Odisha Weather Update: ୮ ତାରିଖ ବେଳକୁ  ବର୍ଷା ବଢିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ମୌସୁମୀ ଅପସାରଣ ବିଳମ୍ବ ହେଉଥିବାରୁ ଆଦ୍ରତାର ପରିମାଣ ବଢ଼ିବାରେ ଲାଗିଛି । ଫଳରେ ପ୍ରବଳ ଗରମ ସହ ଗୁଳୁଗୁଳି ହେଉଛି । ସମ୍ପୂର୍ଣ୍ଣ  ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବ ବୋଲି  ବିଭାଗ ଆକଳନ କରିଛି । ସେହିପରି ୧୦ ଜିଲ୍ଲାକୁ ୩ ଘଣ୍ଟା ପାଇଁ ପ୍ରବଳ ଘଡ଼ଘଡ଼ି ଓ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ନୟାଗଡ, ଯାଜପୁର, କଟକ, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା ଓ କୋରାପୁଟକୁ ଆଲର୍ଟ।

 

Subhadra Scheme: ଆସନ୍ତା ୯ ତାରିଖରେ ଆସିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । ବାରିପଦାରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଇବେ ଟଙ୍କା । ଏଥର ୪୦ଲକ୍ଷରୁ ଅଧିକ ମହିଳା ଉପକୃତ ହେବେ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ପରି ଟଙ୍କା ମିଳିବା ପୂର୍ବରୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିବ ୧ ଟଙ୍କା । ଏପର୍ଯ୍ୟନ୍ତ ପାଖାପାଖି ୧ କୋଟି ଲୋକ ଆବେଦନ କରିସାରିଲେଣି । ସୁଭଦ୍ରା ଯୋଜନାରେ ପ୍ରଥମ ପର୍ୟ୍ୟାୟରେ ୨୫ଲକ୍ଷ ୧୧ ହଜାର ମହିଳା ଟଙ୍କା ପାଇଥିଲେ । ବଳକା ଆବେଦନକାରୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ମିଳିବ ଟଙ୍କା । 

 

Odisha CM Delhi Visit: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦିଲ୍ଲୀରେ ମାଓବାଦୀ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ। ଏଥିସହ ୮ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହା ବୈଠକ କରିବେ। ବୈଠକରେ ବିଭିନ୍ନ ରାଜ୍ୟରେ ଚାଲିଥିବା ନକ୍ସଲ ଦମନ ଅଭିଯାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହେବ। ଏଥିରେ ୫ଜଣ କେନ୍ଦ୍ରମନ୍ତ୍ରୀ, ଡେପୁଟି ଏନ୍‌ଏସ୍‌ଏ, କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ବୈଠକ ପୂର୍ବରୁ ଆଜି ଅମିତ ଶାହା ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ମାଓବାଦୀ ମୁକାବିଲା ନେଇ ଆଲୋଚନା କରିବେ। 

 

Berhampur University Ragging Update: ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଗିଂ ଘଟଣାକୁ ନେଇ ଶୃଙ୍ଖଳା କମିଟିର ତଦନ୍ତ ପରେ ୧୭ଜଣ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୪ଜଣ ଛାତ୍ରଙ୍କୁ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍‌ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ୧୩ ଜଣଙ୍କୁ ୧ହଜାର ଟଙ୍କା ଲେଖାଏଁ ଜରିମାନା ସହ ଅଣ୍ଡରଟେକିଂ ଦାଖଲ କରିବାକୁ କୁହାଯାଇଛି। ଗତ ମାସ ୨୧ ତାରିଖ ରାତିରେ ନୂତନ ଛାତ୍ରାବାସରେ ରହୁଥିବା ପ୍ରଥମ ବର୍ଷ ଛାତ୍ରଙ୍କୁ ଅନ୍ୟ ହଷ୍ଟେଲ୍‌ର ଦ୍ଵିତୀୟ ବର୍ଷ ଛାତ୍ରମାନେ ମାନସିକ ନିର୍ଯାତନା ସହ ରାଗିଂ କରିଥିବା ନେଇ ୟୁଜିସିର ଆଣ୍ଟିରାଗିଂ ସେଲ୍ ରେ ଅଭିଯୋଗ ହୋଇଥିଲା। 

 

Habisyali Yojana Registration: ହବିଷ୍ୟାଳିଙ୍କ ପାଇଁ ଆସିଲା ବଡ ଖବର ଆଜିଠାରୁ କରିପାରିବେ ପଞ୍ଜୀକରଣ। ଚଳିତ ବର୍ଷ ପୁରୀରେ ହବିଷ୍ୟାଳିମାନଙ୍କ ପାଇଁ ଆଜି ଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତଚାଲିବାକୁ ଥିବା ବେଳେ  ଅନଲାଇନ ମାଧ୍ୟମରେ ହବିଷ୍ୟାଳିମାନ ପଞ୍ଜିକରଣ କରିପାରିବେ । ଏହାସହିତ ଏହି ବର୍ଷ କୌଣସି ସ୍ପଟ୍ ପଂଜୀକରଣ ହୋଇପାରିବନି । ତେବେ କେବଳ ୨୫୦୦ ହାବିଷ୍ୟାଳି ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ।

 

NIA Raid: ୫ରାଜ୍ୟର ୨୨ଟି ସ୍ଥାନରେ ଏନଆଇଏର ଚଢ଼ାଉ । ଟେରର ଫଣ୍ଡିଂ ମାମଲାରେ ଚଢ଼ାଉ କରିଛି ଜତୀୟ ତଦନ୍ତକାରୀ ସଂସ୍ଥା। ଜମ୍ମୁକାଶ୍ମୀର, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଆସାମ ଓ ଦିଲ୍ଲୀରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଏହା ପୂର୍ବରୁ ପଶ୍ଚିମବଙ୍ଗର ୧୧ଟି ସହରରେ ବି ଚଢ଼ାଉ କରାଯାଇଥିଲା । ଆତଙ୍କୀ ସଂଗଠନ ଜୈଶ ଏ ମହମ୍ମଦ ଦ୍ୱାରା ଫଣ୍ଡିଂ ଅଭିଯୋଗ ଆସିବା ପରେ ଚଢ଼ାଉ କରାଯାଇଛି ।

 

Aap Mla Firing: ପଞ୍ଜାବ ଆପ ବିଧାୟକଙ୍କୁ ଗୁଳି। ଆପ ନେତା ଜଗଦୀପ କୁମ୍ବଜଙ୍କୁ ଗୁଳି ମାଡ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଅକାଳି ଦଳ ନେତା ଭରଦେବ ସିଂ ମନ ଗୁଳି କରିଥିବା ନେଇ ଅଭିଯୋଗ ହୋଇଛି। ଭଭୟ ନେତାଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଗୁଳିମାଡ ହୋଇଥିବା ସୂଚନା ମଳିଛି। ବିଡିଓ ଅଫିସରେ ଏଭି ଗୁଳିକାଣ୍ଡ ଘଟିଛି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Mumbai Fire: ମୁମ୍ବାଇରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ପୂରା ପରିବାର । ମୁମ୍ବାଇର ପୂର୍ବ ଚେମ୍ବୁରର ଏଏନ ଗାୟକୱାଡ ମାର୍ଗରେ ଥିବା ସିଦ୍ଧାର୍ଥ କଲୋନିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ନିଆଁରେ ଗୋଟିଏ ପରିବାରର ୭ଜଣ ସଦସ୍ୟ ଶୋଇଥିବା ଅବସ୍ଥାରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଇଲେକଟ୍ରିକ ୱାୟାରିଂରୁ ତଳ ମହଲାରୁ ଉପର ମହଲା ଯାଏଁ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି । ପରିବାର ଲୋକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

 

Mutton Biriyani For Prisoner: କଏଦୀଙ୍କ ପାଇଁ ଦଶହରା ଭେଟି । ଜେଲରେ ମିଳିବ ବିରିୟାନୀର ମଜା । ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଅକ୍ଟୋବର ୯ରୁ ୧୨ ତାରିଖ ଯାଏଁ ଜେଲରେ କଏଦୀଙ୍କୁ ମିଳିବ ସ୍ବାଦିଷ୍ଟ ଭୋଜନ । ଦୁର୍ଗାପୂଜା ପଶ୍ଚିମବଙ୍ଗରେ ବଡ଼ ଉତ୍ସବ ଭାବେ ପାଳନ କରାଯାଏ । ଜେଲରେ କଏଦୀଙ୍କୁ ବି ପୂଜାର ମଜା ଦେବାକୁ ଉଦ୍ୟମ । ବେଙ୍ଗଲ ସରକାର ପ୍ରସ୍ତୁତ କରିଛନ୍ତି ସ୍ପେଶାଲ୍ ମେନ୍ୟୁ । ମଟନ୍ ବିରିୟାନୀ ସହ ଯୋଗାଇ ଦିଆଯିବ ବାସନ୍ତୀ ଚାଉଳର ପଲାଉ । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଚାଲିଛି। 

 

India VS Pakistan: ମହିଳା ବିଶ୍ୱକପ ସୁପର ସଣ୍ଡେରେ ଆଜି ଖେଳାଯିବ ହାଇ ଭୋଲଟେଜ ମ୍ୟାଚ । ପ୍ରଥମ ମ୍ୟାଚର ପରାଜୟ ପରେ ଆଜି ଭାରତ ଭେଟିବ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ । ଆଜିର ମ୍ୟାଚ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ, ଖାଲି ମ୍ୟାଚ ଜିତିବା ନୁହେଁ ମ୍ୟାଚ ସହ ରନ-ରେଟ୍ ମଧ୍ୟ ଭଲ କରିବାକୁ ପଡିବ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ତିନୋଟି ବିଭାଗରେ ଭାରତ ଖରାପ ପ୍ରଦର୍ଶନ କରିଥିଲା । ତେବେ ଆଜିର ମ୍ୟାଚରେ ମ୍ୟାଚ ଜିତିବାକୁ ହେଲେ ବିଶେଷକରି ବ୍ୟାଟିଂରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।