BSNL Recharge Plan: ଶସ୍ତା ରିଚାର୍ଜ ପ୍ଲାନ ଦୃଷ୍ଟିରୁ ସରକାରୀ ଟେଲିକମ୍ ଏଜେନ୍ସି ବିଏସ୍ଏନ୍ଏଲ୍ ଏବେ ମଧ୍ୟ ଏକ ନମ୍ବର ସ୍ଥାନରେ ରହିଛି । ଘରୋଇ ଟେଲିକମ କମ୍ପାନୀ ଯଥା ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ସେମାନଙ୍କର ରିଚାର୍ଜ ପ୍ଲାନ ମୂଲ୍ୟ ବୃଦ୍ଧି କରିଥିବାବେଳେ ବିଏସ୍ଏନ୍ଏଲ୍ ଗ୍ରାହକଙ୍କୁ ପୁରୁଣା ଦର ଅନୁଯାୟୀ ପ୍ଲାନ ପ୍ରଦାନ କରୁଛି। ଏହି କାରଣରୁ ଲୋକମାନେ ବର୍ତ୍ତମାନ BSNL କୁ ପୋର୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଶସ୍ତା ରିଚାର୍ଜ ପ୍ଲାନ ପାଇଁ BSNL ସର୍ବଦା ଜଣାଶୁଣା । କମ୍ପାନୀର ଏପରି ଅନେକ ପ୍ଲାନ ରହିଛି ଯାହାର ମୂଲ୍ୟ ୧୦୦ ଟଙ୍କାରୁ ବି କମ୍ ଅଟେ । BSNL ସମଗ୍ର ଦେଶର କୋଟି ଉପଭୋକ୍ତାଙ୍କୁ ସର୍ବନିମ୍ନ ମୂଲ୍ୟରେ ଦୀର୍ଘ ବୈଧତାର ପ୍ଲାନ ପ୍ରଦାନ କରିଥାଏ । ଆଜି ଆମେ ଆପଣଙ୍କୁ BSNL ର ଏପରି ଏକ ଶସ୍ତା ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହାର ମୂଲ୍ୟ ଏବଂ ଅଫର୍ ଆପଣଙ୍କୁ ସୁହାଇବା ପରି ।


ଉପଭୋକ୍ତାମାନଙ୍କ ସୁବିଧା ପାଇଁ, BSNL ସ୍ୱଳ୍ପ ମିଆଦି ଠାରୁ ମହଙ୍ଗା ଏବଂ ଏହାର ତାଲିକାରେ ଶସ୍ତାଠାରୁ ମହଙ୍ଗା ପର୍ଯ୍ୟନ୍ତ ରିଚାର୍ଜ ପ୍ଲାନ ଯୋଡିଛି । ବେସରକାରୀ ଟେଲିକମ୍ କମ୍ପାନୀ ତୁଳନାରେ ବିଏସଏନଏଲର କମ୍ ଗ୍ରାହକ ଥାଇପାରନ୍ତି କିନ୍ତୁ ରିଚାର୍ଜ ପ୍ଲାନ ଦୃଷ୍ଟିରୁ ଏହା ସମସ୍ତଙ୍କୁ କଠୋର ପ୍ରତିଯୋଗିତା ଦେଇଥାଏ ।


BSNL ରିଚାର୍ଜ ତାଲିକାରେ ୧୦୦ ଟଙ୍କା ତଳେ ଗୋଟିଏ ପ୍ଲାନ ରହିଛି ଯାହାର ଦାମ ମାତ୍ର ୯୧ ଟଙ୍କା । ଏହି ଶସ୍ତା ପ୍ଲାନରେ ଗ୍ରାହକଙ୍କୁ BSNL ତରଫରୁ ୯୦ ଦିନର ବୈଧତା ମିଳିଥାଏ । ଯଦି ଆପଣ ଜଣେ BSNL ବ୍ୟବହାରକାରୀ ତେବେ ଆପଣ ମଧ୍ୟ ଏହି ପ୍ଲାନର ଲାଭ ଉଠାଇ ପାରିବେ ।


BSNL ର ଏହି ପ୍ଲାନ କେଉଁ ଉପଭୋକ୍ତାମାନଙ୍କ ପାଇଁ ସର୍ବୋତ୍ତମ ?
୯୧ ଟଙ୍କା ମୂଲ୍ୟର ଏହି ଶସ୍ତା ପ୍ଲାନ BSNL କୁ ଲାଇମଲାଇଟରେ ଆଣିଛି । ବର୍ତ୍ତମାନ, ବିଏସଏନଏଲକୁ ଛାଡିଦେଲେ ଅନ୍ୟ କୌଣସି ଟେଲିକମ୍ କମ୍ପାନୀ ପକ୍ଷରୁ ୯୧ଟଙ୍କା ରିଚାର୍ଜରେ ୯୦ ଦିନର ବୈଧତା ଦିଆଯାଉନାହିଁ । ଯଦି ଆପଣ ଏହି ପ୍ଲାନ ନେବା ପାଇଁ ମନସ୍ଥ କରୁଛନ୍ତି ତେବେ ଆପଣଙ୍କୁ କହିରଖୁଛୁ ଯେ, ଏହା ହେଉଛି କମ୍ପାନୀର ଏକ ଦୀର୍ଘ ବୈଧତା ପ୍ଲାନ । ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ସିମ୍ କମ୍ ଖର୍ଚ୍ଚରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସକ୍ରିୟ ରହୁ ତେବେ ଆପଣଙ୍କ ପାଇଁ ଏହି ପ୍ଲାନ ସର୍ବୋତ୍ତମ ବୋଲି କୁହାଯାଇପାରିବ । ଏଥିସହ ଯଦି ଆପଣ ଏହି ପ୍ଲାନ ସହିତ ଟକ୍ ଟାଇମ୍ ଭାଉଚର୍ ନେଇ କଲିଂ ସୁବିଧା ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତି ସେକେଣ୍ଡ ପିଛା ୧.୫ ପଇସା ଖର୍ଚ୍ଚ କରିବାକୁ ପଡିବ ।


Also Read- ଦୂର ହେବ ଆଳୁ ସଙ୍କଟ ! ମମତାଙ୍କୁ ବୁଝାଇବେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ


Also Read- Weekly Horoscope: ଅଗଷ୍ଟ ୧୨ରୁ ୧୮ କେମିତି କଟିବ ଦିନ? ପଢନ୍ତୁ ସାପ୍ତାହିକ ରାଶିଫଳ