Road Accident News In Odia: ଏମିତି ବି ଆସେ ମୃତ୍ୟୁ ।  ଭୟଙ୍କର ସଡ଼କ ଦୁର୍ଘଟଣା (Road Accident)। ଦୁର୍ଘଟଣାରେ ଚାଲିଗଲା ୬ ଜଣଙ୍କ ଜୀବନ( six persons killed in road accident)। କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଜଣେ ଆହତ ହୋଇଛନ୍ତି।  ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ ମୃତଦେହ ଗୁଡିକ ଖଣ୍ଡ ବିଖଣ୍ଡିତ ହୋଇ ପଡିଥିଲା । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ପ୍ରାଥମିତ ତଦନ୍ତରୁ ଜଣାପଡିଛି । ୟୁପିର ବଳରାମପୁର ନିକଟରେ ଏଭଳି ଛାତିଥରା ଭୟଙ୍କର ଦୁର୍ଘଟଣା ଘଟିଛି (balrampur road accident killed whole family )।  ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ୟୁପିର ଦେଓରିଆ ଜିଲ୍ଲାର ଶ୍ରୀରାମପୁର ଥାନା ଅଞ୍ଚଳରେ ରୁହନ୍ତି ପାରସ ଶାହାଙ୍କ ପରିବାର । ଏହି ପରିବାର ନିଜ ସମ୍ପର୍କୀୟଙ୍କ ବାହାଘର ସାରି ଘରକୁ କାର ଯୋଗେ ଫେରୁ ଥିଲେ। ହେଲେ ହଠାତ୍ ବଳରାମପୁର ନିକଟରେ ତାଙ୍କ କାରକୁ କୌଣସି ଏକ ଅଜଣା ଗାଡି ସାମ୍ନା ପଟୁ ଜୋରରେ ଧକ୍କା ଦେଇଥିଲା । ଫଳରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ପରାସଙ୍କ ପୁରା ପରିବାର ଆଖି ବୁଜିଥିବା ବେଳେ ସାଙ୍ଗରେ ଥିବା ଜଣେ ସମ୍ପର୍କୀୟଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। କିନ୍ତୁ ଚାଳକ ଜଣକ ସୌଭାଗ୍ୟବସତଃ ବଞ୍ଚି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତୀ କରିଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ୬ଟି ମୃତଦେହକୁ ଉଦ୍ଧାର କରିଛି । ମୃତକଙ୍କ ମଧ୍ୟରେ ପାରସ ଓ ତାଙ୍କ ସ୍ତ୍ରୀ ,ତିନି ସନ୍ତାନ ଥିବା ବେଳେ ଜଣେ ସମ୍ପର୍କୀୟ ମଧ୍ୟ ରହିଛନ୍ତି । ପୋଲିସ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଥିବା ବେଳେ ପରିବାର ଲୋକଙ୍କୁ ଖବର ଦେଇଛି । ତେବେ, ପାରସଙ୍କ କାରକୁ ଧକ୍କା ଦେଇଥିବା ଗାଡିକୁ ଖୋଜୁଛି ପୋଲିସ୍ । ତେବେ, ଶୁକ୍ରବାର ରାତି ୨ଟାରେ ଏହି ଦୁର୍ଘଟଣା ଘଟିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। 



Also Read : Road Accident: ଟ୍ରକକୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଚାଲିଗଲା ୩ ଜୀବନ


Also Read : Salman Khan: କୋଟି କୋଟି ଟଙ୍କାରେ ଖେଳନ୍ତି ଭାଇଜାନ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ହେଉଛନ୍ତି ସଲମାନ?


ତେବେ,ନିକଟରେ କର୍ଣ୍ଣାଟକରେ ମଧ୍ୟ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଥିଲା । କର୍ଣ୍ଣାଟକର ୟାଦଗରି ଜିଲ୍ଲାର ଗୁରମାତ୍‌କାଲ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ତେବେ ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ମଧ୍ୟ ରହିଛି। ତେବେ ଆହତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ, ରାଇଚୁର ଜିଲାର ହଟି ଗାଁର ଗୋଟିଏ ପରିବାର ଏକ କାର୍‌ ଯୋଗେ ତେଲେଙ୍ଗାନାର କୋଡାଙ୍ଗାଲ ନିକଟରେ ଥିବା ଦର୍ଘାରୁ ଦର୍ଶନ ସାରି ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ୟାଦଗିର ଜିଲାର ଗୁରମାତ୍‌କାଲର ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍‌ କାରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।