Top 10 News: ଓଡ଼ିଶାରେ ଏନ୍‍ଆଇଏ ଟିମ୍‍ ଏବଂ ଏଇ ମୁହୂର୍ତ୍ତର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2393637

Top 10 News: ଓଡ଼ିଶାରେ ଏନ୍‍ଆଇଏ ଟିମ୍‍ ଏବଂ ଏଇ ମୁହୂର୍ତ୍ତର ୧୦ ପ୍ରମୁଖ ଖବର

Top 10 News Today: ଅନୁସୂଚିତ ଜାତି ଜନଜାତିଙ୍କ ସଂରକ୍ଷଣ କ୍ଷେତ୍ରରେ ଉପବର୍ଗ ବ୍ୟବସ୍ଥା ସୃଷ୍ଟି ପାଇଁ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଆଜି ସାରା ଦେଶରେ ଦେଖିବାକୁ ମିଳିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର।

 

Top 10 Afternoon Headlines

Top 10 Afternoon Headlines:  H1.Bharat Bandh: ଅନୁସୂଚିତ ଜାତି ଜନଜାତିଙ୍କ ସଂରକ୍ଷଣ କ୍ଷେତ୍ରରେ ଉପବର୍ଗ ବ୍ୟବସ୍ଥା ସୃଷ୍ଟି ପାଇଁ ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ବିରୋଧ କରି ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଆଜି ସାରା ଦେଶରେ ଦେଖିବାକୁ ମିଳିଛି। ସକାଳ ୬ଟାରୁ ସାଧାରଣ ଯାତାୟତ ଏହାଦ୍ୱାରା ପ୍ରଭାବିତ ହୋଇଛି। ବିଶେଷକରି ରେଳ ଏବଂ ବସ୍‍ ଚଳାଚଳ ପ୍ରଭାବିତ ହୋଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍‍ୱାରା ଅଣ ସଂରକ୍ଷିତ ବର୍ଗ ଲାଭାନ୍ୱିତ ହେବେ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। 

H2. Odisha Increases allocation for MDM: ରାଜ୍ୟର ପ୍ରାୟ ୪୫ ଲକ୍ଷ ସ୍କୁଲ ଯାଉଥିବା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯେଗାଇବା ପାଇଁ ସହାୟତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ସରକାର ପ୍ରତି ଶିଶୁ ପିଛା ଏକ ଟଙ୍କା ଅଧିକ ମଧ୍ୟାହ୍ନ ଭୋଜନ ବାବଦକୁ ଖର୍ଚ୍ଚ କରିବେ। ଏହାଦ୍ୱାରା ପିଲାଙ୍କ ଖାଦ୍ୟରେ ଗୁଣାତ୍ମକ ମାନକୁ ଅଧିକ ବୃଦ୍ଧି କରାଯାଇପାରିବ। ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ବାବଦରେ ସୂଚନା ଦେଇଛନ୍ତି।

H3. NIA to investigate SIM box Case: ଗଲା କିଛିଦିନ ହେଲା ସିମ୍‍ ବକ୍ସ ଜବତକୁ ନେଇ ପୁଲିସ ବିଭାଗ ବଡ଼ ଧରଣର ଆତଙ୍କବାଦୀ ସଂଯୋଗକୁ ଇଙ୍ଗିତ କରୁଥିବା ବେଳେ ଆଜି ଜାତୀୟ ତଦନ୍ତ ସଂସ୍ଥା ଏନ୍‍ଆଇଏ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି। ଏକ ଦଳ ଭୁବନେଶ୍ୱରରେ ପହଞ୍ଚି ‘ସିମ୍‍ ବକ୍ସ’  ସ୍ଥାପନର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ମୂଳ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଏନ୍‍ଆଇଏ ତଦନ୍ତ କରିବ ବୋଲି ଜଣାପଡ଼ିଛି। 

H4. Mamata Mahanta Files Nomination: ଆଜି ପ୍ରାର୍ଥୀର ପତ୍ର ଦାଖଲର ଶେଷ ଦିନରେ ବିଧାନସଭାର ରିଟର୍ଣ୍ଣିଂ ଅଧିକାରୀଙ୍କପାଖରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ମମତା। ତାଙ୍କ ପାଇଁ ପ୍ରସ୍ତାବକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝି, ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ପ୍ରଭାରୀ ବିଜୟସିଂହ ତୋମାର ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଯେହେତୁ ବିଜେପି ଏବେ ବିଧାନସଭାରେ ସଂଖ୍ୟା ଗରିଷ୍ଠ ରହିଛି, ଏଣୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସମ୍ଭାବନା ରହିଛି।

H5. Assembly updates: ବିଧାନସଭାର କାର୍ଯ୍ୟ ଆଜିବି ବିରୋଧୀ ଦଳଙ୍କ ପ୍ରଦର୍ଶନ ଯୋଗୁଁ ବାଧାପ୍ରାପ୍ତ ହୋଇଛି। ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାବଗୁ ଆସିବା ଦ୍ୱାରା ପ୍ରଶ୍ନୋତ୍ତର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶାସକ ଦଳ ଏହାକୁ ନେଇ ଉଦ୍‍ବେଗ ପ୍ରକାଶ କରିଛି। ରାଜ୍ୟରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନ ବିରୋଧୀ ଦଳ ନୋଟିସ ଦେଉଛନ୍ତି ତାହାକୁ ଗ୍ରହଣ କରି ଆଲୋଚନା ପାଇଁ ଆମେ ପ୍ରସ୍ତୁତ ରହିଲେ ମଧ୍ୟ ବିରୋଧୀ ହଟ୍ଟଗୋଳ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶାସକ ଦଳ। 

H6. 9 Arrested in Puri Murder case: ଗତ ୧୯ ତାରିଖ ଦିନ ପୁରୀରେ ଘଟିଥିବା ହତ୍ୟାକାଣ୍ଡରେ ୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଭିତରୁ ୭ ଜଣ ନାବାଳକ ବୋଲି ପୁରୀ ଏସ୍‍ପି ପିନାକ ମିଶ୍ର କହିଛନ୍ତି। ଦୀନେଶ ଖୁଣ୍ଟିଆଙ୍କ ହତ୍ୟାର ପ୍ରତିଶୋଧ ସ୍ୱରୂପ ହରିହର ସାହୁଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ଏହି ହତ୍ୟା କାଣ୍ଡରେ ଦୀନେଶ ଖୁଣ୍ଟିଆଙ୍କ ବାପା ଓ ଭାଇଙ୍କୁ ଗିରଫ କରାଯାଇଛି। 

H7. Modi in Poland: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇଦିନିଆ ପୋଲାଣ୍ଡଗସ୍ତରେ ରହିଛନ୍ତି। ଏହି ୟୁରୋପୀୟ ଦେଶକୁ ଭାରତୀୟ ସଂମ୍ପର୍କର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପ୍ରଧାନମନ୍ତ୍ରୀ ବୟାନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପୋଲାଣ୍ଡରେ ପାରମ୍ପରିକ ଭାବେ ସ୍ୱାଗତ କରାଯାଇଛି। ଆସନ୍ତା କାଲି ବିଭିନ୍ନ ବୈଠକରେ ଯୋଗ ଦେବା ପରେ ପୋଲାଣ୍ଡରୁ ୟୁକ୍ରେନଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଏହା କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନଗସ୍ତ ହେବ ବୋଲି କୁହାଯାଇଛି। 

H8. Electricity for all by September: ସେପ୍ଟମ୍ବର ସୁଦ୍ଧା ରାଜ୍ୟର ସମସ୍ତ ପରିବାରକୁ ବିଜୁଳି ସଂଯୋଗ କରାଯିବ। ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ସରକାର ଏ ନେଇ ବଣ୍ଟନ କମ୍ପାନୀମାନଙ୍କୁ ୪୧୫ କୋଟି ଟଙ୍କା ଆବଣ୍ଟନ କରିଥିବା କହିଛନ୍ତି ଶ୍ରୀ ସିଂହଦେଓ। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। 

H9. Health services hit as protests continue: କୋଲକତା ଆରଜି କଲେଜରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା  ଘଟଣାକୁ କେନ୍ଦ୍ର କରି ଦେଶରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି। ଏହାଦ୍ୱାରା ସ୍ୱସ୍ଥ୍ୟସେବା ବ୍ୟାହତ ହୋଇଛି। ଅପରପକ୍ଷେ ସିବିଆଇ ଏହି ଘଟଣାର ତଦନ୍ତ କ୍ରମେ ପୂର୍ବତନ ଅଧ୍ୟକ୍ଷଙ୍କୁ ପଚରା ଉଚରା ଆରମ୍ଭ କରିଛି। 

H10. Grand Welcome to Hockey team in Odisha:  ଭୁବନେଶ୍ୱର ବିମାନ ବନ୍ଦରରେ ଭାରତୀୟ ହକି ଟିମ୍‍କୁ ଭବ୍ୟ ସ୍ୱାଗତ କରାଯାଇଛି। ପ୍ୟାରିସ ଅଲମ୍ପିକ୍ସରେ ପଦକ ବିଜେତା ଭାରତୀୟ ହକି ଦଳର ପ୍ରୟୋଜକ ହୋଇଛି ଓଡ଼ିଶା। ଏଣୁ ଓଡ଼ିଶା ମାଟି ଛୁଇଁବା କ୍ଷଣି ଖେଳାଳିଙ୍କୁ ଣୋଡ୍‍ ଶୋ’ କରାଯାଇ କଳିଙ୍ଗ ଷ୍ଟାଡିୟମ ନିଆଯାଇଥିଲା। ସନ୍ଧ୍ୟା ସାଢ଼େ ପାଞ୍ଚଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତି ଖେଳାଳିଙ୍କୁ ସମ୍ବର୍ଦ୍ଧନା କରିବେ।

Also Read: High Court: ନାବାଳିକାକୁ ପିଛା କରିବା ଏବଂ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡ଼ନ ସହ ସମାନ, HC ଦେଲେ ବଡ ରାୟ

Also Read: Bharat Bandh: ଭାରତ ବନ୍ଦରେ ଲାଠି ଚାର୍ଜ କରୁବାକୁ ଯାଇ SDM କୁ ମଧ୍ୟ ପିଟି ପକାଇଲା ପୋଲିସ, ଦେଖନ୍ତୁ ଭିଡିଓ