ତୟନ କରାଯାଇଛି। ଘଟଣା ଉପରା କଡ଼ା ନଜର ରଖିଛି ଜିଲ୍ଲା ପ୍ରଶାସନ। ଆଜି ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଇଦ୍‍ ପର୍ବ ପାଳନ କରାଯାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠାରେ ୧୪୪ ଧାରା ମଧ୍ୟ ଲାଗୁ କରାଯାଇଛି।


H3. Newly-Elected Odisha MLAs To Take Oath From Tomorrow: ନବ ନିର୍ବାଚିତ ବିଧାୟକମାନେ ଆସନ୍ତା କାଲି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ।  ବିଧି ଅନୁସାରେ କାମଚଳା ବାସସ୍ପତି ଏହି ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ଏଥିପାଇଁ ଗୃହର ବରିଷ୍ଠ ବିଧାୟକ ତଥା ବିଜେଡି ନେତା ଓ ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଚୟନ କରାଯାଇଛି। ତାଙ୍କୁ ରାଜ୍ୟପାଳ ରଘୁବର ଦାସ  ପୂର୍ବରୁ ଶପଥପାଠ କରାଇଛନ୍ତି। ଶପଥ ପାଠ ପରେ ଗୃହର ସମସ୍ତ ସଦସ୍ୟ ସର୍ବ ସମ୍ମତି କ୍ରମରେ ବାଚସ୍ପତିଙ୍କୁ ଚୟନ କରିବେ। ବାଚସ୍ପତି ଚୟନ ଲାଗି ୨୦ ତାରିଖକୁ ନିର୍ଘଣ୍ଟ କରାଯାଇଛି।


H4. Odisha School Reopening: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଲକ୍ଷ୍ୟ କରି ନିର୍ଦ୍ଧାରିତ ତାରିଖରେ ସ୍କୁଲ୍‍ ଖୋଲିବ ନା ନାହିଁ, ସେ ବିଷୟରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ। ଯେଉଁ ସ୍ଥାନରେ ଅଧିକ ତାପମାତ୍ରା ଓ ହସହ୍ୟ ଗୁଳୁଗୁଳି ରହିଛି ସେଠାରେ  ଚାହିଁଲେ ଜିଲ୍ଲାପାଳମାନେ ସ୍କୁଲ୍‍ ଛୁଟି ଘୋଷଣା କରିପାରିବେ। ପୁଣି ପାଗ ଅନୁକୂଳ ଅଞ୍ଚଳରେ ସକାଳ ସାଢ଼େ ୬ଟାରୁ ସେଢ଼େ ୧୦ଟାଯାଏ ସ୍କୁଲ୍‍ ଖୋଲିବ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଏହା କୁହାଯାଇଥିଲେ ମଧ୍ୟ କେଉଁ ଜିଲ୍ଲାରେ ସ୍କୁଲ୍‍ ଖୋଲିବ ଆଉ କେଉଁଠି ବନ୍ଦ ତାହା ସ୍ପଷ୍ଟ ହୋଇପାରି ନାହିଁ।  


H5. Odisha weather update: ଅସହ୍ୟ ତାତି ଓ ଗୁଳୁଗୁଳିରୁ ମିଳିଛି ମୁକ୍ତି। ଭୁବନେଶ୍ବରରେ ଅପରାହ୍ନରେ ହୋଇଛି ବର୍ଷା ସାଙ୍ଗକୁ ବିଜୁଳି, ପବନ ସହ ଘଡ଼ଘଡି।  ଯାହା ରାଜଧାନୀବାସୀଙ୍କୁ ସାମାନ୍ୟ ତାତିରୁ ଆଶ୍ବସ୍ତି ଦେଇଛି।  ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଆଉ ୨ ଜିଲ୍ଲାକୁ ୩ ଘଣ୍ଟା ପାଇଁ ଆଲର୍ଟ ଜାରି କରିଛି। ସେପଟେ, କେବଳ ରାଜଧାନୀ ନୁହେଁ, ରାଜ୍ୟର ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇଛି ।


H6. Rahul Gandhi To Give Up Wayanad Seat: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ସୋମବାର ଦିନ (୧୭ ଜୁନ୍) ଘୋଷଣା କରିଛନ୍ତି ଯେ ରାହୁଲ ଗାନ୍ଧୀ କେରଳର ୱାୟନାଡ ଲୋକସଭା ଆସନ ଛାଡି ରାଏ ବରେଲିର ସାଂସଦ ରହିବେ। ଏହା ସହିତ ଖଡ୍ଗେ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ୱାୟାନାଡରୁ ନିର୍ବାଚନ ଲଢ଼ିବେ।


H7. Jharkhand Maoist Encounter: ଝାଡଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ମାଓବାଦୀ ନିହତ। ଏହା ସହିତ ଦୁଇ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ। ନିହତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା  ରହିଥିବା ସୂଚନା ରହିଛି। ସେହିପରି ଗିରଫଙ୍କ ମଧ୍ୟରେ ମଧ୍ୟ ଜଣେ ମହିଳା ରହିଥିବା ସୂଚନା ରହିଛି। ଏବେବି ଚାଲିଛି ସର୍ଚ୍ଚ ଅପରେସନ ।


H8. State Assembly elections 2024: ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ଏକ ଗୁରୁ ଦାୟିତ୍ୱ ଦେଇଛି। କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିବା ସହ ସେ ହରିୟାଣାର ନିର୍ବାଚନ ପ୍ରଭରୀ ଭାବେ ଦାୟିତ୍ୱ ତୁଲାଇବେ। ସେହିପରି ରାଜ୍ୟସଭା ସାଂସଦ ତଥା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମହାରାଷ୍ଟ୍ର ନିର୍ବାଚନର ସହପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଦୁଇ ରାଜ୍ୟରେ ବିଜେପି ଲୋକସଭା ନିର୍ବାଚନରେ ବ୍ୟାପକ ବିପର୍ଯ୍ୟୟ ଲକ୍ଷ୍ୟ କରିଛି।


H9. PM Kisan 17th installment: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦେଶର କୋଟି କୋଟି କୃଷକଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୭ତମ କିସ୍ତି ଟ୍ରାନ୍ସଫର କରିବେ। ଏଥର ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରାଣାସୀରୁ କୃଷକ ମାନଙ୍କ ଆକାଉଣ୍ଟକୁ ଏହି କିସ୍ତି ରିଲିଜ୍ କରିବେ। କୃଷକ ଭାଇମାନେ ଏହି କିସ୍ତି ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ, ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି।


H10. Jonty Rhodes to be India's next fielding coach: ଭେଟେରାନ୍ ଜଣ୍ଟି ରୋଡସ୍ ଟିମ୍ ଇଣ୍ଡିଆର ନୂତନ ଫିଲ୍ଡିଂ କୋଚ୍ ହୋଇପାରନ୍ତି। ତେବେ ସେ ଏପର୍ଯ୍ୟନ୍ତ ଏକ ଆନୁଷ୍ଠାନିକ ଅଫର ପାଇନାହାଁନ୍ତି। କିନ୍ତୁ ସେ ଗୌତମ ଗମ୍ଭୀରଙ୍କ କୋଚିଂ ଟିମରେ ଏକ ଅଂଶ ହୋଇପାରନ୍ତି ବୋଲି କୁହାଯାଉଛି, ଯିଏ ମୁଖ୍ୟ କୋଚ୍ ରେସରେ ଆଗରେ ଅଛନ୍ତି।