Bijay Amrut Kulange: IAS ଅଫିସର ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ନୂଆ ଦାୟିତ୍ବ
Advertisement
Article Detail0/zeeodisha/odisha2165133

Bijay Amrut Kulange: IAS ଅଫିସର ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଲା ନୂଆ ଦାୟିତ୍ବ

Bijay Amrut Kulange: ଆଇପିଏସ୍ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ (IAS Officer Vijay Amruta Kulange)। ୨୦୧୩ ବ୍ୟାଚ୍‌ ର ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ  ମିଳିଛି ଏକ ବଡ଼ ଦାୟିତ୍ବ।  ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ (ଏମଡି) ଭାବେ  ତାଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ଏନେଇ  ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। 

ସୌଜନ୍ୟ-ସୋସିଆଲ ମିଡି଼ଆ

ALSO READ: Today Horoscope: ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ବୁଧବାର ,ଜାଣନ୍ତୁ ଆଜିର ରାଶିଫଳ

ALSO READ: Weather Update: ଆଜିବି ବର୍ଷିବ! ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଂଜ ଓ୍ବାର୍ଣ୍ଣିଂ ଜାରି

ତେବେ, ଆମେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ  ଚାହୁଁଛୁ ଯେ,  ରାଜ୍ୟ ସରକାରଙ୍କ ବିନା ଅନୁମତିରେ ମେୟର ଏବଂ କର୍ପୋରେଟରଙ୍କ ଭତ୍ତା  ବୃଦ୍ଧି କରିବାକୁ ନେଇ ଘୋଷଣା କରିବାକୁ ନେଇ ବିଏମସି ପକ୍ଷରୁ ତୁରନ୍ତ ସ୍ପଷ୍ଟି କରଣର ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟ ସରକାର ବିଜୟ ଅମୃତ କୁଲାଙ୍ଗେଙ୍କୁ କଡା ତାଗିଦ୍ କରିଥିଲେ।  

ସରକାରଙ୍କ କଡ଼ା ତାଗିଦ୍‌ ଯୋଗୁଁ କୁଲାଙ୍ଗେ ନିଜକୁ ଅସମ୍ମାନିତ ବୋଧ କରି ୧ ମାସ ଛୁଟିରେ ଯାଇଥିଲେ। ପରେ, ତାଙ୍କ ସ୍ଥାନରେ ୨୦୦୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ରାଜେଶ ପ୍ରଭାକର ପାଟିଲଙ୍କୁ ନୂଆ କମିଶନର ଭାବେ ନିଯୁକ୍ତି କରାଯାଇଥିଲା। ବିଜୟ ଅମୃତ କୁଲାଙ୍ଗେ ଛୁଟିରେ ଫେରିବା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା। ସେହି ସୂଚନାକୁ ଆଧାର କରି ମଙ୍ଗଳବାର ତାଙ୍କୁ  ତାଙ୍କୁ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ ଭାବେ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି।

ALSO READ: Pakhala Diwas: ଆଜି ହେଉଛି ବିଶ୍ୱ ପଖାଳ ଦିବସ, ପ୍ରତିଟି ଓଡ଼ିଆଙ୍କ ପ୍ରିୟ ଓ ଗର୍ବ