ନୂଆଦିଲ୍ଲୀ: ଯେଉଁ ଆଡେ ଚାହିଁବେ ସିଆଡେ କେବଳ ପାଣି ଆଉ ପାଣି । କିଛି ଦିନ ହେବ ଲଗାତାର ଭାବେ ପ୍ରବଳ ବର୍ଷା ହେବା କାରଣରୁ ଆସାମରେ ବନ୍ୟା ସ୍ଥିତି ଏକପ୍ରକାର ଅଣାୟତ ହୋଇପଡିଛି । ଚାଷ ଜମି, ରାସ୍ତା ବୁଡିରହିଥିବା ସମୟରେ ଖାଲୁଆ ଅଞ୍ଚଳରେ ଥିବା ଘରଗୁଡିକ ମଧ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ୟାରେ ବିଭିନ୍ନ କାରଣରୁ ମୋଟ ୩୦ ଲୋକଙ୍କ ଜୀବନ ଯାଇଥିବା ସମୟରେ ମୋଟ ୧.୬୧ ଲକ୍ଷ ଲୋକ ବନ୍ୟାପୀଡିତ ଅଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଆସାମର ୧୫ଟି ଜିଲ୍ଲାରେ ବନ୍ୟାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା କାରଣରୁ ବ୍ରହ୍ମପୁତ୍ର ନଦୀ ସମେତ ଅନ୍ୟାନ୍ୟ ନଦୀର ଜଳସ୍ତର ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଉଦ୍ଧାରକାରୀ ଦଳଙ୍କୁ ନିୟୋଜିତ କରାଯିବା ସହିତ ପ୍ରଶାସନିକ ଅଧିକାରୀମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ବନ୍ୟା ପୀଡିତଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦେବା ପାଇଁ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ଖାଲୁଆ ଅଞ୍ଚଳର ଲୋକମାନଙ୍କୁ ବୋଟ୍ ମାଧ୍ୟମରେ ଉଦ୍ଧାର କରାଯାଇ ବିଭିନ୍ନ ସରକାରୀ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇବା ସହ ବନ୍ୟା ଅଞ୍ଚଳର ଲୋକମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି ।


Also Read- ଲୋକସଭାର କାମଚଳା ବାଚସ୍ପତି ହେଲେ ଭର୍ତ୍ତୃହରି ମହତାବ


Also Read- Crime News: ଗଜପତିରୁ ୯ କ୍ଵିଣ୍ଟାଲ ଗଞ୍ଜେଇ ଜବତ