Advertisement
Article Detail0/zeeodisha/odisha2275961
Zee OdishaOdisha TrendingPrice hike: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ଭୋଟ ପରେ ବଢ଼ିଲା ଟୋଲ୍ ଓ ଦୁଗ୍ଧ ଦର

Price hike: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ଭୋଟ ପରେ ବଢ଼ିଲା ଟୋଲ୍ ଓ ଦୁଗ୍ଧ ଦର

Price hike: ଦୁଇ ଟଙ୍କା ବୃଦ୍ଧି ହୋଇଛି ଅମୁଲ କ୍ଷୀର ଦର। ନିର୍ବାଚନର ଫଳାଫଳର ଗୋଟିଏ ଦିନ ପୂର୍ବରୁ ଦେଶର ପ୍ରମୁଖ କମ୍ପାନୀ ଅମୁଲ ଆଜିଠୁ ଦର ବୃଦ୍ଧି ନେଇ ଘୋଷଣା କରିଛି। ଅମୁଲ ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରିଥିବା ଘୋଷଣା କରିବା ସହ ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଅମୁଲ ତାଜା ପାଉଡର ଛାଡିଲେ ଅନ୍ୟ ସମସ୍ତ ପ୍ୟାକେଟ୍ କ୍ଷୀରର ଦର ବୃଦ୍ଧି ହୋଇଛି। 

Price hike: ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ଭୋଟ ପରେ ବଢ଼ିଲା ଟୋଲ୍ ଓ ଦୁଗ୍ଧ ଦର

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଶେଷ ହେବା ପରେ ଫଳାଫଳ ନଆସୁଣୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିଛି। ଏହାପୂର୍ବରୁ ମଧ୍ୟ ଲୋକଙ୍କ ଉପରେ ମୁଦ୍ରାସ୍ଫୀତିର ଦ୍ୱିଗୁଣ ହୋଇଛି। ଟୋଲ୍‌ ଗେଟ୍‌ ଗୁଡ଼ିକରେ ଅଧିକ ଶୁଳ୍କ ବଢ଼ିବା ସହ ପ୍ରମୁଖ କମ୍ପାନୀ ଅମୁଲ ଆଜିଠୁ ଦର ବୃଦ୍ଧି ନେଇ ଘୋଷଣା କରିଛି। ତେବେ ଆଜିଠାରୁ ଦେଶର ଟୋଲ୍‌ ଗେଟ୍‌ ଗୁଡ଼ିକରେ ‌ଗାଡ଼ି ମାଲିକମାନଙ୍କୁ ଅଧିକ ଶୁଳ୍କ ଗଣିବାକୁ ପଡ଼ିବ। ଟୋଲ୍ ଶୁଳ୍କରେ ଯେଉଁ ବାର୍ଷିକ ବୃଦ୍ଧି ହେଉଥିଲା, ତାହା ଗତ ଏପ୍ରିଲ୍‌ରେ ଲାଗୁ ହେବାର ଥିଲା, ମାତ୍ର ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ନିଷ୍ପତ୍ତିକୁ ଆଉ ଲାଗୁ କରାଯାଇ ନଥିଲା। ଯେହେତୁ ମତଦାନ ପ୍ରକ୍ରିୟା ଶେଷ ହୋଇଛି, ତେଣୁ ଆସନ୍ତାକାଲିଠାରୁ ଶୁଳ୍କ ବୃଦ୍ଧିକୁ ଲାଗୁ କରାଯିବା ଉପରେ ବିଚାର କରାଯାଉଛି। ସାରା ଦେଶରେ ଟୋଲ୍‌ ଶୁଳ୍କରେ ୩ ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ଜଣାପଡ଼ିଛି।

ସେହିପରି ଦୁଇ ଟଙ୍କା ବୃଦ୍ଧି ହୋଇଛି ଅମୁଲ କ୍ଷୀର ଦର। ନିର୍ବାଚନର ଫଳାଫଳର ଗୋଟିଏ ଦିନ ପୂର୍ବରୁ ଦେଶର ପ୍ରମୁଖ କମ୍ପାନୀ ଅମୁଲ ଆଜିଠୁ ଦର ବୃଦ୍ଧି ନେଇ ଘୋଷଣା କରିଛି। ଅମୁଲ ଲିଟର ପିଛା ଦୁଇ ଟଙ୍କା ବୃଦ୍ଧି କରିଥିବା ଘୋଷଣା କରିବା ସହ ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଅମୁଲ ତାଜା ପାଉଡର ଛାଡିଲେ ଅନ୍ୟ ସମସ୍ତ ପ୍ୟାକେଟ୍ କ୍ଷୀରର ଦର ବୃଦ୍ଧି ହୋଇଛି। ଯେପରିକି ଅମୁଲ ଗୋଲ୍ଟ, ଅମୁଲ ତାଜା ଏବଂ ଅମୁଲ ଶକ୍ତିର ଦର ବୃଦ୍ଧି ହୋଇଛି। 

ଅମୁଲ ଗୋଲ୍ଟ ୫୦୦ମିଲି ଲିଟର ପୂର୍ବରୁ ୩୨ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ବୃଦ୍ଧି ହୋଇ ୩୩ଟଙ୍କା ହୋଇଛି। ସେହିପରି ଅମୁଲ ତାଜା ୫୦୦ ମିଲି ଲିଟର ୨୬ଟଙ୍କା ପୂର୍ବରୁ ଥିବାବେଳେ ବର୍ତ୍ତମାନ ୨୭ଟଙ୍କା ଏବଂ ଅମୁଲ ଶକ୍ତି ୫୦୦ମିଲି ଲିଟର ୨୯ଟଙ୍କା ପୂର୍ବରୁ ରହିଥିବା ବେଳେ ଏହା ବୃଦ୍ଧି ହୋଇ ୩୦ଟଙ୍କାରେ ପହଞ୍ଚିଛି। ଅମୁଲ ତାଜା ଛୋଟ ପାଉଡର ପ୍ୟାକେଟର ଦାମ୍‌‌ରେ କୌଣସି ପରିବର୍ତ୍ତନ ହୋଇନାହିଁ। ନୂଆ ଦର ଲାଗୁ ହେବା ପରେ ଏବେ ଲୋକମାନେ ଲିଟର ପିଛା ଅମୁଲ କ୍ଷୀର ୬୬ଟଙ୍କାରେ କ୍ରୟ କରିବେ।

Add Zee News as a Preferred Source

ଅନ୍ୟପଟେ ମୁଦ୍ରାସ୍ଫୀତିକୁ ନଜରରେ ରଖି ବାର୍ଷିକଭିତ୍ତିରେ ଟୋଲ୍ ଶୁଳ୍କ ସଂଶୋଧନ କରାଯାଇଥାଏ। ରାଜପଥ ଅପରେଟରମାନେ ସେହି ବୃଦ୍ଧି ସମ୍ପର୍କରେ ଆଞ୍ଚଳିକ ସମ୍ବାଦପତ୍ର ଗୁଡ଼ିକରେ ସୂଚନା ଦେଇଥାନ୍ତି। ଆଜିଠାରୁ ପ୍ରାୟ ୧୧ଶହ ଟୋଲ୍ ପ୍ଲାଜାରେ ଶୁଳ୍କରେ ୩-୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଛି। ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ସ୍ଥଗିତ ଥିବା ଟୋଲ୍ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ଆଜିଠୁ ଲାଗୁ ହେବ।

ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କ କହିବାନୁସାରେ ଟୋଲ୍ ଶୁଳ୍କ ଏବଂ ଇନ୍ଧନ ଉପରେ ଟିକସ ଲାଗୁ କରାଯାଇଥିବାରୁ ଦେଶରେ ରାଜପଥ ବଢ଼ାଇବାରେ ତାହା ସହାୟକ ହେଉଛି। ମାତ୍ର ବିରୋଧୀ ଦଳ ଏବଂ ଗାଡ଼ି ମାଲିକମାନେ ଶୁଳ୍କର ବାର୍ଷିକ ବୃଦ୍ଧିକୁ ବିରୋଧ କରୁଛନ୍ତି। ସେମାନଙ୍କ ମତରେ ଟୋଲ୍ ଶୁଳ୍କ ବଢ଼ିବା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେଉଥିବା ବେଳେ ଲୋକମାନଙ୍କ ଉପରେ ଅଯଥା ବୋଝ ରହୁଛି। ୨୦୧୮-୧୯ରେ ଦେଶରେ ୨୫,୨୦୦ କୋଟି ଟଙ୍କାର ଟୋଲ୍ ଶୁଳ୍କ ସଂଗ୍ରହ ହୋଇଥିଲା, ଯାହା ୨୦୨୨-୨୩ ସୁଦ୍ଧା ୫୪,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଟୋଲ୍ ପ୍ଲାଜା ସଂଖ୍ୟାରେ ବୃଦ୍ଧି, ଅଧିକ ଗାଡ଼ି ସଡ଼କକୁ ବ୍ୟବହାର କରିବା ଏବଂ ଶୁଳ୍କରେ ବୃଦ୍ଧି ପାଇଁ ଟୋଲ୍ ଶୁଳ୍କ ସଂଗ୍ରହରେ ଏଭଳି ବୃଦ୍ଧି ଘଟିଛି।

About the Author