Advertisement
Photo Details/zeeodisha/odisha1822477
photoDetails0hindi

Top Richest YouTubers in India: ଜାଣନ୍ତୁ କିଏ ସେ ୫ ଧନୀ ୟୁଟ୍ୟୁବର, ଯିଏ ରୋଜଗାର କରନ୍ତି କୋଟି କୋଟି ଟଙ୍କା ।

Top Richest YouTubers in India: ସୋସିଆଲ ମିଡିଆ ଇନଫ୍ଲୁଏନସର ଓ ବ୍ଲଗରର୍ସ ମାନେ ଫ୍ରେମ ସହ ବେଶ ଭଲ ରୋଜଗାର ମଧ୍ଯ କରିଥାଆନ୍ତି । ସମଗ୍ର ବିଶ୍ୱରେ ୟୁଟ୍ୟୁବର ମାନେ ସେମାନଙ୍କର ଭିଡିଓ ଓ ପୋଷ୍ଟ ମାଧ୍ୟମରେ ବିପୁଳ ଅର୍ଥ ଉପାର୍ଜନ କରିଥାଆନ୍ତି । ଏହି ଦୌଡ଼ରେ ଆମ ଦେଶର ୟୁଟ୍ୟୁବର ମାନେ ମଧ୍ୟ ପଛରେ ନାହାଁନ୍ତି । ତେବେ ଆଜି ଆସନ୍ତୁ ଜାଣିବା ଭାରତରେ ସର୍ବାଧିକ ଆୟ କରୁଥିବା ୟୁଟ୍ୟୁବରଙ୍କ ବିଷୟରେ ।

1/5

କ୍ୟାରି ମିନିତି- କ୍ୟାରି ମିନିତିଙ୍କ ଦୁଇଟି ଚ୍ୟାନେଲ ରହିଛି। କ୍ୟାରିଇଜ ଲାଇଭ୍ (CarryisLive) ନାମକ ଚ୍ୟାନେଲରେ ସେ ଖେଳ ଓ ଲାଇଭ୍ ଷ୍ଟ୍ରିମ୍ କରିଥାଆନ୍ତି ସେହିପରି ଅନ୍ୟ ଏକ ଚ୍ୟାନେଲ୍ କ୍ୟାରିମିନିତି ସେ ନିଜର କନେଣ୍ଟ ଭିଡିଓ ଅପଲୋଡ଼ କରିଥାଆନ୍ତି । ତାଙ୍କ ଚ୍ୟାନେଲ କ୍ୟାରିମିନିତିରେ ୩୫ ମିଲିୟନ୍ subscriber ଓ କ୍ୟାରିଇଜ ଲାଇଭରେ ୯.୩ ମିଲିୟନ୍ subscriber ରହିଛନ୍ତି । ବିଜନେସ୍ କନେକ୍ଟ ଇଣ୍ଡିଆ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ୩.5୫ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୨୬ କୋଟି ଟଙ୍କା ଅଟେ ।

2/5

ଭୁବନ୍ ବାମ-ପ୍ରସିଦ୍ଧ ୟୁଟ୍ୟୁବର୍ ଭୁବନ୍ ବାମ ୨୦୧୫ ମସିହାରେ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଆରମ୍ଭ କରିଥିଲେ । ନିଜର କମେଡି଼ ଭିଡିଓ ପାଇଁ ସେ ସେ ଘରେ ଘରେ ପ୍ରସିଦ୍ଧ । ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୨୫ ନିୟୁତ subscriber ଅଛନ୍ତି। ବିଜନେସ୍ କନେକ୍ଟ ଇଣ୍ଡିଆ ୱେବସାଇଟ୍ ଅନୁଯାୟୀ, ୨୦୨୧ ମସିହାରେ ତାଙ୍କର ନିଟ୍ ମୂଲ୍ୟ ୩ ମିଲିୟନ୍ ଡଲାର୍ ଅର୍ଥାତ୍ ପ୍ରାୟ ୨୫ କୋଟି ଟଙ୍କା ଅଟେ ।

3/5

ନିଶା ମାଧୁଲିକା- ଯେତେବେଳେ ନୂଆ ଡିସ ଶିଖିବା କଥା ଆସେ ସେତେବେଳେ ଅଧିକାଂଶ ଲୋକଙ୍କ ମନରେ ନିଶା ମାଧୁଲିକାଙ୍କ କଥା ଆସେ । ନିଶାଙ୍କ ୟୁଟ୍ୟୁବ ଚ୍ୟାନେଲକୁ ଲୋକେ ବେଶ ଫଲୋ କରିଥାଆନ୍ତି । ତାଙ୍କ ଚ୍ୟାନେଲରେ ୧୩.୨ ନିୟୁତ subscriber ଅଛନ୍ତି।

4/5

ହର୍ଷ ବେନିୱାଲ- ଯଦି ଆପଣ କମେଡି଼ ଭିଡିଓ ଦେଖିବାକୁ ଭଲ ପାଆନ୍ତି ତାହାଲେ ଆପଣ ହର୍ଷ ବେନିୱାଲଙ୍କ ଭିଡିଓ ଦେଖିଥିବେ ନିଶ୍ଚିତ । ୨୬ ବର୍ଷ ବର୍ଷିୟ ହର୍ଷଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୧୫.୧ ମିଲିୟନ୍ subscriber ଅଛନ୍ତି । ଏହା ସହିତ ହର୍ଷ ଟାଇଗର ଶ୍ରଫଙ୍କ ସହ ଫିଲ୍ମ 'ଷ୍ଟୁଡେଣ୍ଟ ଅଫ୍ ଦି ଇୟର ୨'ରେ ମଧ୍ୟ କାମ କରିଛନ୍ତି।

5/5

 ଆଶିଷ ଚଞ୍ଚଲାନି -ପ୍ରସିଦ୍ଧ ୟୁଟ୍ୟୁବର ମାନଙ୍କ ମଧ୍ୟରୁ ଆଶିଷ ଚଞ୍ଚଲାନି ନାମ ମଧ୍ଯ ଆସେ । ତାଙ୍କର ୟୁଟ୍ୟୁବ୍ ଚ୍ୟାନେଲ୍ 'ଆଶିଷ ଚଞ୍ଚଲାନି ଭାଇନ୍ସ'ର (ashish chanchlani vines) ୨୮.୩ ମିଲିୟନ୍ subscriber ଅଛନ୍ତି। ବିଜନେସ୍ କନେକ୍ଟ ଇଣ୍ଡିଆ ଅନୁଯାୟୀ, ତାଙ୍କର ମାସିକ ଆୟ ୧୧୫,୦୦୦ରୁ ୧୮୦,୦୦୦ ଡଲାର ଅଟେ ।