)
ଗଜପତି: ଅଡ଼ବା ଥାନା ଅନ୍ତର୍ଗତ ଆରୁମପେଟା ଜଙ୍ଗଲ ନିକଟରେ ପୋଲିସ ରେଡ୍ ହୋଇଛି । ଜଙ୍ଗଲର ଏକ ସ୍ଥାନରୁ ପାଖାପାଖି ୯ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ଦାମ କୋଟିଏ ଟଙ୍କା ହେବ ବୋଲି କୁହାଯାଉଛି ।
ସୂଚନା ମୁତାବକ, ଜଙ୍ଗଲରେ ଗଞ୍ଜେଇ ରଖି ରାଜ୍ୟ ତଥା ବାହାର ରାଜ୍ୟର ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରୁଥିଲେ ଗଞ୍ଜେଇ ମାଫିଆମାନେ । କୌଣସି ସୁତ୍ରରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଫିଆଙ୍କ ପ୍ଲାନକୁ ପଣ୍ଡ କରିଥିଲା । କିନ୍ତୁ ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିବା ସହ ତଦନ୍ତ ଆରମ୍ଭ କରିଛି ।