)
ନୂଆଦିଲ୍ଲୀ: କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମ୍ବିଧାନର ଧାରା 95 (1) ଅନୁଯାୟୀ ଲୋକସଭାର ପ୍ରୋ-ଟେମ୍ ସ୍ପିକର ଭାବରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି । ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି । ୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ରୁ ଜୁଲାଇ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯେଉଁଥିରେ ଗୃହର ନୂତନ ବାଚସ୍ପତି ନିର୍ବାଚିତ ହେବେ। ଏହି ସମୟ ପର୍ଯ୍ୟନ୍ତ ଲୋକସଭାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦାୟିତ୍ୱ ସମ୍ଭାଳିବେ ଭର୍ତ୍ତୃହରି ମହତାବ ।
୧୯୯୮ ମସିହାରୁ ବିଜେଡି ଟିକେଟରେ କଟକରୁ ଜିତିଥିବା ମହତାବ ଦଳରୁ ଇସ୍ତଫା ଦେଇ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁତ୍ର ଭର୍ତ୍ତୃହରି ୨୦୨୪ ମସିହାରେ ପୁଣିଥରେ କଟକରୁ ନିର୍ବାଚନ ଜିତିବାରେ ସକ୍ଷମ ହୋଇଥିଲେ ।