Advertisement
Photo Details/zeeodisha/odisha2447953
photoDetails0hindi

Weekly Finance Horoscope: ନୂଆ ସପ୍ତାହରେ ଆପଣଙ୍କ ଆର୍ଥିକ ସ୍ଥିତି କେମିତି ରହିବ ? ପଢନ୍ତୁ ରାଶିଫଳ

Weekly Finance Horoscope September 30 to October 06: ଆସନ୍ତା ସପ୍ତାହରେ କେଉଁ ରାଶି ପାଇଁ କେମିତି ରହିବ ଆର୍ଥିକ ସ୍ଥିତି ଜାଣନ୍ତୁ ।

1/12

ମେଷ ରାଶି

ପୈତୃକ ସମ୍ପତ୍ତି ସହ ଜଡିତ ପୂର୍ବରୁ ଥିବା ବାଦ ବିବାଦର ସମାଧାନ ହେବ । ଭବିଷ୍ୟତର ଲାଭ ପାଇଁ ଆପଣ ନୂତନ ଲୋକଙ୍କ ସହିତ ସଂଯୋଗ କରିବାର ସୁଯୋଗ ପାଇବେ । ଧ୍ୟାନର ସହ କଠିନ ପରିଶ୍ରମ କଲେ ଆପଣ ଲାଭ ପାଇବେ ।

2/12

ବୃଷ ରାଶି

ଅଟକି ରହିଥିବା ଫେରି ପାଇବେ । ସରକାରୀ ପ୍ରକଳ୍ପଗୁଡିକ ସୁରକ୍ଷିତ ରଖିବା ପାଇଁ ଆପଣ ସରକାରୀ ସମ୍ବନ୍ଧୀୟ ବ୍ୟକ୍ତିବିଶେଷଙ୍କଠାରୁ ସହାୟତା ପାଇବେ ।

3/12

ମିଥୁନ ରାଶି

ଅତିରିକ୍ତ ଦାୟିତ୍ୱ ନେବାକୁ ଆପଣ ଆଦୌ କୁଣ୍ଠାବୋଧ କରନ୍ତୁ ନାହିଁ । ଆପଣଙ୍କ ପାଇଁ ସଫଳତା ଆନନ୍ଦ ଆଣିଦେବ । ଆର୍ଥିକ ସମସ୍ୟା ଦୂର ହୋଇଯିବ ।

4/12

କର୍କଟ ରାଶି

ଏହି ସପ୍ତାହରେ ସତର୍କ ରହିବାର ଆବଶ୍ୟକତା ରହିଛି । ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ନୁହେଁ । ଆପଣଙ୍କ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରିବା ଠାରୁ ଦୂରେଇ ରୁହନ୍ତୁ । ଆର୍ଥିକ କାରବାର ପ୍ରତି ଧ୍ୟାନ ଦିଅନ୍ତୁ ।

5/12

ସିଂହ ରାଶି

ଏହି ସପ୍ତାହଟି ଆପଣଙ୍କ ପାଇଁ ଅତ୍ୟନ୍ତ ଆଶାବାଦୀ ନୁହେଁ । ଅନାବଶ୍ୟକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଅନ୍ୟମାନଙ୍କର ବ୍ୟବସାୟ ଉପରେ କୌଣସି ଟିପ୍ପଣୀ ଦିଅନ୍ତୁ ନାହିଁ । ନିଜ ବକ୍ତବ୍ୟ ଏବଂ ଆଚରଣରେ ସଂଯମତା ରକ୍ଷା କରନ୍ତୁ ।

6/12

କନ୍ୟା ରାଶି

ଅପ୍ରତ୍ୟାଶିତ ଉତ୍ସରୁ ଆପଣ ଆର୍ଥିକ ଲାଭ ପାଇବେ । ହଠାତ୍ କୌଣସି ସୁତ୍ରରୁ ଆପଣ ଭଲ ଖବର ପାଇବେ । ଧନ ବୃଦ୍ଧି କାରଣରୁ ଆପଣଙ୍କ ମନ ଖୁସି ରହିବ ।

7/12

ତୁଳା ରାଶି

ଅତ୍ୟଧିକ ଖର୍ଚ୍ଚ ଆପଣଙ୍କ ମନକୁ ବିଚଳିତ କରିପାରେ । କୋର୍ଟ କଚେରୀ ମାମଲାକୁ ନେଇ ଆପଣ ଚିନ୍ତିତ ହୋଇପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଆପଣ ମନୋନିବେଶ କରିବା ଉଚିତ ।

8/12

ବିଛା ରାଶି

ଯେଉଁମାନଙ୍କଠାରୁ ଆପଣ ନିଜକୁ ଦୂରେଇ ରଖିଛନ୍ତି ସେମାନଙ୍କଠାରୁ ଆପଣଙ୍କ ନିକଟକୁ ସମର୍ଥନ ଆସିବ । ବ୍ୟବସାୟ ବିସ୍ତାର ଯୋଜନା ସଫଳ ହେବ । ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବେ ।

9/12

ଧନୁ ରାଶି

ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରିବେ । ସପ୍ତାହରେ ବିଭିନ୍ନ ଦିଗରୁ ଆର୍ଥିକ ଲାଭ ପାଇବେ । ଆତ୍ମବିଶ୍ୱାସର ସହ କାର୍ଯ୍ୟ ସମ୍ପାଦନ କରନ୍ତୁ ।

10/12

ମକର ରାଶି

ନିଜ ମଧ୍ୟରେ ଉତ୍ସାହ ବଜାୟ ରଖନ୍ତୁ । ବିନିଯୋଗରେ ରିଟର୍ଣ୍ଣ ବିଳମ୍ବ ହୋଇପାରେ, କିନ୍ତୁ ଆଶା ହରାନ୍ତୁ ନାହିଁ । ରାଜନୈତିକ କ୍ଷେତ୍ରରେ ଜଡିତ ବ୍ୟକ୍ତିମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇବେ ।

11/12

କୁମ୍ଭ ରାଶି

କୌଣସି କାର୍ଯ୍ୟ ତୁଳାଇବାରେ ଆଦୌ ବିଳମ୍ବ କରନ୍ତୁ ନାହିଁ । ନଚେତ୍ ସମୟ ବ୍ୟୟବହୁଳ ହୋଇପାରେ । ଅନ୍ୟମାନଙ୍କୁ ଅଧିକ ବିଶ୍ୱାସ କରିବା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ବର୍ତ୍ତମାନ ପାଇଁ ଅନାବଶ୍ୟକ କାର୍ଯ୍ୟଗୁଡିକ ସ୍ଥଗିତ ରଖିବା ଭଲ ।

12/12

ମୀନ ରାଶି

କାର୍ଯ୍ୟ କିମ୍ବା ବ୍ୟବସାୟରେ ମଧ୍ୟମଧରଣର ଫଳାଫଳ ପାଇବେ । ଇଚ୍ଛା ଅନୁଯାୟୀ କାର୍ଯ୍ୟ ନକରି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ମିଠା କଥା କହି ଅନ୍ୟର ମନ ଜିଣିଲେ ଆପଣଙ୍କ ପାଇଁ ସଫଳତା ସହଜ ହୋଇଯିବ । ସତର୍କ ରୁହନ୍ତୁ ।

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।