Top 10 News Headlines: ସକାଳର 10 ବଡ଼ ଖବର
Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର
10 MP Resigned: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ଜିତିଥିବା ବିଜେପିର ୧୦ ସଦସ୍ୟ ସାଂସଦ ପଦବୀରୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏଥିରେ ୯ ଜଣ ଲୋକସଭା ସାଂସଦ ଥିବାବଳେ ଜଣେ ରାଜ୍ୟସଭା ସାଂସଦ ରହିଛନ୍ତି। ଇସ୍ତଫା ପ୍ରଦାନ ପରେ ସେମାନେ ସଂସଦ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫଟୋ ଉଠାଇଥିଲେ। ବିଗତ ନିର୍ବାଚନରେ ଦୁଇଜଣ ମନ୍ତ୍ରୀ ମଧ୍ୟ ବିଧାନସଭା ନିର୍ବାଚନ ଜିତିଛନ୍ତି। ସେମାନେ ହେଲେ ରାଜସ୍ଥାନରୁ ନିର୍ବାଚିତ ଯୋଗୀ ବାଲକନାଥ ଏବଂ ଛତିଶଗଡ଼ରୁ ନିର୍ବାଚିତ ରେଣୁକା ସିଂହ। ଏହି ଦୁଇଜଣ ନିଜ ଇସ୍ତଫା ପ୍ରଦାନ କରି ନାହାନ୍ତି।
India to have its own space station by 2035: ଭାରତୀୟ ମହାକାଶ ଗଗେଷଣା ସଂସ୍ଥା ‘ଇସ୍ରୋ’ ଦେଶର ନିଜସ୍ୱ ମହାକାଶ କେନ୍ଦ୍ର ବା ସ୍ପେଶ୍ ଷ୍ଟସନ୍ ସ୍ଥାପନ କରିବାକୁ ଘୋଷଣା କରିଛି। ୨୦୩୫ ସୁଦ୍ଧା ଏ କର୍ଯ୍ୟ ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ ସୂଚନା ଦେଇଛନ୍ତି। ପ୍ରସ୍ତାବିତ ସ୍ପେଶ୍ ଷ୍ଟସନ୍ ଦ୍ୱାରା ୩ ଜଣ ମହାକାଶଚାରୀ ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ମହାକାଶରେ ରହିପାରିବେ।
Pannun Threatens again: ଖଲିସ୍ତାନୀ ଆତଙ୍କବାଦୀ ଗୁତପତଓ୍ୱନ୍ତ ସିଂ ପନ୍ନୁନ ଡିସେମ୍ବର ୧୩ ବା ଏହା ପୂର୍ବରୁ ସଂସଦ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଛି। ଏକ ଭିଡିଓ ବାର୍ତ୍ତାରେ ସେ ଏହି ବୟାନ ରଖିଛି। ଏହାକୁ ନଜରରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Revanth Reddy to take Oath: କଂଗ୍ରେସ ବିଧାୟକ ଦଳର ଘୋଷଣା ପରେ ତେଲେଙ୍ଗାନାର ନବ ନିର୍ବାଚିତ ବିଧାୟକ ଅନୁମୁଲା ରେବନ୍ତ ରେଡ୍ଡି ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ହାଇଦ୍ରାବାଦର ଲାଲବାହାଦୂର ଷ୍ଟାଡିୟମରେ ଏହି ଶପଥଗ୍ରହଣ ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ଦେଢ଼ ଲକ୍ଷରୁ ଅଧିକ ଲୋକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Two major amendment Bills Passed for J&K: ଜମ୍ମୁ ଓ କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଲାଗି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଲୋକସଭାରେ ପାରିତ ହୋଇଛି। ପ୍ରଥମ ବିଧେୟକରେ ଜମ୍ମୁ କଶ୍ମୀରରେ ସରକାରୀ ଚାକିରି, ଶିକ୍ଷା ତଥା ପ୍ରଫେସନାଲ୍ ପ୍ରତିଷ୍ଠାନରେ ନାମ ଲେଖା ଲାଗି ଉଦ୍ଦିଷ୍ଟ ଆରକ୍ଷଣ ବିଲରେ ସଂଶୋଧନ କରାଯାଇଛି। ଏଥିରେ ଓବିସି ବର୍ଗଙ୍କ ଲାଗି ଆରକ୍ଷଣ ସୂଚିତ କରାଯାଇଛି। ସେହିପରି ଜମ୍ମୁ ଓ କଶ୍ମୀର ପୁନର୍ଗଠନ ସଂଶୋଧନ ବିଧେୟକରେ ବିଧାନସଭାର ଆସନ ସଂଖ୍ୟାକୁ ୮୩ରୁ ୯୦କୁ ବୃଦ୍ଧି କରାଯାଇଛି। ଏହାସହ ପ୍ରଥମଥର ଲାଗି ପାକିସ୍ତାନ ଅଧିକୃତ କଶ୍ମୀରରୁ ଜଣେ ସଦସ୍ୟ ଏବଂ କଶ୍ମୀର ବିସ୍ଥାପିତଙ୍କ ଭିତରୁ ଦୁଇଜଣ ସଦସ୍ୟଙ୍କୁ ମନୋନୀତ କରିବାକୁ ଉପରାଜ୍ୟପାଳଙ୍କୁ କ୍ଷମତା ଦିଆଯାଇଛି।
Supplementary Budget passed: କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀଙ୍କ ପକ୍ଷରୁ ଲୋକସଭାରେ ଅତିରିକ୍ତ ବଜେଟ ଉପସ୍ଥାପନ କରାଯାଇଛି। ଏହା ସରକାରଙ୍କ ପ୍ରଥମ ଅତିରିକ୍ତ ବଜେଟ୍। ଏହାଦ୍ୱାରା ସରକାରଙ୍କୁ ଅତିରିକ୍ତ ୫୮ ହଜାର ୩୭୮ କୋଟି ଟଙ୍କା ରାଜସ୍ୱ ତହବିଲରୁ ଖର୍ଚ୍ଚ କରିବାକୁ ସୁଯୋଗ ମିଳିବ।
Ban on Paraquet Extended: ଚାଷ ପାଇଁ ବ୍ୟବହାର କରାଯାଉଥିବା କୀଟନାଶକ ପାରାକ୍ୱେଟର ବ୍ୟବହାର ଏକ ମାସ ବଢ଼ାଯାଇଛି। ବିଭିନ୍ନ ସଂଗଠନ, କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧାଦେଶ ଲାଗି ଦାବି କରିଥିଲେ। ହେଲେ ପୂର୍ବରୁ ୨ ମାସ ପାଇଁ ନିଷିଦ୍ଧାଦେଶ ଅବଧି ଶେଷ ହେବା ପୂର୍ବରୁ ସରକାର ଆହୁରି ଏକ ମାସ ଲାଗି ଏହି ଆଦେଶକୁ ଜାରି କରିଛନ୍ତି।
Odisha Vigyan Academy Award: ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ‘ବିଜୁ ପଟ୍ଟନାୟକ ପୁରସ୍କାର’ ଘୋଷଣା କରାଯାଇଛି । ୨୦୨୧ ଓ ୨୦୨୨ ବର୍ଷ ଲାଗି ଏହି ପୁରସ୍କାର ଘୋଷଣା କରାଯାଇଛି। ସମ୍ବଲପୁରର ବିଶିଷ୍ଟ ଜୀବ ବିଜ୍ଞାନୀ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କୁ ୨୦୨୨ ବର୍ଷ ଲାଗି ଚୟନ କରାଯାଇଥିବା ବେଳେ ୨୦୨୨ ଲାଗି ଏସସିବି ମେଡିକାଲ୍ କଲେଜର ପ୍ରଫେସର ବିଦ୍ୟୁତ୍ ଦାସଙ୍କୁ ଏହି ପୁରସ୍କାର ମିଳିବ। ପୁରସ୍କାର ବାବଦକୁ ୨ ଲକ୍ଷ ଟଙ୍କା, ରୌପ୍ୟ ପଦକ ଓ ମାନପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି।
ESMA on Health care facility: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜରୁରୀ ଆବଶ୍ୟକତାକୁ ଲକ୍ଷ୍ୟ କରି ରାଜ୍ୟ ଗୃହ ବିଭାଗ ଏସମା ଜାରି କରିଛନ୍ତି। ଏହାଦ୍ୱାରା ଆସନ୍ତା ୬ ମାସ ଯାଏ କୌଣସି ସ୍ୱାସ୍ଥ୍ୟ କର୍ମଚାରୀ ଆନ୍ଦୋଳନରେ ବସିପାରିବେ ନାହିଁ। ଏପରିକି କର୍ମଚାରୀମାନେ ବିନା ଅନୁମତିରେ ଛୁଟିରେ ରହିପାରିବେ ନାହିଁ।
Collectors asked to provide Michaung devastation Report: ମିଗଜୋମ୍ ବାତ୍ୟା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ କ୍ଷୟକ୍ଷତି ଘଟିଛି। ଏହାର ଆକଳନ କରି ୧୨ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପ୍ରତି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଧାର୍ଯ୍ୟ ଫର୍ମାଟରେ ଉଭୟ କୃଷି ଅଧିକାରୀ ଓ ରାଜସ୍ୱ ବିଭାଗର ଅଧିକାରୀଙ୍କ ମିଳିତ ଆକଳନକୁ ନେଇ ଏହି ରିପୋର୍ଟ ପ୍ରଦାନ ପାଇଁ କୁହାଯାଇଛି।