ହୀରାକୁଦ ଡ୍ୟାମର ୪ଟି ଗେଟ୍ ଖୋଲା, ତଳିଆ ଅଞ୍ଚଳରେ ପୁଣି ଛନକା !
ବର୍ତ୍ତମାନ ମୋଟ ୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି । ଫଳରେ ମହାନଦୀର ତଳିଆ ଅଞ୍ଚଳ ଲୋକମାନଙ୍କ ମୱରେ ଛନକା ପଶିଛି ।
ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ଟି ଗେଟ୍ । ଏବେ ୪ଟି ଗେଟ୍ ଦେଇ ନିସ୍କାସିତ ହେଉଛି ବନ୍ୟାଜଳ । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢିବାକୁ ଲାଗିଛି । ସେଥିପାଇଁ ପୂର୍ବରୁ ୨ଟି ଗେଟ୍ ଖୋଲା ଯାଇଥିବା ସମୟରେ ବର୍ତ୍ତମାନ ଆଉ ୨ଟି ଗେଟ୍ ଖୋଲା ଯାଇଛି ।
ବର୍ତ୍ତମାନ ମୋଟ ୪ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ହେଉଛି । ଫଳରେ ମହାନଦୀର ତଳିଆ ଅଞ୍ଚଳ ଲୋକମାନଙ୍କ ମୱରେ ଛନକା ପଶିଛି । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପଡିବ ପୂର୍ଣ୍ଣଛେଦ । ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ । ଟ୍ରିବୁନାଲକୁ ନେଇ ଚାଲିଥିବା ଟଣଓଟରାର ସମାଧାନ କରାଯିବ ବୋଲି କହିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍.ପାଟିଲ୍। ଓଡ଼ିଶା ଗସ୍ତରେ ଆସି ସି.ଆର୍.ପାଟିଲ୍ ଏହା କହିଛନ୍ତି ।
ଅନ୍ୟପଟେ, ପୁଣିଥରେ ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ବୃଦ୍ଧି ପାଇଛି । ଉପରମୁଣ୍ଡରେ ବର୍ଷା ହେବାରୁ ଏପରି ଆଶଙ୍କା କରାଯାଉଛି । ଗାଲୁଡିହିରୁ ୨୨୦୦ କ୍ୟୁସେକ ପାଣି ଛାଡ଼ିଲା ପରେ ବନ୍ୟା ଆଶଙ୍କା ବଢିଛି । ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମର ଗେଟ୍ ଖୋଲିଛି । ଗାଲୁଡିହିରେ ଜଳଧାରଣ କ୍ଷମତା ୯୪.୫ମି ରହିଥିବା ସମୟରେ ଜଳସ୍ତର ୧୦୧.୨୫ମି ଅଛି ।
Also Read- ସାଇବର ଥାନାର ଦ୍ୱାରସ୍ଥ ହେଲେ ଓଲିଉଡ କଣ୍ଠଶିଳ୍ପୀ ପମି ମିଶ୍ର
Also Read- Weekly Finance Horoscope: ନୂଆ ସପ୍ତାହରେ ଆପଣଙ୍କ ଆର୍ଥିକ ସ୍ଥିତି କେମିତି ରହିବ ? ପଢନ୍ତୁ ରାଶିଫଳ