ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ୱାରା ନିୟମିତ ଟିକେଟ୍ ଯାଞ୍ଚ
Advertisement
Article Detail0/zeeodisha/odisha2393857

ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ୱାରା ନିୟମିତ ଟିକେଟ୍ ଯାଞ୍ଚ

Railway: ପ୍ରାଧିକୃତ ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନକରି ଟିକେଟ୍ ଯାଞ୍ଚ କରିବାକୁ ସେ, ଟିକେଟ୍ ଯାଞ୍ଚ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ୱାରା ନିୟମିତ ଟିକେଟ୍ ଯାଞ୍ଚ

ଭୁବନେଶ୍ଵର: ଟ୍ରେନ୍ ମାଧ୍ୟମରେ ଟିକେଟ୍ ବିହୀନ ଏବଂ ଅନିୟମିତ ଟିକେଟ୍ ଯାତ୍ରାକୁ ପ୍ରତିବାଦ କରିବା ପାଇଁ, ଖୋର୍ଦ୍ଧାରୋଡ୍ ରେଳ ମଣ୍ଡଳ ଦ୍ୱାରା ବିଭିନ୍ନ ରେଳ ଷ୍ଟେସନ ଏବଂ ଟ୍ରେନ ଗୁଡ଼ିକ ରେ ନିୟମିତ ଟିକେଟ୍ ଯାଞ୍ଚ ଅଭିଯାନ ଆରମ୍ଭ କରା ଯାଇଛିI ଖୋର୍ଦ୍ଧାରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଏଚ୍ ଏସ ବାଜ୍ଵା ଏହି ଟିକେଟ୍ ଯାଞ୍ଚ ଅଭିଯାନକୁ ନଜର ରଖିଚୋନ୍ଥି, ତେଣୁ ପ୍ରକୃତ ଟିକେଟ୍ ଧାରୀ ଯାତ୍ରୀମାନଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା। ପଟିଆ ପାସେଞ୍ଜର ହଲ୍ଟ ଏବଂ ବାରଙ୍ଗ ରେଳ ଷ୍ଟେସନରେ ଚାଲିଥିବା ଏକ ଆମ୍ବୁଶ୍ (ଅଚାନକ) ଟିକେଟ୍ ଯାଞ୍ଚ ସମୟରେ 252ଟି ବିନା ଟିକେଟ୍ ଏବଂ ଅନିୟମିତ ଟିକେଟ୍ ଯାତ୍ରୀଙ୍କୁ ଚିହ୍ନଟ ହୋଇଥିଲେ ଏବଂ ଏହି ଯାତ୍ରୀମାନଙ୍କଠାରୁ ଭଡା ସହିତ ଜୋରିମାନା ଆକାର ରେ 67,435 ଟଙ୍କା ସଂଗ୍ରହ କରାଯାଇଥିଲା।

ବାରଙ୍ଗ ରେଳ ଷ୍ଟେସନରେ ଆମ୍ବୁଶ୍ ଟିକେଟ୍ ଯାଞ୍ଚ ସମୟରେ ଏଚ୍ ଏସ ବାଜ୍ଵା, ଡିଆରଏମ୍, ଖୋର୍ଦ୍ଧାରୋଡଡ୍ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣୀଜ୍ୟ ପ୍ରବନ୍ଧକ, ଅନୀଲ କୁମାର ଏସ୍, ସହିତ ବ୍ୟକ୍ତିଗତ ଭାବରେ ଉପସ୍ଥିତ ଥିଲେ। ପ୍ରାଧିକୃତ ଯାତ୍ରୀମାନଙ୍କୁ କୌଣସି ଅସୁବିଧା ନକରି ଟିକେଟ୍ ଯାଞ୍ଚ କରିବାକୁ ସେ, ଟିକେଟ୍ ଯାଞ୍ଚ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସମୟରେ କୌଣସି ପ୍ରକାର ଅସୁବିଧା ର ସମ୍ମୁଖୀନ ନହେବା ପାଇଁ ଉପଯୁକ୍ତ ଟିକେଟ୍ / ପ୍ରାଧିକରଣ ସହିତ ଟ୍ରେନରେ ଯାତ୍ରା କରିବା ପାଇଁ ଅନୁରୋଧ କରିଛନ୍ତି।