ଆଶ୍ଚର୍ଯ୍ୟ ଘଟଣା; ! କଳା ଘୋଡା ହୋଇଗଲା ଲାଲ
Advertisement
Article Detail0/zeeodisha/odisha1161790

ଆଶ୍ଚର୍ଯ୍ୟ ଘଟଣା; ! କଳା ଘୋଡା ହୋଇଗଲା ଲାଲ

ଏହି  ଘଟଣା ଏବେ କୌତୂହଳର ବିଷୟ ପାଲଟିଛି।  

ଆଶ୍ଚର୍ଯ୍ୟ ଘଟଣା; ! କଳା  ଘୋଡା ହୋଇଗଲା ଲାଲ

ଚଣ୍ଡିଗଡ଼:  ଘୋଡ଼ା କିଣି ଫସିଯାଇଛନ୍ତି ଜଣେ  ବ୍ୟବସାୟୀ।  ପଞ୍ଜାବ ସଙ୍ଗୁରର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା।  ଘୋଡ଼ା କିଣି ୨୨ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି ବ୍ୟବସାୟୀ।  ଏହି  ଘଟଣା ଏବେ କୌତୂହଳର ବିଷୟ ପାଲଟିଛି।  

ରମେଶ କୁମାର ନାମକ ଜଣେ ବ୍ୟବସାୟୀ ୨୨ ଲକ୍ଷ ଟଙ୍କା ଦେଇ ଏକ କଳା ରଙ୍ଗର ଘୋଡ଼ା କିଣିଥିଲେ। ମାତ୍ର ଯେତେବେଳେ ସେ ଘୋଡାକୁ ଗାଧୋଇ ଦେଇଥିଲେ ସେତେବେଳେ ଘୋଡ଼ାର ରଙ୍ଗ ର ଲାଲ ହୋଇଯାଇଥିଲା।  

ବ୍ୟବସାୟୀ  ରମେଶ କୁମାର ନଗଦ ୭.୬୫ ଲକ୍ଷ ଟଙ୍କା ଦେଇ ଏକ କଳ ରଙ୍ଗର ଘୋଡ଼ା କଣିଥିଲେ। ଯେତେବେଳେ  ସେ ନିଜେ କିଣିଥିବା ଘୋଡାକୁ ଗାଧୋଇ ଦେଇଥିଲେ ସେତେବେଳେ  ଘୋଡା ଶରୀର ରଙ୍ଗ  କଳା ରଙ୍ଗରୁ ଲାଲ ହୋଇଯାଇଥିଲା।       

ଏହି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖି ରମେଶ କୁମାର କହିଛନ୍ତି ଯେତେବେଳେ ମୁଁ ନିଜେ କିଣିଥିବାଘୋଡାକୁ ଗାଧୋଇ ଦେଉଥିଲି ସେତେବେଳେ ଏହା ଶରୀରରେ ଲାଗିଥିବା କଳା ରଙ୍ଗ ଛାଡ଼ିବା ଆରମ୍ଭ କରିଥିଲା ଯେତେବେଳେ  ମୁଁ  ଏନେଇ ଅଭିଯୋଗ କରିଥିଲି ସେତେବେଳେ ମୋତେ  ହତ୍ୟା ଧମକ ଦିଆଯିବା ସହ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି  କୁହାଯାଇଥିଲା।  ପୋଲିସ ଏହି ଘଟଣାରେ  ଲଚରା ଖାନ୍,  ଜିତେନ୍ଦ୍ର ପାଲ ସିଖୋ, ଲଖବିନ୍ଦର ସିଂହ  ନାମକ ୩  ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ଦାଏର କରିଛି। 

Also Read: ଦ୍ୱିତୀୟ ବିବାହ କରି ହଟହଟା ଯୁବକ

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି  ଏହି ୩ ଜଣ ବ୍ୟକ୍ତି  ବ୍ୟବସାୟୀ ରମେଶ କୁମାରଙ୍କୁ ପ୍ରଲୋଭନ ଦେଖାଇ କମ ମୂଲ୍ୟରେ ଭଲ ପ୍ରଜାତିର ଘୋଡା ଦେବା କଥା କହିଥିଲେ।  ଲୋଭରେ ପଡ଼ି ରମେଶ କୁମାର ୨୨ ଲକ୍ଷ ଟଙ୍କା ମୂଲ୍ୟରେ ଘୋଡା଼ କିଣିବାକୁ  ରାଜି ହୋଇଥିଲେ। ଏଥିପାଇଁ ସେ ନଗଦ  ୭ ଲକ୍ଷ  ୬୫ ହଜାର ଟଙ୍କା ନଗଦ ଦେଇଥିଲେ।  ହେଲେ ଯେତେବେଳେ ସେ  ଘୋଡ଼ାକୁ ଘରକୁ ଆଣିଥିଲେ ସେତେବଳେ ତାଙ୍କର ସନ୍ଦେହ ହୋଇଥିଲା।  ଯେତେବେଳେ ସେ  ଘୋଡାକୁ ଗାଧୋଇ ଦେଇଥିଲେ ସେତେବେଳେ ଏହା ଶରୀରରେ ଲାଗିଥିବା କଳା ରଙ୍ଗ ଧୋଇଯିବା ଆରମ୍ଭ କରିଥିଲା।  ଗାଧୋଇବା ପରେ ଘୋଡା ରଙ୍ଗ ଲାଲ ହୋଇଯାଇଥିଲା।  ଘୋଡା କିଣି ଠକାମୀର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ ସେ।

ଏହା  ପରେ ରମେଶ କୁମାର ଲଚରା ଖାନ୍,  ଜିତେନ୍ଦ୍ର ପାଲ ସିଖୋ, ଲଖବିନ୍ଦର ସିଂହ ଙ୍କୁ   ଘୋଡ଼ା ଫେରାଇ ଦେବା ସହ  ଟଙ୍କା ଫେରସ୍ତ ମାଗିଥିଲେ।   ମାତ୍ର ସେମାନେ ତାଙ୍କୁ  ହତ୍ୟା ଧମକ ଦେବା ସହ ଟଙ୍କା ଫେରସ୍ତ କରାଯିବ ନାହିଁ ବୋଲି  କହିଥିଲେ। ପୋଲିସ ଏହି ଘଟଣାରେସ ଏହି ୩  ଜଣଙ୍କ ବିରୋଧରେ ମାମଲା ଦାଏର କରିଛି।