Top 10 News Headlines: ନୂଆବର୍ଷ ପାଇଁ ବନ୍ଦ ହେଲା ୩ ଦ୍ୱାର, ରାଜଧାନୀରୁ ହାଇ ପ୍ରୋଫାଇଲ ମହିଳା ଗିରଫ ସହ ଅନ୍ୟାନ୍ୟ ଖବର
Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ଅପରାହ୍ଣ ୧୦ ଟି ବଡ଼ ଖବର
Srimandira Door Closed: ନୂଆବର୍ଷକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରିଛି ଜଗନ୍ନାଥ ମନ୍ଦିର ପ୍ରଶାସନ। ନୂଆବର୍ଷ ଉପଲକ୍ଷେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପୁରୀରେ ଭିଡ ଜମାଇଲେଣି। ଶୃଙ୍ଖଳିତ ତଥା ସୁରକ୍ଷିତ ଦର୍ଶନ ପାଇଁ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସଦ୍ୟତମ ସୂଚନା ମୁତାବକ, ୩୧ ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ହେବ ବୋଲି କୁହାଯାଇଛି।
Subhadra Scheme 2025: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ହିତାଧିକାରୀଙ୍କୁ ଦେଇଛନ୍ତି ବଡ଼ ଅପଡେଟ। ୨୦୨୫ ମସିହାରେ ତିନି ଥର ସୁଭଦ୍ରା ରାଶି ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି କି ୨୦୨୫ ବର୍ଷ ହେବ ସୁଭଦ୍ରା ଯୋଜନାର ବର୍ଷ। ଆସନ୍ତା ବର୍ଷ ତିନୋଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦିଆଯିବ। ଜାନୁଆରୀ ମାସରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପ୍ରଦାନ କରାଯିବ। ସେହିପରି ମାର୍ଚ୍ଚ ୮ ତାରିଖରେ ଏକସଙ୍ଗେ ଦ୍ୱିତୀୟ କିସ୍ତିର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ରାଖୀ ପୂର୍ଣ୍ଣିମାରେ ତୃତୀୟ କିସ୍ତି ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି।
High Profile Lady Arrested: ଠକେଇ ମାମଲରେ ହାଇପ୍ରୋଫାଇଲ ମହିଳାକୁ ବାନ୍ଧିଲା କମିଶନରେଟ ପୋଲିସ । ବଡବଡିଆଙ୍କ ସହ ସମ୍ପର୍କ ଥିବା କହି ଖଣି ବ୍ୟବସାୟୀ, ବିଲଡରଙ୍କୁ ଧମକ ଦେଉଥିଲେ ଏବଂ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ। ଏବେ ଏହି ମହିଳାଙ୍କୁ ବାନ୍ଧି କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୋଲିସ ।
Chief Minister Grievance Sell: ପୁଣି ଖୋଲିଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆଜି ସପ୍ତମ ଥର ଲାଗି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି। ଆଜି ଲୋକଙ୍କୁ ପାଖରେ ବସାଇ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜନତା ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଗୁହାରି ଜଣାଉଛନ୍ତି। ଏନେଇ ଦୂରଦୂରାନ୍ତରୁ ଆସିଥିବା ଲୋକେ ଖୁସି ଜାହିର କରିଛନ୍ତି।
Crop Damage Update: ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନେ ଫସଲ କ୍ଷତିର ସମ୍ମୁଖୀନ ହୋଇଥିବାରୁ ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସହାୟତା ଦେବାପାଇଁ ଯୋଜନା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବୈଠକ କରିବା ସହିତ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କରିଛନ୍ତି । ଅନ୍ୟ ମନ୍ତ୍ରୀମାନେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଗସ୍ତ କରିଛନ୍ତି ।
Odisha Weather Update: ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସୋମବାର ଓ ମଙ୍ଗଳବାର ପଶ୍ଚିମ ଓଡ଼ିଶାର ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର ସହିତ କେନ୍ଦୁଝର, ମୟୂରଭଞ୍ଜର କିଛି ଅଞ୍ଚଳରେ ଘନ କୁହୁଡି ଦେଖିବାକୁ ମିଳିବ। କିନ୍ତୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ପାଗ ସୁଖିଲା ରହିବ। ସେହିପରି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶାକୁ ନାହିଁ। ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହୋଇପାରେ। ସେହିପରି ନୂଆ ବର୍ଷ ପରେ ଶୀତର ମାତ୍ରା ବଢିବ। ସୋମବାର ପାଇଁ ସୁନ୍ଦରଗଡ଼ ଝାରସୁଗୁଡା, କଳାହାଣ୍ଡି ଓ କନ୍ଧମାଳରେ ଘନକୁହୁଡ଼ିକୁ ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକୁ ପୀତ ସତର୍କତା ଜାରି କରାଯାଇଛି। ପୂର୍ବ ଦିନ ତୁଳନାରେ ଏହି ସବୁ ଜିଲ୍ଲାରେ ତାପମାତ୍ରା ମଧ୍ୟ ଅଧିକ ରହିଥିଲା। ୧୪ଟି ସହରରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା।
Naveen Patnaik Ganjam Visit: ଆଜି ଗଞ୍ଜାମ ଗସ୍ତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେରଗଡ, ହିଂଜିଳି, ଆସିକା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅଞ୍ଚଳ ଗସ୍ତ କରି ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ ନବୀନ ପଟ୍ଟନାୟକ। ସ୍ଥିତି ପରଖିବା ସହ ଚାଷୀଙ୍କ ଦୁଃଖ ଶୁଣିବେ । ତାଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରିଥିଲେ ଦଳର ବରିଷ୍ଠ ନେତା ।
Netanyahu Admitted Hospital: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବନତି ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତାଙ୍କର ପ୍ରୋଷ୍ଟେଟ ସର୍ଜରୀ କରାଯାଇଥିବାବେଳେ ଅପରେସନ୍ ସଫଳ ହୋଇଛି । ତେବେ ନେତାନ୍ୟାହୁ ଆଉ କିଛି ଦିନ ଡାକ୍ତରଖାନାରେ ରହିବେ ବୋଲି ସୂଚନା ରହିଛି।
Black Moon Visible Today: ଆଜି ଆକାଶରେ ଦିଶିବ କଳା ଜହ୍ନ। ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ। ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ। ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ।
India VS Australia Test Match: ମେଲବୋର୍ଣ୍ଣରେ ଭାରତର ଶୋଚନୀୟ ପରାଜୟ । ୧୮୪ରନରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ । ଭାରତ ପ୍ରଥମ ଇନିଂସରେ ୩୬୯ ରନ କରିଥିଲେ । ଦ୍ୱିତୀୟ ଇନିଂସରେ ମାତ୍ର ୧୫୫ ରନ୍ରେ ଅଲଆଉଟ ହୋଇଛି ଟିମ୍ । ଦ୍ଵିତୀୟ ଇନିଂସରେ ଭାରତର ଶୋଚନୀୟ ବ୍ଯାଟିଂ କରି ପରାଜୟ ସ୍ବୀକାର କରିଛି । ଜଶସ୍ଵୀଙ୍କୁ ଛାଡ଼ି ସମସ୍ତେ ଫେଲ୍ । ଜଶସ୍ଵୀ ଓ ପନ୍ତଙ୍କୁ ଛାଡ଼ି କେହି ଦୁଇ ଅଙ୍କ ଛୁଇଁ ପାରିଲେନି । ବର୍ତ୍ତମାନ ସିରିଜରେ ୨-୧ ରେ ଆଗୁଆ ଅଛି କଙ୍ଗାରୁ ଦଳ ।