Use of Doneky: ଗଧକୁ ନେଇ ବିଭିନ୍ନ ମଣିଷ ସମାଜରେ ବିଭିନ୍ନ ପ୍ରକାର ଧାରଣା ରହିଛି। କେହି କେହି କହିଥାନ୍ତି ଗଧ ହେଉଛି ଏକ ନିର୍ବୋଧ ପ୍ରାଣୀ। ଯାହାର କାମ କେବଳ ଭାର ବୋହିବା। ମାନବ ସଭ୍ୟତା ବିକଶିତ ହେବା ପରେ ଗଧକୁ ଏକ ଭାର ବୁହା ପ୍ରାଣୀ ଭାବେ ବ୍ୟବହାର ଆସୁଛି ମଣିଷ। କେବଳ ଭାର ବୋହିବା ନୁହେଁ କିଛି ଗଧଙ୍କ କ୍ଷୀର ପାଇଁ ପାଳନ କରା ଯାଇଥାଏ। ମୋଟ ଉପରେ କହିବାକୁ ଗଲେ ଗାଇ ଗୋରୁଙ୍କ ଭଳି ଗଧ ହେଉଛି ଏକ ଗୃହପାଳିତ ଜୀବ। 


COMMERCIAL BREAK
SCROLL TO CONTINUE READING

ହେଲେ ଏବେ ଏହି ଗୃହ ପାଳିତ ପ୍ରାଣୀଙ୍କୁ ଖାଦ୍ୟ ବ୍ୟବହାର କରୁଛି ମଣିଷ। ଏକଥା ଶୁଣିଲେ ଆପଣଙ୍କ ହୁଏତ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ହେଲେ ଏହା ସତ୍ୟ। କ୍ଷୀର ପରେ ଏବେ ଖାଦ୍ୟ ପାଇଁ ବ୍ୟବହାର ହେଉଛି ଗଧ ଗଧ ମାଂସ। ଆନ୍ଧ୍ର ପ୍ରଦେଶର କିଛି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।       


ଏଠାରେ ଗଧ ମାଂସ ବିକ୍ରି ହେଉଥିବା ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବା ପାଇଁ ଏଠାରେ କିଛି ଲୋକ ଗଧ ମାଂସ ଖାଉଥିବାର ଖବର ମିଳିଛି। ଚାହିଦା ଅନୁଯାୟୀ ଠକ ମାଂସ ବ୍ୟବସାୟୀ ଅଧିକ ମୂଲ୍ୟରେ ଲୋକଙ୍କୁ ଗଧ ମାଂସ ବିକ୍ରି କରୁଛନ୍ତି। ଏହି ଘଟଣା ବାବଦରେ ଅବଗତ ହୋଇ ଆନ୍ଧ୍ରପ୍ର ଦେଶ ପ୍ରଦେଶ ପୋଲିସ ରାଜ୍ୟର ବାପଟଲା ଜିଲ୍ଲାରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗଧ ମାଂସ କରିବା ମାମଲାରେ ପୋଲିସ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଏଠାରୁ ୪୦୦ କିଲୋଗ୍ରାମରୁ ଅଧିକ ଗଧ ମାଂସ ଜବତ କରିଛି।


ରାଜ୍ୟର ଗଧ ମାଂସ ବିକ୍ରି କରାଯିବା ଘଟଣାରେ ପ୍ରତିକ୍ରିୟା ରଖିଛି ଆନ୍ଧ୍ରପ୍ରଦେଶ ପୋଲିସ। ଏନେଇ ପୋଲିସ କହିଛି ମୃତ ଗଧର ମୁଣ୍ଡ, ଗୋଡ ଏବଂ ଲାଞ୍ଜ ସମେତ ଶରୀରର ବିଭିନ୍ନ ଅଙ୍ଗକୁ ଜବତ କରାଯାଇଛି। ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ପିସିଏ ଆକ୍ଟ ୧୯୬୦ ଅନୁଯାୟୀ ୭ ଜଣଙ୍କୁ ଅଭିଯୁକ୍ତ ଗିରଫ କରାଯାଇଛି। ଯେଉଁମାନେ ଗଧ ମାଂସ ବିକ୍ରି କରିବା ଘଟଣାରେ ଜଡ଼ିତ ରହିଥଲେ।  


ଅନ୍ୟ ପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ପ୍ରାଣୀ ସଙ୍ଗଠନ ପେଟା। ଏନେଇ ସଙ୍ଗଠନ ପକ୍ଷରୁ କୁହାଯାଇଛି ଗଧ ହେଉଛି ସାମାଜିକ ତଥା ସମ୍ବେଦନଶୀଳ ପ୍ରାଣୀ। ହେଲେ ଆନ୍ଧ୍ରପ୍ରଦେଶରେ  ଗଧଙ୍କୁ ମାଂସ ପାଇଁ ହତ୍ୟା କରାଯାଉଛି। ବେଆଇନ ଗଧ ହତ୍ୟା ବାବଦରେ ଖବର ଦେବାକୁ ଲୋକଙ୍କୁ ନିବେଦନ କରିଛି ପେଟା।


Also Read: ଆଶ୍ଚର୍ଯ୍ୟ ଘଟଣା! କଳା ଘୋଡା ହୋଇଗଲା ଲାଲ


ଦେଶରେ ଗଧ ମାରିବା ଏବଂ ମାଂସ କାରବାର ବେଆଇନ। ଏହି କାର୍ଯ୍ୟକଳାପରେ ଜଡିତ ଥିବା ବ୍ୟକ୍ତିଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ କିମ୍ବା ଜୋରିମାନା କିମ୍ବା ଉଭୟ ଦଣ୍ଡ ମିଳିପାରେ। ଗଧ ଭଳି ପ୍ରାଣୀକୁ ହତ୍ୟା କରିବା ଆଇପିସି ୪୨୯ ଧାରାର ଉଲ୍ଲଂଘନ। ଖାଦ୍ୟ ସୁରକ୍ଷା ଏବଂ ମାନକ ଅଧିନିୟମ ୨୦୦୬ ଅନୁଯାୟୀ ଗଧ ମାଂସ ଖାଇବା ଦଣ୍ଡନୀୟ ଅପରାଧ।


 ଆନ୍ଧ୍ର ପ୍ରଦେଶର କୃଷ୍ଣା, ପଶ୍ଚିମ ଗୋଦାବରୀ ଏବଂ ଗୁଣ୍ଟୁର ଜିଲ୍ଲାରେ ଗଧ ମାଂସ ଖିଆ ଯାଇଥାଏ। ବିଶ୍ୱାସ କରାଯାଏ ଯେ ଗଧ ମାଂସ ଖାଇବା ପିଠି ଯନ୍ତ୍ରଣା ଏବଂ ଆସ୍ଥମା ଭଲ ରୋଗ ଦୂର ହୋଇଥାଏ। ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଗଧ ମାଂସ ଯୌନ ଶକ୍ତି ବୃଦ୍ଧି କରିଥାଏ। ଗଧ ମାଂସ କିଲୋଗ୍ରାମ ପ୍ରତି ୬୦୦ ଟଙ୍କାରେ ବିକ୍ରି ହୋଇଥାଏ।