Road Accident: କାର ଉପରେ ଚଢିଗଲା ବସ୍ , ଘଟଣାସ୍ଥଳରେ ୭ ମୃତ
Road Accident: ଆଖି ପିଛୁଳାକେ ଚାଲିଗଲା ଗୋଟିଏ ପରିବାରର ୭ ଜୀବନ। ଏହି ଦୁର୍ଘଟଣା (road accident)ଏତେ, ଭୟଙ୍କର ଥିଲା ଯେ, ରାସ୍ତାର ରକ୍ତଯୁଡୁବୁଡୁ ଅବସ୍ଥାରେ ମୃତଦେହ ଗୁଡିକ ପଡିଥିବା ଦେଖିବାକୁ ମିଳିଥିଲା । ଏକ କାର ଓ ବସ ମଧ୍ୟରେ ଧକ୍କା ହେବାରୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି।
Road Accident: ରାସ୍ତାରେ ଛକି ବସିଥିଲା ଯମ । ଘଟିଗଲା ବଡ ଅଘଟଣ। ଆଖି ପିଛୁଳାକେ ଚାଲିଗଲା ଗୋଟିଏ ପରିବାରର ୭ ଜୀବନ। ଏହି ଦୁର୍ଘଟଣା (road accident)ଏତେ, ଭୟଙ୍କର ଥିଲା ଯେ, ରାସ୍ତାର ରକ୍ତଯୁଡୁବୁଡୁ ଅବସ୍ଥାରେ ମୃତଦେହ ଗୁଡିକ ପଡିଥିବା ଦେଖିବାକୁ ମିଳିଥିଲା । ଏକ କାର ଓ ବସ ମଧ୍ୟରେ ଧକ୍କା ହେବାରୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାଜସ୍ଥାନର ନାଗୌର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି ।
Also Read: Top Richest YouTubers in India: ଜାଣନ୍ତୁ କିଏ ସେ ୫ ଧନୀ ୟୁଟ୍ୟୁବର, ଯିଏ ରୋଜଗାର କରନ୍ତି କୋଟି କୋଟି ଟଙ୍କା
Also Read: Health Tips: ପୁରୁଷଙ୍କ ସ୍ପର୍ମ କାଉଣ୍ଟକୁ ବଢାଇଥାଏ ଏହି ସବୁ ସୁପରଫୁଡ୍ !
ସୂଚନାନୁସାରେ, ଶନିବାର ଦିନ ବିଳମ୍ବିତ ରାତିରେ ନାଗୌର ଜିଲ୍ଲାରେ ଦିଡୱାନା ଅଞ୍ଚଳର ବାଥାଡି ଗାଁ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ଶନିବାର ବିଳମ୍ବିତ ରାତିରେ ରାଜସ୍ଥାନର ଏକ ପରିବାର ରାଜସ୍ଥାନରୁ ନାଗପୁର ଅଭିମୁଖେ କାରରେ ଯାତ୍ରା କରୁଥିଲେ। ହେଲେ ହଠାତ୍ ଏହି ସମୟରେ କାରଟି ରାସ୍ତାରେ ଯାଉଥିବା ସମୟରେ ଏକ ସରକାରୀ ବସଟି କାରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ କାରରେ ଥିବା ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଛି । ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ସୂଚନା ଦେଇଛି ପୋଲିସ୍ ।
ନିକଟରେ ତାମିଲନାଡୁର ଚେଙ୍ଗାଲପାଟୁ (Tamil Nadu’s Chengalpattu)ରେ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା। ସଡ଼କ ଦୁର୍ଘଟଣାରେ (road accident in Tamil Nadu) ୬ ଜଣଙ୍କର ମୃତ୍ୟୁ (6 killed in road accident) ହୋଇଥିବା ବେଳେ ୯ ଜଣ ଆହତ (9 injured)ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ତେବେ,ମୃତକଙ୍କ ପରିଚୟ ମିଳି ନଥିବା ପୋଲିସ୍ କହିଛି । ଏକ ମାଲ ବୋଝେଇ ଟ୍ରକ୍ ତିନିଟି ବାଇକ୍ ଆରୋହୀଙ୍କ ଉପରେ ଚଢିଯିବାରୁ ଏହି ଛାତିଥରା ଦୁର୍ଘଟଣା (Road Accident)ଘଟିଛି ।
ସୂଚନା ଅନୁସାରେ, ତାମିଲନାଡୁର ଚେଙ୍ଗାଲପାଟୁରୁ ଚେନ୍ନାଇ ଅଭିମୁଖେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ଏକ ଟ୍ରକ୍ କିଛି ମାଲ୍ ନେଇ ଯାତ୍ରା କରୁଥିଲା। ସେହି ସମୟରେ ଜାତୀୟ ରାଜପଥରେ ତିନୋଟି ବାଇକରେ ୬ ଜଣ ସାଙ୍ଗ ସେହି ରାସ୍ତା ଦେଇ ଚେନ୍ନାଇ ଅଭିମୁଖେ ଯାଉଥିଲେ। କିନ୍ତୁ ହଠାତ୍ ମାଲ ବୋଝେଇ ଟ୍ରକଟି ନିୟନ୍ତ୍ରଣ ହରାଇ ସେମାନଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ଛଅ ଜଣଙ୍କର ମୃତ୍ୟୁ ହୋଇଥିଲା। ଏବଂ ସେହି ରାସ୍ତା ଦେଇ ଯାଉଥିବା ଆଉ କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି । ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ,ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଫେରାର ରହିଛି । ପୋଲିସ୍ ଟ୍ରକଟିକୁ ଜବତ କରିଛି । ଏବଂ ଘଟଣାର ତଦନ୍ତ ଜାରି ରଖିଛି ।