Advertisement
Article Detail0/zeeodisha/odisha2275809
Zee OdishaOdisha StateOdisha news: ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଗିରଫ

Odisha news: ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଗିରଫ

Odisha news: ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଗତକାଲି ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ, ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ସଂଗ୍ରାମ ପାତ୍ର। 

Odisha news: ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଗିରଫ

ଭୁବନେଶ୍ବର: ନିର୍ବାଚନ ପ୍ରଚାର ବେଳେ ଭଦ୍ରକ ଲୋକସଭା ଅଞ୍ଚଳରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ପୁଲିସ ଗତକାଲି ବିଳମ୍ବିତ ରାତିରେ ଆଉ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକ ଏବେବି ଖୁଲୁମ୍ ଖୁଲା ବୁଲୁଥିବାର ଙ୍କଏଯାଏ ପୁଲିସ ତାକୁ ଧରିବାରେ ଧରିବାକୁ ଚେଷ୍ଟା କରୁନି ବୋଲି ବିଜେପି କହିଛି। 

ସୂଚନାଥାଉକି, ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଗତକାଲି ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟ, ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ସଂଗ୍ରାମ ପାତ୍ର। ତେବେ ଆଜି ଡିଜିପି ଅଫିସ ଘେରାଉ କରାଯିବା ନେଇ ସାମ୍ବାଦିକ ସମ୍ମିଳନୀରେ କୁହାଯିବା ପରେ ଆଜି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରଚାରର ଶେ‌ଷ ଦିନରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ପ୍ରଚାରସାରି ଫେରିବା ବେଳେ ଶଶୀକାଦେଇପୁର ନିକଟରେ କରଞ୍ଜମାଳର ପୂର୍ବତନ ସରପଞ୍ଚ ରମେଶ ନାୟକ ଓ ତାଙ୍କର ସହଯୋଗୀମାନେ ଖଣ୍ଡା, ଭୁଜାଲିରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏଥିସହ ଅଭିଳାଷଙ୍କ ପ୍ରଚାର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଆକ୍ରମଣରେ ଗୁରୁତର ଆହତ ଅଭିଳାଷଙ୍କ ସମେତ ୪ ଜଣଙ୍କୁ ଅନ୍ୟ ସହଯୋଗୀମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରଚାରରେ ସାମିଲ ଥିବା କିଛି ବିଜେପି କର୍ମୀଙ୍କୁ ଆକ୍ରମଣକାରୀ ଅପହରଣ କରି ନେଇଥିବା ବିଜେପି ପକ୍ଷରୁ ବାଂଶଡ଼ା ଥାନାରେ ଅଭିଯୋଗ କରାଯାଇଥିଲା। ପରେ ଏହି ଆକ୍ରମଣରେ ଶହେରୁ ଅଧିକ ବିଜେଡି କର୍ମୀଙ୍କ ସମ୍ପୃକ୍ତି ଥିବା ଅଭି‌ଯୋଗ କରି ସେମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି କର୍ମୀମାନେ ଧାମରା-ବାସୁଦେବପୁର ରାସ୍ତା ଅବରୋଧ କରିଥିଲେ। ଏହି ଘଟଣାରେ ପୁଲିସ ୫ଜଣଙ୍କୁ ପୂର୍ବରୁ ଗିରଫ କରିଥିବା ବେଳେ ଗତକାଲି ବିଲମ୍ବିତ ରାତିରେ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

Add Zee News as a Preferred Source
About the Author