Top 10 News Headlines 12 October 2024: H1. Cuttack to be a smart city soon: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସିଟିକୁ ସ୍ମାର୍ଟ ସିଟି କରାଯିବ ବୋଲି କହିଛନ୍ତି। ଭୁବନେଶ୍ବର ସ୍ମାର୍ଟ ସିଟି ହୋଇଥିବା ବେଳେ କଟକକୁ ସ୍ମାର୍ଟ ସିଟି କରିବା ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଛି। ଆଗକୁ କଟକକୁ ସ୍ମାର୍ଟ ସିଟି ଗଢି ତୋଳାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


COMMERCIAL BREAK
SCROLL TO CONTINUE READING

H2. CM Mohan Majhi Visits Cuttack Puja Mandap: କଟକରେ ପ୍ରାୟ ୪୦ ପୂଜା ମଣ୍ଡପ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ। କଟକବାସୀଙ୍କ ସୌଜନ୍ୟତା ଓ ଭାଇଚାରାରେ ଅଭିଭୂତ ହୋଇ ମୁଖ୍ୟମନ୍ତ୍ରୀ କଟକବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ଦିଗରେ ସେମାନଙ୍କ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ମା’ଙ୍କ ଆଶିଷ ଭିକ୍ଷା କରିବା ସହ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଛନ୍ତି । 


H3. Deputy CM Pravati Parida On Subhadra Yojana: ଆଫଣ ଯୋଗ୍ୟ କିନ୍ତୁ ଏଯାଏଁ ‘ସୁଭଦ୍ରା’ ଟଙ୍କା ଟଙ୍କା ପାଇ ନାହାନ୍ତି କି? ଆଜି ଏହା ଉପରେ ଉପ ମୁଖ୍ୟମନ୍ତ୍ରୀ ଏକ ବଡ଼ ଅପଡେଟ୍ ଦେଇଛନ୍ତି। ଯଦି ଆପଣଙ୍କ ଆବେଦନରେ ତ୍ରୁଟି ଥିବା ତେବେ ଆପଣଙ୍କୁ ଏକ ଫୋନ କଲ ଯିବ। ଯେଉଁମାନଙ୍କର କିଛି କମି ରହିଛି ସେମାନଙ୍କୁ ଫୋନ ଯିବ । ବ୍ଲକ ସ୍ତରରେ ଯାଞ୍ଚ ହେବ । ଅଙ୍ଗନ ୱାଡି କର୍ମୀ ମାନେ ପୁଣି ଘରକୁ ଘର ଯିବେ । ସମସ୍ତଙ୍କୁ ସୁଭଦ୍ରା ଟଙ୍କା ଆପଣଙ୍କୁ ଦିଆଯିବ, ସୁଭଦ୍ରା ଶେଷ ହିତାଧିକାରୀ ନପାଇବା ଯାଏଁ ଦିଆଯିବ ଏହି ସହାୟତା ରାଶି ମିଳିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି।


H4. Delhi Ravana Dahan: ଶନିବାର ଦିନ ଦେଶ ତଥା ବିଶ୍ୱରେ ଭାରତୀୟମାନେ ଦଶହରା ଓ ଦୁର୍ଗା ପୂଜା ପାଳନ କରୁଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବରେ ଏହି ଉତ୍ସବରେ ଶୁଭେଚ୍ଛା ଜଣାଇଛନ୍ତି। ଦଶହରା ଉତ୍ସବର ଏକ ଅଂଶ ଭାବରେ ଲାଲ କିଲ୍ଲାର ମାଧବଦାସ ପାର୍କରେ ରାବଣ, ମେଘନାଦ ଓ କୁମ୍ବକର୍ଣ୍ଣର ପ୍ରତିମୂର୍ତ୍ତୀ ପୋଡାଯାଇଥିଲା। ଏହି ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ।


H5. 7 workers killed at construction site in Gujarat: ଗୁଜୁରାଟର ମେହସାଣା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। କାଡି ତାଲୁକର ଜସଲପୁର ଗ୍ରାମ ନିକଟରେ ଏକ ଘରୋଇ କମ୍ପାନୀର ପାଚେରୀ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏବଂ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ଯ୍ୟ ଆରମ୍ଭ ହୋଇଥିଲା।


H6. Prisoners escape from jail: ଆସାମର ମୋରିଗାଓଁ ଜିଲ୍ଲା ଜେଲରୁ ୫ ଜଣ କଏଦୀ ଫେରାର ହୋଇ ଯାଇଛନ୍ତି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ମୋରିଗାଓଁ ଜିଲ୍ଲା କମିଶନର ଦେବଶିଶ ଶର୍ମା କହିଛନ୍ତି ଯେ ଜେଲରୁ ଫେରାର ହୋଇଥିବା କଏଦୀଙ୍କ ଘଟଣା ରାତି ୧ ରୁ ୨ଟା ମଧ୍ୟରେ ଘଟିଛି। ସେ କହିଛନ୍ତି, 'ସମସ୍ତ ପାଞ୍ଚଜଣ ବିଚାରାଧିନ କଏଦୀଙ୍କୁ ଯୌନ ଅପରାଧ ଅଧିନିୟମ (POCSO) ଅଧୀନରେ ଅଭିଯୁକ୍ତ ଥିଲେ।


H7. Bangladesh Durga Puja Mandap Attack: ବାଂଲାଦେଶର ରାଜଧାନୀ ଢାକାରେ ଥିବା ପୂଜା ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଓ ବାଂଲାଦେଶର ସାଥିରାସ୍ଥିତ ଜେଶୋରେଶ୍ୱରୀ କାଳୀ ମନ୍ଦିରରେ ଚୋରିକୁ ନେଇ ଭାରତ ଗୁରୁତର ଉଦ୍ବେଗ ପ୍ରକାଶ କରିଛି ଓ ଏହାକୁ ଘୃଣ୍ୟ କାର୍ଯ୍ୟ ବୋଲି କହିଛି। ବାଂଲାଦେଶ ସରକାରଙ୍କୁ ହିନ୍ଦୁ ତଥା ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ତଥା ସେମାନଙ୍କର ପୂଜାପାଠ ସ୍ଥାନର ରକ୍ଷା ନିଶ୍ଚିତ କରିବାକୁ ଭାରତ ଅନୁରୋଧ କରିଛି।


H8. Big cyber attack on Iran: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସମୟରେ ଆଜି ଖବର ଆସିଛି ​​ଯେ ଇରାନର ଆଣବିକ ବେସ ସମେତ ଅନେକ ସରକାରୀ ବିଭାଗ ଉପରେ ଏକକାଳୀନ ସାଇବର ଆଟାକ୍ ହୋଇଛି, ଯେଉଁଥିପାଇଁ ଇରାନ ସରକାରଙ୍କ ପ୍ରାୟ ସମସ୍ତ ସେବା ଅଟକି ଯାଇଛି। ଏହି ସାଇବର ଆଟାକର ସିଧାସଳଖ ସନ୍ଦେହ ଇସ୍ରାଏଲ ଉପରେ ପଡ଼ିଛି, କାରଣ ଇସ୍ରାଏଲ ଏଭଳି ଆକ୍ରମଣରେ ଅଭିଜ୍ଞ ବିବେଚନା କରାଯାଏ।


H9. Sanju Samson Century: ସଞ୍ଜୁ ସାମସନ ଏହି ଇନିଂସରେ ମାତ୍ର ୨୨ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ, ଯାହା ବାଂଲାଦେଶ ବିପକ୍ଷରେ ଭାରତ ପାଇଁ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ସଞ୍ଜୁ  ଏଠାରେ ଅଟକି ନଥିଲେ ଏବଂ ୪୦ଟି ବଲରେ ବାଂଲାଦେଶ ବିପକ୍ଷରେ ଟି-୨୦ ଶତକ ହାସଲ କରି ଏପରି କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଥିଲେ।


H10. Team India Highest Total in T20 Cricket History: ଶନିବାର ଦିନ ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ନିର୍ଦ୍ଧାରିଚ ୨୦ ଓଭରରେ ୬ ୱିକେଟ୍ ହରାଇ ୨୯୭ ରନ୍ ସଂଗ୍ରହ କରିଛି, ଯାହା ମଧ୍ୟ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ସ୍କୋର।