Top 10 News: ୨୦୨୭ ସୁଦ୍ଧା ରାଜଧାନୀରେ ଚାଲିବ ମେଟ୍ରୋ, ତାରାତାରିଣୀ ମନ୍ଦିରରେ ବଡ଼ ଧରରଣର ଚୋରି, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Top 10 News Headlines: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ ବିଦେଶ ଗସ୍ତରେ ଯାଇପାରନ୍ତି। ଇନଭେଷ୍ଟର୍ସ ମିଟ୍ ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବେ। ଆସନ୍ତା ୧୮ ତାରିଖରୁ ତିନି ପାଇଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଗସ୍ତ କରିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Top 10 News Headlines 6th November 2024: H1. 'Mo Bus' speed limit set to 40 km/h in Bhubaneswar: ମୋ ବସ ଦ୍ଵାରା ଏକାଧିକ ଦୁର୍ଘଟଣା ହେବା ପରେ ନଗର ଉନ୍ନୟନ ବିଭାଗ ଏହାକୁ ଗୁରୁତର ସହ ନେଇଛି । ଏଣିକି ସହର ଭିତରେ ବୁଲୁଥିବା ମୋ’ ବସ୍ର ବେଗ ୪୦ କିଲୋମିଟରରୁ ଅଧିକ ରହିବ ନାହିଁ। ଯେଉଁ ବସ୍ ଗୁଡ଼ିକ ବାହାରକୁ ଯାଉଛି, ତାହାର ସର୍ବାଧିକ ବେଗ ୫୦ କିଲୋମିଟର ରହିବ। ଏହି ନିର୍ଦ୍ଦେଶକୁ ଯଥାଶୀଘ୍ର ଲାଗୁ କରିବା ପାଇଁ କୁହାଯାଇଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।
H2. Bhubaneswar Metro Rail Project To Be Completed By 2027: ୨୦୨୭ ସୁଦ୍ଧା ରାଜଧାନୀରେ ମେଟ୍ରୋ ପ୍ରକଳ୍ପ କାମ ସରିବ। ଭୂମିଠାରୁ ୧୩ ମିଟର ଉପରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ତେବେ ରାଜମହଲ, ଜୟଦେବ ବିହାର ଓଭରବ୍ରିଜ ତଥା ବାରଙ୍ଗ ରେଲୱେ ଲାଇନ୍ ଉପରେ ଏହାର ଉଚ୍ଚତା ଅଧିକ ରହିବ। ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମେଟ୍ରୋ ଚଳାଚଳ କରିବ। ଆଜି ଏନେଇ ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
H3. Major Theft at Tara Tarini Temple: ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାର ଏକ ପର୍ଯ୍ୟଟନ କ୍ଷେତ୍ରଭାବେ ପରିଚିତ ତାରାତାରିଣୀ ମନ୍ଦିରରେ ବଡ଼ ଧରରଣର ଚୋରି ହୋଇଛି। ଦୁର୍ବୃତ୍ତ ତାଲା ଭାଙ୍ଗି ମା’ଙ୍କ ଗହଣା, ଛତ୍ରୀ, ମୁକୁଟ ସହ ହୁଣ୍ଡିରୁ ନଗଦ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୂଚନା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
H4. Godabarish Mishra Model Primary School Scheme: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ।
H5. Odisha Civil Services Examination 2023: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ)ର ପ୍ରାରମ୍ଭିକ(ପ୍ରିଲିମ୍) ପରୀକ୍ଷା ଆସନ୍ତା ଡିସେମ୍ବର ମାସ ୧୫ ତାରିଖରେ ଅନୁଷ୍ଠିତ ହେବ। ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି) ପକ୍ଷରୁ ଏ ନେଇ ଏକ ନୋଟିଫିକେସନ୍ ଜାରି କରାଯାଇଛି। ଓପିଏସସି ତରଫରୁ ଜାରି ହୋଇଥିବା ନୋଟିଫିକେସନ୍ ଅନୁଯାୟୀ ୧୫ ଡିସେମ୍ବର ୨୦୨୪ (ରବିବାର) ଦିନ ଏହି ପରୀକ୍ଷା ହେବ।
H6. PM Modi congratulte donald trump: ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଏହି ଅବସରରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟ୍ରମ୍ପ ପୂର୍ବରୁ ୨୦୧୬ ରେ ଡେମୋକ୍ରାଟ୍ ନେତା ହିଲାରୀ କ୍ଲିଣ୍ଟନଙ୍କ ବିପକ୍ଷରେ ଜିତିଥିଲେ, କିନ୍ତୁ ୨୦୨୦ ରେ ଜୋ ବାଇଡେନଙ୍କ ବିରୋଧରେ ନିର୍ବାଚନରେ ହାରି ଯାଇଥିଲେ। ବର୍ତ୍ତମାନ ସେ ଦ୍ୱିତୀୟ ଥର ପାଇଁ ଆମେରିକାର ଶୀର୍ଷ ପଦବୀରେ ବସିବେ।
H7. Rahul Gandhi Citizenship Issue: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ପ୍ରସଙ୍ଗରେ ସିବିଆଇ ତଦନ୍ତ କରୁଛି। ବୁଧବାର ଦିଲ୍ଲୀ ହାଇକୋର୍ଟଙ୍କୁ ଏହି ସୂଚନା ଦିଆଯାଇଛି। କୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟରେ ମଧ୍ୟ ଏକ ପିଆଇଏଲ ଦାଖଲ କରାଯାଇଛି, ଯାହାର ଶୁଣାଣି ଚାଲିଛି। ଏ ସମ୍ପର୍କରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଉପରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି।
H8. Cabinet approves Rs 10700 crore equity infusion for FCI: ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଫସିଆଇ) ର ସରକାରୀ କ୍ରୟକୁ ଆର୍ଥିକ ଦୃଷ୍ଟିରୁ ଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ୧୦,୭୦୦ କୋଟି ଟଙ୍କା ନିବେଶ କରିବେ। ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ ବ୍ୟାପାର ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।
H9. FIR lodged against Mithun Chakraborty: ହେଟ୍ ସ୍ପିଚ୍ ଅଭିଯୋଗରେ ଅଭିନେତା-ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ବିରୋଧରେ କୋଲକାତାର ବିଧାନନଗର ପୋଲିସ ଦ୍ୱାରା ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଗତ ମାସରେ ଉତ୍ତର ୨୪ ପରଗଣା ଜିଲ୍ଲାରେ ଏକ ପାର୍ଟି କାର୍ଯ୍ୟକ୍ରମରେ ମିଥୁନ ଚକ୍ରବର୍ତ୍ତୀ ଏକ ହେଟ୍ ସ୍ପିଚ୍ ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂତ୍ର ଅନୁଯାୟୀ, ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ ୨୭ ଅକ୍ଟୋବରରେ ସଲ୍ଟ ଲେକ୍ ଅଞ୍ଚଳର EZCC ଠାରେ ବିଜେପି କାର୍ଯ୍ୟକ୍ରମରେ ଦେଇଥିବା ଭାଷଣ ସହିତ ସମ୍ପୃକ୍ତ, ଯାହା ଆଧାରରେ ପୋଲିସ ଏହି ମାମଲା ପଞ୍ଜୀକୃତ କରିଛି।
H10. Shreyas Iyer slams his 15th century in First-Class cricket: ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ବର୍ତ୍ତମାନ ଟିମ୍ ଇଣ୍ଡିଆର ଅଂଶ ହୋଇନପାରନ୍ତି କିନ୍ତୁ ସେ ବ୍ୟାଟ୍ ସହିତ କ୍ରମାଗତ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ ଟେଷ୍ଟ ଦଳ ପାଇଁ ମଧ୍ୟ ନିଜ ଦାବି ଜୋର୍ କରୁଛନ୍ତି। ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳୁଥିବା ଶ୍ରେୟସ୍ ଆୟର ବୁଧବାର ଦିନ ଓଡି଼ଶା ବିପକ୍ଷ ମ୍ୟାଚରେ ଏକ ଶତକ ମାରିଛନ୍ତି।