Amarnath Yatra 2023: ଭାରତୀୟ ଯବାନ ନିଜର ସଚ୍ଚୋଟତାର ପରିଚୟ ଦେଇଛନ୍ତି । ସୋମବାର ଦିନ ଜଣେ ଅମରନାଥ ତୀର୍ଥଯାତ୍ରୀ ନିଜର ମୂଲ୍ୟବାନ ସାମଗ୍ରୀ (Valuable goods) ଫେରସ୍ତ ପାଇ ଖୁସି ହୋଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା (Home Minister Amit Shah)  ଜାମ୍ମୁ କାଶ୍ମୀରର ପୋଲିସଙ୍କୁ ଧନ୍ୟବାଦ (Thank You) ଦେଇଛନ୍ତି । ଟ୍ୱିଟ୍ କରି ଶାହା ତାଙ୍କ କାର୍ଯ୍ୟକୁ ଖୁବ୍ ପ୍ରଶଂସା କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଟ୍ୱିଟରେ ଗୃହମନ୍ତ୍ରୀ କହିଛନ୍ତି ଯେ,“ପ୍ରକୃତ ବୀରତ୍ୱ ଆମର ସମ୍ମାନ ଏବଂ ସଚ୍ଚୋଟତା କାର୍ଯ୍ୟରେ ରହିଥାଏ ଯାହା ଆମ ଜୀବନରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଥାଏ । ଏହି କଥା ଜାମ୍ମୁ କାଶ୍ମୀର ପୋଲିସର ଏଏସଆଇ (ASI) ଦର୍ଶନ କୁମାର ଏବଂ ଏଚସି ସତ୍ୟପାଲଙ୍କ ପ୍ରମାଣିତ କରିଛନ୍ତି । ଅମରନାଥ ଯାତ୍ରା (Amarnath Yatra) ସୁରକ୍ଷା ବ୍ୟବସ୍ଥାରେ ଥିବାବେଳେ ସେମାନେ ଏକ ବ୍ୟାଗ ପାଇଥିଲେ ଯେଉଁଥିରେ ପ୍ରାୟ ୮୦ହଜାର ନଗଦ ଟଙ୍କା ସହ ମୋବାଇଲ୍ ଫୋନ୍ (Mobile phone) ଏବଂ ଭ୍ରମଣ ଡକ୍ୟୁମେଣ୍ଟ୍ ଥିଲା । ଜାମୁକାଶ୍ମୀର ପୋଲିସ (Jammu and Kashmir Police) ଉକ୍ତ ଯାତ୍ରୀଙ୍କ ନିକଟରେ ପହଞ୍ଚି ସଚ୍ଚୋଟତାର ସହ ଡକ୍ୟୁମେଣ୍ଟ (Document), ମୋବାଇଲ ସମେତ ନଗଦ ଟଙ୍କାର ବ୍ୟାଗଟିକୁ ପ୍ରଦାନ କରିଥିଲେ । ଏପରି ସଚ୍ଚୋଟତାର ଉଦାହରଣ ସାଜିଥିବାରୁ ମୁଁ ସେମାନଙ୍କୁ ସାଲ୍ୟୁଟ କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।


ସୂଚନା ଅନୁଯାୟୀ, ହଜିଯାଇଥିବା ବ୍ୟାଗଟି ଗୁଜୁରାଟର ଅହମ୍ମଦାବାଦ (Ahmedabad), ଚାନ୍ଦ ଖାଡା, ଆଇଓସି ରୋଡରୁ ଆସିଥିବା ଭକ୍ତ ମନୁ ଭୋଇଙ୍କ ପତ୍ନୀ ଯଶୋଦା ବେନଙ୍କର ଥିଲା । ଏଥିରେ ବିପୁଳ ପରିମାଣର ଟଙ୍କା, ଏକ ମୋବାଇଲ୍ ଫୋନ୍ , ପଞ୍ଜୀକରଣ ସାର୍ଟିଫିକେଟ (Registration Certificate) ଏବଂ RFID ସହିତ ତାଙ୍କ ଯାତ୍ରା ସମ୍ବନ୍ଧୀୟ ଆବଶ୍ୟକୀୟ ଦଲିଲ ରହିଥିଲା ​​। ବ୍ୟାଗଟି ହଜିଯିବା ପରେ ଯଶୋଦା ବେନ ଏବଂ ତାଙ୍କ ପରିବାରର ଲୋକେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ ଅଧିକାରୀଙ୍କୁ ଅବଗତ କରାଇଥିଲେ । ପରେ ଏଏସଆଇ ଦର୍ଶନ କୁମାର ଏବଂ ଏଚସି ସତ୍ୟପାଲ ତୁରନ୍ତ ସମସ୍ତ ପୋଲିସ କର୍ମଚାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ ।



ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ପ୍ରଶଂସିତ ।
ଜେ ଆଣ୍ଡ କେ ପୋଲିସ୍ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ମାଧ୍ୟମରେ ଏଏସ୍ଆଇ ଦର୍ଶନ କୁମାର ଏବଂ ଏଚ୍ସି ସତ୍ୟପାଲଙ୍କ ଏହି ଆନ୍ତରିକ କାର୍ଯ୍ୟକୁ ପ୍ରଶଂସା କରି ଏହି ଖବର ପୋଷ୍ଟ କରିଛି, ଯାହାକି ଜେ ଆଣ୍ଡ କେ ପୋଲିସର ଉତ୍ସର୍ଗୀକୃତତା ଏବଂ ଅଖଣ୍ଡତାର ଏକ ଉଜ୍ଜ୍ୱଳ ଉଦାହରଣ। ଏହି ଟୁଇଟ୍ ପରେ ଡିଜିପି, ଏଡିଜିପି ଏବଂ ଅନ୍ୟାନ୍ୟ ପୋଲିସ୍ ଟ୍ୱିଟର ହ୍ୟାଣ୍ଡେଲ ସମେତ ବହୁ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ରିଟ୍ୱିଟ କରାଯାଇଥିଲା।


ଅନ୍ୟପଟେ ନିଜର ଟଙ୍କା ଓ ଜିନିଷପତ୍ର ଫେରିପାଇବା ପରେ ଯଶୋଦା ବେନ ଓ ତାଙ୍କ ପରିବାର ଲୋକେ ପୋଲିସ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ କହିଛନ୍ତି ଯେ, ବାବା ଭୋଲେନାଥ ଆମକୁ ସାହା ହେଲେ । ଆମେ ସତରେ ବଞ୍ଚିବା ଲୋକ ତେଣୁ କାହାର କିଛି ନଷ୍ଟ କରିନାହୁଁ ଏଥିପାଇଁ ଭଗବାନ ଆମକୁ ଆମ ପରିଶ୍ରମର ଅର୍ଥ ଫେରାଇଦେଲେ ।


ଅମରନାଥ ଯାତ୍ରା କେତେ ଦିନ ଚାଲିବ?
ଦକ୍ଷିଣ କାଶ୍ମୀର ହିମାଳୟର ୩ହଜାର ୮ଶହ ୮୮ ମିଟର ଉଚ୍ଚରେ ଅବସ୍ଥିତ ପ୍ରଭୁ ଅମରନାଥ ଗୁମ୍ଫାକୁ ଶ୍ରଦ୍ଧାଳୁଙ୍କ ଯାତ୍ରା ଆରମ୍ଭ ହୋଇସାରିଛି । ଏହି ୬୨ ଦିନିଆ ତୀର୍ଥଯାତ୍ରା ଜୁଲାଇ ୧ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ତୀର୍ଥଯାତ୍ରୀମାନେ ଜାମ୍ମୁ କାଶ୍ମୀର, ବାଲ୍ଟାଲ ଏବଂ ପହଲଗାମରେ ଦୁଇଟି ମାର୍ଗ ଦେଇ ଯାତ୍ରା କରନ୍ତି। ସୂତ୍ରରୁ ପ୍ରକାଶ ଯେ, ଗତ ବର୍ଷ ପାଖାପାଖି ୪ଲକ୍ଷ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ଦର୍ଶନ କରିଥିଲେ । ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ପାଞ୍ଚ ଲକ୍ଷ ପାର୍ ହୋଇପାରେ ବୋଲି ଆକଳନ କରାଯାଉଛି ।


Also read- School Love: ୬୦ ବର୍ଷ ପରେ ପାଇଲେ ସ୍କୁଲ୍ ପ୍ରେମିକାକୁ: ଆଣ୍ଠୁମାଡି କଲେ ପ୍ରେମ ନିବେଦନ