Top 10 News Headlines 30 October 2024: H1. Winter Session Of Odisha Assembly To Begin On Nov 26: ଆସନ୍ତା ୨୬ ତାରିଖ ଠାରୁ ମୋହନ ମାଝି ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ୨୬ ନଭେମ୍ବର ୨୦୨୪ ରୁ ଆରମ୍ଭ ହୋଇ ୩୫ ଦିନ ପରେ ଶେଷ ହେବ। 


COMMERCIAL BREAK
SCROLL TO CONTINUE READING

H2. Sarojini Sahoo to get Sarala Puraskar: ବିଶିଷ୍ଟ ଲେଖିକା ସରୋଜିନୀ ସାହୁଙ୍କୁ ଶାରଳା ପୁରସ୍କାର ମିଳିଛି। ଭୁବନେଶ୍ୱରରେ ଏକ ବର୍ଣ୍ଣାଢ୍ୟ ସମାବେଶରେ ସରୋଜିନୀ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ସ୍ୱରୂପ ଲେଖିକା ସାହୁଙ୍କୁ ନଗଦ ୭ ଲକ୍ଷ ଟଙ୍କା, ସମ୍ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। 


H3. Odisha Tightens Diwali 2024 Firecracker Guidelines: ରାଜ୍ୟରେ ବାୟୁକୁ ପରିଷ୍କାର ରଖିବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ଦୀପାବଳିରେ ବାଣ ଫୁଟାଇବା ପାଇଁ ଏକ ନିର୍ଦ୍ଧାରିତ ସମୟ ସ୍ଥିର କରିଛନ୍ତି। ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଲୋକମାନେ କେବଳ ସନ୍ଧ୍ୟା ୭ ରୁ ୯ଟା ମଧ୍ୟରେ ବାଣ ଫୁଟାଇପାରିବେ। ଏହା ବ୍ୟତୀତ ବୋର୍ଡ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବାଣ ପୁଟାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି।


H4. Anganwadi workers to get Subhadra Yojana:‘ସୁଭଦ୍ରା’ ଯୋଜନାକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ଖବର ଅନିଯାୟୀ ତୃତୀୟ ପର୍ଯ୍ୟାୟରେ ଅଙ୍ଗନବାଡି କର୍ମୀଙ୍କୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ମିଳିବ। ସରକାର ଖୁବଶୀଘ୍ର ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ ଘୋଷଣା ହେବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । 


H5. Ayodhya Deepotsav 2024: ଅଯୋଧ୍ୟାରେ ସିଏମ ଯୋଗୀଙ୍କ ଦ୍ୱାରା ଦୀପୋତ୍ସଭ ଉଦଘାଟନ କରିଛନ୍ତି। ଏହା ସହିତ ଏକ ନୂତନ ଗିନିଜ ୱାର୍ଲ୍ଡ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି। ଏକାସାଙ୍ଗରେ ପ୍ରାୟ ୨୫ ଲକ୍ଷ ଦୀପ ଜଳାଯାଇଥିଲା। ଏହାପୂର୍ବରୁ ସିଏମ ଯୋଗୀ ରାମ ମନ୍ଦିରକୁ ଯାଇ ଦୀପ ଜାଳି ଆଲୋକ ଉତ୍ସବର ଉଦଘାଟନ କରିଥିଲେ।


H6. Rajnath Singh celebrates Diwali: ବୁଧବାର ଦିନ ଆସାମର ତେଜପୁରରେ ଥିବା ୪ ଟି କର୍ପସ ମୁଖ୍ୟାଳୟରେ ସୈନିକମାନଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଦିପାବଳୀ ପାଳନ କରିଥିଲେ। ସୈନିକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଚୀନ୍ ସହିତ ଡିସଏନଗେଜମେଣ୍ଟ ଘଟିଛି କାରଣ ଆପଣଙ୍କର ସାହସିକତାର କାହାଣୀ ସମସ୍ତଙ୍କ ନିକଟରେ ପହଞ୍ଚିଛି।


H7. India China LAC: ଋଷର କାଜାନରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ବ୍ରିକ୍ସ ଶିଖର ସମ୍ମିଳନୀରେ ଉଭୟ ନେତା LAC ଉପରେ ପାଟ୍ରୋଲିଂ ସମ୍ପର୍କିତ ଚୁକ୍ତିନାମାକୁ ସ୍ୱାଗତ କରିଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଚୀନ୍‌ର ସର୍ବଶେଷ ବୟାନ ସାମ୍ନାକୁ ଆସିଛି ଏବଂ ଚୀନ୍‌ ପକ୍ଷରୁ କୁହାଯାଇଛି ଯେ LAC ସହିତ ପୂର୍ବ ଲଦ୍ଦାଖରେ ସ ସୈନ୍ୟ ପ୍ରତ୍ୟାହାର ସହ ଜଡିତ ପ୍ରସ୍ତାବକୁ ଚୀନ୍ ଏବଂ ଭାରତୀୟ ସୈନ୍ୟମାନେ ନିୟମିତ ଭାବେ କାର୍ଯ୍ୟକାରୀ କରୁଛନ୍ତି। 


H8. ECI Rejects Congress Allegation: ହରିୟାଣା ନିର୍ବାଚନରେ ​​ଅନିୟମିତତା ହୋଇଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ଏହି ଅଭିଯୋଗ ଭିତ୍ତିହୀନ ଏବଂ ଭୁଲ ଅଟେ। ନିର୍ବାଚନ ପରେ ଭିତ୍ତିହୀନ ଅଭିଯୋଗ ନିର୍ବାଚନ ଠାରୁ ଦୂରରେ ରହିବାକୁ ECI କଂଗ୍ରେସକୁ ଆହ୍ୱାନ କରିଛି। ଏ ସମ୍ପର୍କରେ ନିର୍ବାଚନ ଆୟୋଗ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଚିଠି ଲେଖି ପ୍ରତିକ୍ରିୟା ଦେଇଛି।


H9. Gautam Gambhir Fraud Case: ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଫ୍ଲାଟ କ୍ରେତାଙ୍କ ସହ ଠକେଇ ମାମଲାରେ ଦିଲ୍ଲୀ କୋର୍ଟ ଏକ ନୂତନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୈତମ ଗମ୍ଭୀର ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ଆଦେଶକୁ ପ୍ରତ୍ୟାଖ୍ୟାନ କରାଯାଇଛି। ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗାନେ ଗୌତମ ଗମ୍ଭୀର ଏବଂ ଅନ୍ୟମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ମାଜିଷ୍ଟ୍ରେଟ କୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି।


H10. ICC Test Latest Ranking: ଦକ୍ଷିଣ ଆଫ୍ରିକାର ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ନଅ ୱିକେଟ୍ ନେବା ପରେ କାଗିସୋ ରାବାଡା ଭାରତର ଭେଟେରାନ୍ ବୋଲର ଜସପ୍ରୀତ ବୁମ୍ରା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଏବଂ ଅଷ୍ଟ୍ରେଲୀୟ ପେସର୍ ଜୋସ୍ ହାଜଲେଉଡ୍ଙ୍କୁ ପଛରେ ପକାଇ ଆଇସିସି ପୁରୁଷ ଟେଷ୍ଟ ବୋଲିଂ ମାନ୍ୟତାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଯଶସ୍ୱୀ ଜୟସୱାଲ ମଧ୍ୟ ୩ ନମ୍ବର ସ୍ଥାନ ଅଧିକାର କରିଛନ୍ତି।