Chandrayaan-3: ଆପଣ ନିଶ୍ଚୟ ଶୁଣିଥିବେ ଯେ କଠିନ ପରିଶ୍ରମ (Hard work) ଫଳ ଦେଇଥାଏ । ଆପଣ କେବଳ ଉତ୍ସାହର  ସହ ସଂଘର୍ଷ କରନ୍ତୁ, ଆପଣ ନିଶ୍ଚିତ ଭାବରେ ଫଳାଫଳ ପାଇବେ । କର୍ଣ୍ଣଲର ଏକ ଛୋଟ ପରିବାର (Small family)ରୁ ଆସିଥିବା ଦୁଇ ବୈଜ୍ଞାନିକ ଦେଶକୁ ଗର୍ବିତ କରିଛନ୍ତି। କର୍ଣ୍ଣଲର ଛୋଟ ପରିବାରରୁ ଆସିଥିବା ଦିପାଂଶୁ ଗର୍ଗ ଏବଂ ତାଙ୍କ ପତ୍ନୀ ଏବଂ ISRO ଟିମ୍ ଚନ୍ଦ୍ରଯାନ-୩ କୁ ସଫଳତାର ସହ ଚନ୍ଦ୍ରରେ ଅବତରଣ କରାଇ ଏକ ଉଦାହରଣ ସାଜିଛନ୍ତି । ଦିପାଂଶୁ ଗର୍ଗଙ୍କ ପରିବାର କର୍ଣ୍ଣଲର କାଲେଣ୍ଡାରୀ ଗେଟଠାରେ ରୁହନ୍ତି। ପରିବାର ଲୋକ କହିଛନ୍ତି ଯେ, ଦିପାଂଶୁଙ୍କ ପିଲାଦିନ ସଂଘର୍ଷ (Childhood struggle)ରେ କଟିଥିଲା। ଦୀପାନୁଙ୍କ ବାପା ଏକ କପଡା ଦୋକାନରେ କାମ କରୁଥିଲେ ଏବଂ ମାଆ ଘର କାମ । ମା’ଙ୍କ ସ୍ୱାସ୍ଥ୍ୟ (Health) ଖରାପ ଥିଲା, କିନ୍ତୁ ଦିପାଂଶୁ ଅଧ୍ୟୟନ ବେଳେ ପ୍ରତ୍ୟେକ କ୍ଷେତ୍ରରେ ଭଲ ରେଜଲ୍ଟ କରୁଥିଲେ । ଏକ ସମୟ ଥିଲା ଯେତେବେଳେ ଦିପାଂଶୁଙ୍କ ପରିବାର ପାଖରେ ବହିଟିଏ ବି କିଣିବା ପାଇଁ ଟଙ୍କା ନଥିଲା, ତେଣୁ ତାଙ୍କ ମାମୁଁ ତାଙ୍କୁ ବହି (Book) ଦେବାରେ ସାହାଯ୍ୟ କରୁଥିଲେ ।


COMMERCIAL BREAK
SCROLL TO CONTINUE READING

ଅଲଗା କିଛି କରିବାର ଇଚ୍ଛା ଚମତ୍କାର କଲା


ଦିପାଂଶୁ ନିଜର ସ୍କୁଲ୍ ଶିକ୍ଷା (School education) କର୍ଣ୍ଣଲରୁ ସାରି ଥିଲେ । ଏହା ପରେ ସେ ଇଞ୍ଜିନିୟରିଂ ଆରମ୍ଭ କଲେ ଏବଂ ଏକ ଘରୋଇ କମ୍ପାନୀରେ ଚାକିରି (Jobs in private companies) ଆରମ୍ଭ କଲେ, କିନ୍ତୁ ଦିପାଂଶୁଙ୍କର କିଛି ଅଲଗା କରିବାକୁ ଇଚ୍ଛା ତାଙ୍କୁ ଏହି ସ୍ଥାନକୁ ନେଇଥିଲା । ତାଙ୍କ ଠାରେ ଏପରି କିଛି କରିବାର ଇଚ୍ଛା ଶକ୍ତି  ଜାଗ୍ରତ ହୋଇଥିଲା, ଯାହା ତାଙ୍କ ଚାରିପାଖରେ କେହି କରି ନ ଥିଲେ ଏବଂ ଏଥିପାଇଁ ସେ ଚାକିରୀ ସହିତ ଅଧ୍ୟୟନ (Study) କରୁଥିଲେ । ସେ ISRO ପରୀକ୍ଷା ଦେଇଥିଲେ ଏବଂ ସେଥିରେ ସଫଳତା ପାଇଲେ । ISRO ଟିମରେ ସ୍ଥାନ ପାଇଲେ, ୨୦୧୭ ରେ ସେ ISRO ରେ ଯୋଗ ଦେଇଥିଲେ ଏବଂ ସେଠାରେ ସେ ISRO ରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ । ଉଭୟ ଚନ୍ଦ୍ରଯାନ-୩ ପଠାଇଥିବା  ISRO ଟିମରେ କାର୍ଯ୍ୟ କରୁଥିଲେ । 


ଚନ୍ଦ୍ରଯାନ-୨ ବିଫଳତାକୁ ନେଇ ନିରାଶ ହୋଇଥିଲେ


ଯେତେବେଳେ ଚନ୍ଦ୍ରାଯାନ-୨ ବିଫଳ (Chandrayaan-2 failed) ହେଲା, ଦିପାଂଶୁ ଏବଂ ତାଙ୍କ ପତ୍ନୀ ଅତ୍ୟନ୍ତ ନିରାଶ ହୋଇଥିଲେ, କିନ୍ତୁ ସେମାନେ ସାହସ ହରାଇ ନଥିଲେ । ସେମାନଙ୍କର ପରିଶ୍ରମ ସଫଳ ହେଲା,  ଚନ୍ଦ୍ରଯାନ -୩ ସଫଳତାର ସହିତ ଚନ୍ଦ୍ରରେ ଅବତରଣ କଲା । ତାଙ୍କ ପିତା ଏବଂ ମାତା ସେଠାରେ ତାଙ୍କ ସହ ରୁହନ୍ତି, ବାକି ପରିବାର ମଧ୍ୟ ତାଙ୍କ ସହ କଥା ହୋଇଥିଲେ ଏବଂ ଏହା ତାଙ୍କ ପାଇଁ ଏକ ଖୁସିର ମୁହୂର୍ତ୍ତ (happy moment) ଥିଲା । ଉଭୟଙ୍କ ଫଟୋ ମଧ୍ୟ ସେଠାରୁ ସାମ୍ନାକୁ ଆସିଥଲା। ତାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ, ବର୍ତ୍ତମାନ ତାଙ୍କ ଟିମ୍ ଅନ୍ୟ ଏକ ମିଶନରେ କାମ କରିବା ଆରମ୍ଭ କରିବେ। ଆଜି ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ମିଠା ବଣ୍ଟନ କରାଯାଉଛି ଏବଂ କେକ୍ କଟାଯାଉଛି ।


ସୂଚନାଯୋଗ୍ୟ, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଅର୍ଥାତ୍ ISRO ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ -୩ ଅବତରଣ କରି ଇତିହାସ ରଚିଛି । ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ଉପରେ ସଫ୍ଟ୍ ଅବତରଣ କରିଥିଲା, ଯାହା ଆଜି ପର୍ଯ୍ୟନ୍ତ କୌଣସି ଦେଶ ପହଞ୍ଚି ପାରି ନାହିଁ। କିନ୍ତୁ ଭାରତର ଏହି ସଫଳତା ପାଇଁ ବ୍ରିଟିଶ ଗଣମାଧ୍ୟମର ଆଖିରୁ ଲୁହ ଝରୁଛି। ବ୍ରିଟିଶ ଗଣମାଧ୍ୟମ କହିଛି ଯେ, ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଭାରତ ଭୁଲିଯିବା ଉଚିତ ନୁହେଁ ଯେ, ସେ ବିଶ୍ବର ବିଭିନ୍ନ ଦେଶରୁ ଆର୍ଥିକ ସହାୟତା (financial help) ପାଇଛି। ଏଠାରେ ଥିବା ଦାରିଦ୍ର୍ୟକୁ ଭୁଲି ଭାରତ ଏହି ସଫଳତାର ଉତ୍ସବରେ ବୁଡ଼ି ରହିଛି। କିନ୍ତୁ ବ୍ରିଟିଶ ଗଣମାଧ୍ୟମର ଏପରି ମନ୍ତବ୍ୟ ପରେ ଭାରତୀୟମାନେ ତାଙ୍କୁ ଆଇନା ଦେଖାଇଛନ୍ତି।


Also Read- ମନ୍ଦିରକୁ ୧୦୦ କୋଟିର ଚେକ୍ ଦେଲେ ଭକ୍ତ, ସତ ସାମ୍ନାକୁ ଆସିବା ପରେ ସଭିଏଁ ଆଶ୍ଚର୍ଯ୍ୟ