H1. Naveen Patnaik Resigned: ନବୀନ ଯୁଗର ଘଟିଲା ଅନ୍ତ। ଆଜି (୫ ଜୁନ୍) ରାଜ୍ୟପାଳଙ୍କୁ ଭେଟି ନବୀନ ପଟ୍ଟନାୟକ ଇସ୍ତଫା ପତ୍ର ଦେଇଛନ୍ତି। ଦଳର ପରାଜୟ ପରେ ସେ ଇସ୍ତଫା ଦେଇଛନ୍ତି। ୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ। ଏହା ପର ଠାରୁ ଲଗାତାର ୫ଥର ସେ ମୁଖ୍ୟମନ୍ତ୍ରୀ ରହି ଆସିଥିଲେ। 


COMMERCIAL BREAK
SCROLL TO CONTINUE READING

H2. Manmohan Samal On BSKY Card: ସାଧାରଣ ନିର୍ବାଚନ- ୨୦୨୪ର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ (BSKY)କୁ ନେଇ ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ରାଜ୍ୟର କିଛି ଘରୋଇ ହସପିଟାଲଗୁଡିକ BSKY କାର୍ଡ ବନ୍ଦ ହୋଇଗଲା କହି ଚିକିତ୍ସା ଯୋଗାଇ ନଦେଇ ରୋଗୀମାନଙ୍କୁ ଫେରାଇ ଦେଉଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟରେ ଅଭିଯୋଗ ଆସୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ପ୍ରଶାସନକୁ ଦୃଷ୍ଟି ଦେବାକୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।


H3. Soumaryanjan Patnaik reaction for BJD: ରାଜ୍ୟରେ ବିଜେଡି ଶାସନରୁ ହଟିବା ଏବଂ ବିଜେପି ନୂଆ ସରକାର ଗଢିବା ମଧ୍ୟରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଉଛି । ବିଜୁ ଜନତା ଦଳରୁ ବାହାରି ସ୍ୱାଧୀନ ଭାବେ ଘଷିପୁରାରୁ ନିର୍ବାଚନ ଲଢିଥିବା ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଜୁ ଜନତା ଦଳ ହାରିବା ପଛରେ ଥିବା କାରଣ ସମ୍ପର୍କରେ ପ୍ରକାଶ କରିଛନ୍ତି। ସୌମ୍ୟ କହିଛନ୍ତି ଯେ, ପ୍ରତ୍ୟକ ନିର୍ବାଚନ ହେଉଛି ରାଜନେତାଙ୍କ ପାଇଁ ଶିକ୍ଷଣୀୟ । ସତକୁ ବୋଝ ବୋଲି ଭାବୁଥିବା ରାଜନେତାଙ୍କ ଭାଗ୍ୟ ବଦଳେ ନାହିଁ । ଏଥିସହ କାହାରି ନାମ ନନେଇ ପରୋକ୍ଷରେ କହିଛନ୍ତି ଯେ, କ୍ରୀତଦାସମାନଙ୍କୁ ନେଇ ଦଳ ସଫଳ ହୁଏ ନାହିଁ । 


H4. Lok Sabha Election 2024 Result: ଲୋକସଭା ନିର୍ବାଚନରେ ​​ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ) ର ବିଜୟ ପାଇଁ ୫୦ ରୁ ଅଧିକ ବିଶ୍ୱ ନେତା ବିଦାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଯେଉଁମାନେ ଅଭିନନ୍ଦନ ଜଣାଇଛନ୍ତି ସେମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଅଛନ୍ତି। ସୂଚନାଯୋଗ୍ୟ ଯେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରାବାକୁ ଯାଉଛନ୍ତି।


H5. PM Modi Oath ceremony: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳରେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି ଓ ବିଜେପି ପୁଣି ଥରେ ସରକାର ଗଠନ ପାଇଁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଏହି କ୍ରମରେ ଶପଥ ଗ୍ରହଣ କରିବାର ତାରିଖ ମଧ୍ୟ ପ୍ରକାଶ ପାଇଛି।


H6. NDA Meeting: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏନଡିଏ ବୈଠକ ଶେଷ ହୋଇଛି। ଏହି ବୈଠକରେ ନୀତୀଶ କୁମାର ଓ ଚନ୍ଦ୍ରବାବୁ ନାଇଡୁ ଏକାଠି ବସିଥିବାର ନଜର ଆସିଥିଲେ। ସୂଚନାନୁସାରେ, ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ସମସ୍ତ ନିର୍ବାଚନମଣ୍ଡଳୀ ଏହି ସଭାରେ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଏହି ଚିଠିଗୁଡ଼ିକ ବିଜେପି ସଭାପତି ଜେପି ନାଡାଙ୍କ ନାମରେ ଲେଖାଯାଇଛି। ବର୍ତ୍ତମାନ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ବରିଷ୍ଠ ନେତାମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସରକାର ଗଠନ ପାଇଁ ଦାବି କରିଛନ୍ତି।


H7. India Alliance Meeting: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡ୍ଗେ ବୁଧବାର ଦିନ 'ଇଣ୍ଡାଆ ମେଣ୍ଟର ନେତାଙ୍କ ବୈଠକରେ କହିଛନ୍ତି ଯେ ଏହି ଇଣ୍ଡିଆ ମେଣ୍ଟର ସେହି ସମସ୍ତ ଦଳ ସ୍ୱାଗତଯୋଗ୍ୟ, ଯେଉଁମାନଙ୍କର ସମ୍ବିଧାନର ପ୍ରିଆମ୍ବଲ୍ ଅତୁଟ ବିଶ୍ୱାସ ରହିଛି ଓ ଆର୍ଥିକ, ସାମାଜିକ ତଥା ରାଜନୈତିକ ନ୍ୟାୟର ଉଦ୍ଦେଶ୍ୟକୁ ନେଇ ପ୍ରତିବଦ୍ଧ। ଖଡ୍ଗେଙ୍କ ଏହି ବୟାନରୁ ଜଣାପଡିଛି ଯେ ସେ ଇଣ୍ଡିଆ ମେଣ୍ଟରେ ଅଧିକ ଦଳ ଯୋଡିବାକୁ ଚାହୁଁଛନ୍ତି ଯାହା ଦ୍ୱାରା ସେ ସରକାର ଗଠନ ପାଇଁ ଦାବି କରିପାରିବେ।


H8. Devendra Fadnavis Resigned: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳରେ ବିଜେପିକୁ ଅନେକ ରାଜ୍ୟରୁ ଝଟକା ଲାଗିଛି। ଯେଉଁଥିରେ ମହାରାଷ୍ଟ୍ରର ଗୋଟିଏ ନାମ ମଧ୍ୟ ସାମିଲି। ତେବେ ଫଳାଫଳ ପରେ ମହାରାଷ୍ଟ୍ରରୁ ବଡ ଖବର ଆସୁଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମହାରାଷ୍ଟ୍ରରେ ବିଜେପିର ପରାଜୟ ପରେ ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ଏହି ନିଷ୍ପତ୍ତି ନେଇଛନ୍ତି।


H9. PM Modi Resigns: ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ବିଜେପି ସବୁଠୁ ବଡ ଦଳ ହୋଇପାରିଛି, କିନ୍ତୁ ସଂଖ୍ୟାଗରିଷ୍ଠତା ଠାରୁ ଏକାକୀ ବହୁ ଦୂରରେ ରହିଛି। ତେବେ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ରାଷ୍ଟ୍ରପତିଙ୍କୁ ଭେଟି ମନ୍ତ୍ରୀ ପରିଷଦ ସହିତ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ରାଷ୍ଟ୍ରପତି ଏହି ଇସ୍ତଫା ଗ୍ରହଣ କରିଛନ୍ତି ଓ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରୀ ପରିଷଦକୁ ନୂତନ ସରକାର ଦାୟିତ୍ୱ ଗ୍ରହଣ ନକରିବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବାକୁ ଅନୁରୋଧ କରିଛନ୍ତି।


H10. IND vs IRE Live Score: ଆଜି ଭାରତ ବନାମ ଆୟର୍ଲାଣ୍ଡ ଟି-୨୦ ବିଶ୍ୱକପ ୨୦୨୪ ମ୍ୟାଚ୍ ଖେଳାଯାଉଛି। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଭାରତ ପାଇଁ ଆୟର୍ଲାଣ୍ଡ ୯୭ ରନ୍ ର ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆୟର୍ଲାଣ୍ଡ ଦଳ ୧୬ ଓଭରରେ ୯୬ ରନ୍ ସଂଗ୍ରହ କରି ଅଲ୍ ଆଉଟ୍ ହୋଇ ଯାଇଥିଲା।