ସାଇବର ଥାନାର ଦ୍ୱାରସ୍ଥ ହେଲେ ଓଲିଉଡ କଣ୍ଠଶିଳ୍ପୀ ପମି ମିଶ୍ର
Advertisement
Article Detail0/zeeodisha/odisha2448016

ସାଇବର ଥାନାର ଦ୍ୱାରସ୍ଥ ହେଲେ ଓଲିଉଡ କଣ୍ଠଶିଳ୍ପୀ ପମି ମିଶ୍ର

୧୪ ବର୍ଷ ତଳେ ପମି ଗାଇଥିବା ଏକ ଗୀତକୁ ଏକ ପ୍ରଯୋଜନା ସଂସ୍ଥା ଚୋରି କରି ଅନ୍ୟ ଗାୟିକାଙ୍କ ନାମ ବ୍ୟବହାର କରିଥିବା ପମିଙ୍କ ଅଭିଯୋଗ ରହିଛି ।

ସାଇବର ଥାନାର ଦ୍ୱାରସ୍ଥ ହେଲେ ଓଲିଉଡ କଣ୍ଠଶିଳ୍ପୀ ପମି ମିଶ୍ର

Crime News: ଓଲିଉଡ କଣ୍ଠଶିଳ୍ପୀ ପମି ମିଶ୍ର ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି ।  ୧୪ ବର୍ଷ ତଳେ ପମି ଗାଇଥିବା ଏକ ଗୀତକୁ ଏକ ପ୍ରଯୋଜନା ସଂସ୍ଥା ଚୋରି କରି ଅନ୍ୟ ଗାୟିକାଙ୍କ ନାମ ବ୍ୟବହାର କରିଥିବା ପମିଙ୍କ ଅଭିଯୋଗ ରହିଛି । ବର୍ତ୍ତମାନ ଉକ୍ତ ପ୍ରଯୋଜନା ସଂସ୍ଥା ପମିଙ୍କ ଗାଇଥିବା ଗୀତକୁ ନିଜର ବୋଲି ଦାବି କରୁଛନ୍ତି। ଉକ୍ତ ପ୍ରଯୋଜନା ସଂସ୍ଥାର ନାମ ହେଉଛି 'ସାଇ ସାଗର କ୍ରିଏସନ୍‌ ଓ ପବିତ୍ର ଏଣ୍ଟରଟେନ୍‌ମେଣ୍ଟ' । ପମି ସାଇବର ଥାନାରେ ପ୍ରଯୋଜନା ସଂସ୍ଥା ବିରୋଧରେ ଲିଖିତ ଅଭିଯୋଗ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପମି କହିଛନ୍ତି ଯେ, ଗୀତଟିକୁ ମୁଁ ଗାଇଥିଲି କିନ୍ତୁ ବର୍ତ୍ତମାନ ପ୍ରସନ୍ନ ଉପାଧ୍ୟାୟ ଏବଂ ତାଙ୍କ ପତ୍ନୀ ପ୍ରତିଭା ଦାସ ଗୀତଟିକୁ ତାଙ୍କର ବୋଲି ଦାବି କହୁଛନ୍ତି। ଗୀତ ଚୋରି ହେବା ବିଷୟରେ ଜାଣିବା ପରେ ମୁଁ ପ୍ରଯୋଜନା ସଂସ୍ଥାକୁ କଲ୍ କରି କଥା ହୋଇଥିଲି । କିନ୍ତୁ ପ୍ରତିଭା ମତେ କହିଥିଲେ ଯେ, ଗୀତଟି ସେ ଗାଇଛନ୍ତି । ପରବର୍ତ୍ତୀ ସମୟରେ ପ୍ରତିଭାଙ୍କୁ ପମି କହିଥିଲେ ବିନା ମ୍ୟୁଜିକ୍‌ରେ ଥରେ ସେହି ଗୀତଟିକୁ ଗାଇବା ପାଇଁ କିନ୍ତୁ ପ୍ରତିଭା ରାଜି ହୋଇନଥିଲେ । ପରବର୍ତ୍ତୀ ସମୟରେ ପ୍ରତିଭାଙ୍କ ସ୍ୱାମୀ ପ୍ରସନ୍ନ ପମିଙ୍କୁ କଲ୍ କରି କଥା ହୋଇଥିଲେ ଏବଂ ଫୋନରେ ଯୁକ୍ତିତର୍କ କରିଥିଲେ ବୋଲି ପମି କହିଛନ୍ତି । ପମିଙ୍କୁ ସେହି ଗୀତ ଗାଇଥିବାର ପ୍ରମାଣ ମାଗିଥିଲେ । ଏହି ଗୀତଟି ମୋ ସ୍ତ୍ରୀ ପ୍ରତିଭା ଗାଇଛନ୍ତି ଏବଂ ତାର ସମସ୍ତ ପ୍ରମାଣ ମୋ ପାଖେ ଅଛି ବୋଲି ପ୍ରସନ୍ନ ପମିଙ୍କୁ କହିଥିଲେ । ଏହା ପରେ ପମି ସମସ୍ତ କଥାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ନ୍ୟାୟ ପାଇବା ପାଇଁ ଶେଷରେ ପମି କୋର୍ଟଙ୍କ ଆଶ୍ରୟ ନେଇଛନ୍ତି ।

ପମିଙ୍କ ସୂଚନା ଅନୁଯାୟୀ, ଚୋରି ହୋଇଥିବା ଗୀତଟି ଗଗନ ରାଉତ ଲେଖିଥିଲେ ବୋଲି ଭିଡିଓରେ ଦର୍ଶାଯାଇଥିଲା । ଏହା ଜାଣିବା ପରେ ଗଗନଙ୍କୁ ଯୋଗାଯୋଗ କରିଥିଲେ ପମି । ଜାଣିବାକୁ ପାଇଥିଲେ ଯେ, ଗଗନ ୨୦୧୯ ମସିହାରୁ ଏକ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସାଧିନ ଅଛନ୍ତି । ତେଣୁ ସେ ଗୀତ ଲେଖିବେ କିପରି ବୋଲି ପମି ପ୍ରଶ୍ନ ଉଠାଇଥିଲେ ।

Also Read- Weekly Finance Horoscope: ନୂଆ ସପ୍ତାହରେ ଆପଣଙ୍କ ଆର୍ଥିକ ସ୍ଥିତି କେମିତି ରହିବ ? ପଢନ୍ତୁ ରାଶିଫଳ

Also Read- BJP ସଦସ୍ୟତା ଅଭିଯାନରେ ସାମିଲ ହୋଇ କଂଗ୍ରେସ ଉପରେ ବର୍ଷିଲେ ଜେପି ନଡ୍ଡା