Bank Holidays in March: ମାସ୍ ପୂରିବାକୁ ଆଉ ୧୧ ଦିନ ବାକି ରହିଥିବା ବେଳେ ଆଗକୁ ଆସୁଛି ଅନେକ ପର୍ବ ପର୍ବାଣୀ। ଯେଉଁଥିପାଇଁ କି ଭାରତରେ ଥିବା ବ୍ୟାଙ୍କ୍ ଗୁଡିକ ବନ୍ଦ ରହିବ। ଯଦି ବ୍ୟାଙ୍କରେ ଆପଣଙ୍କର କିଛି ଜରୁରୀ କାମ ରହିଛି । ତେବେ, ତାହାକୁ ଆପଣ ଆଜି ହିଁ ଶେଷ କରନ୍ତୁ । ନଚେତ୍ ଆପଣଙ୍କୁ  ହଇରାଣ ହେବାକୁ ପଡିପାରେ। 


COMMERCIAL BREAK
SCROLL TO CONTINUE READING

ALSO READ: Bijay Amrut Kulange: IAS ଅଫିସର ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ନୂଆ ଦାୟିତ୍ବ


ALSO READ: Weather Update: ଆଜିବି ବର୍ଷିବ! ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି


ଚଳିତ ବର୍ଷ  ୨୫ ମାର୍ଚ୍ଚରେ ସାରା ଦେଶରେ ହୋଲି ଉତ୍ସବ ପାଳନ କରାଯିବ। ହୋଲି ଦିନ ପ୍ରାୟ ସବୁ ରାଜ୍ୟରେ ବ୍ୟାଙ୍କ୍ ସେବା ବନ୍ଦ ରହିଥାଏ। ଏହାସହ ଚତୁର୍ଥ ଶନିବାର କାରଣରୁ ମାର୍ଚ୍ଚ ୨୩ ଏବଂ ରବିବାର ଯୋଗୁଁ ମାର୍ଚ୍ଚ ୨୪ରେ ବ୍ୟାଙ୍କ୍ ସେବା ବନ୍ଦ ରହିବ। ଏହାକୁ ଦେଖିଲେ ୨୩ରୁ ୨୫ ମାର୍ଚ୍ଚ ଯାଏଁ ତିନି ଦିନ ବ୍ୟାଙ୍କ୍ ସେବା  ଉପଲବ୍ଧ ହେବନି। ସେହିଭଳି ମାର୍ଚ୍ଚ ମାସର ଶେଷ ୧୦ ଦିନ ୨୨ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ୮ ଦିନ ଯାଏଁ ବ୍ୟାଙ୍କ ସେବା ଉପଲବ୍ଧ ହେବନି।  


ବ୍ୟାଙ୍କ୍ ଛୁଟି ରହିଲେ ମଧ୍ୟ ଏଟିଏମ୍,  ଓ ଅନଲାଇନ୍ ସେବା ଜରିଆରେ ଲୋକେମାନେ ବ୍ୟାଙ୍କିକିଂ ସେବା ପାଇପାରିବେ। ବ୍ୟାଙ୍କର ଏହି ସେବା ଉପରେ ଛୁଟିର କୌଣସି ପ୍ରଭାବ ରହିବ ନାହିଁ। ସେହିପରି ହୋଲି ପାଇଁ ସେୟାର ବଜାର ମଧ୍ୟ ୩ ଦିନ ବନ୍ଦ ରହିବ। ସେହିପରି ୨୯ରେ ଗୁଡ୍ ଫ୍ରାଇଡେ ପଡୁଥିବାରୁ ପୁଞ୍ଜିବଜାର ମଧ୍ୟ ବନ୍ଦ ରହିବ ବୋଲି ଜଣାପଡିଛି।