Advertisement
Photo Details/zeeodisha/odisha2376372
photoDetails0hindi

Weekly Horoscope: ଅଗଷ୍ଟ ୧୨ରୁ ୧୮ କେମିତି କଟିବ ଦିନ? ପଢନ୍ତୁ ସାପ୍ତାହିକ ରାଶିଫଳ

Weekly Horoscope 12 To 18 August 2024: ଆସନ୍ତା ସପ୍ତାହଟି କେଉଁ ରାଶି ପାଇଁ କିଭଳି କଟିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ

1/12

ମେଷ ରାଶି ପୁରୁଣା ବିଚାରାଧୀନ କାର୍ଯ୍ୟ ଶେଷ ହେବାରୁ ମନ ଖୁସି ହେବ । ଜୀବନସାଥୀଙ୍କଠାରୁ ସମର୍ଥନ ପାଇବେ । ବିବାଦୀୟ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ବ୍ୟବସାୟରେ ଲାଭ ଅଧିକ ହେବ । ମଙ୍ଗଳବାର ଠାରୁ ଶନିବାର ମନ ଅବସାଦଗ୍ରସ୍ତ ରହିପାରେ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଶନିବାର ସନ୍ଧ୍ୟା ଠାରୁ ଆପଣଙ୍କ ସମୟ ଭଲ ଆରମ୍ଭ ହେବ । ସଙ୍କଟମୋଚନ ପ୍ରଭୁ ହନୁମାନ ଜୀଙ୍କୁ ପୂଜା କରନ୍ତୁ ।

2/12

ବୃଷ ରାଶି ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ସମୟ ଆସିଛି । ଧୈର୍ଯ୍ୟବାନ ହେବା ସହ ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଶତ୍ରୁମାନଙ୍କୁ ପରାଜୟ କରିବେ । ଗୁରୁବାର ଅପରାହ୍ନରୁ ରବିବାର ପର୍ଯ୍ୟନ୍ତ ସାମାନ୍ୟ ଚିନ୍ତା ରହିପାରେ । ଦୂରଯାତ୍ରା ଅଧିକ ଖର୍ଚ୍ଚାନ୍ତ ହେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ସାବଧାନ ରୁହନ୍ତୁ । ଯୋଗ ଏବଂ ଆଧ୍ୟାତ୍ମିକତାର ସାହାଯ୍ୟ ନେବା ଉପଯୁକ୍ତ ହେବ । ଦେବୀ ଲକ୍ଷ୍ମୀଙ୍କୁ ପୂଜା କରି ଆଶୀର୍ବାଦ ପାଇପାରିବେ ।

3/12

ମିଥୁନ ରାଶି ଆପଣଙ୍କ ପାଇଁ ସୋମବାର ପର୍ଯ୍ୟନ୍ତ ସାମାନ୍ୟ ସମସ୍ୟା ଉପୁଜିପାରେ । ପରିବାରର ବରିଷ୍ଠ ସଦସ୍ୟଙ୍କର ଯନ୍ତ୍ର ନିଅନ୍ତୁ । ନିଜ ଜୀବନଚଯ୍ୟାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଶନିବାର ସନ୍ଧ୍ୟା ଠାରୁ ଆପଣଙ୍କଠାରେ ସାମାନ୍ୟ ଅଳସୁଆପଣ ଦେଖିବାକୁ ମିଳିପାରେ । ଗଣପତିଙ୍କ ଆଶୀର୍ବାଦ ପାଇବା ପାଇଁ ସକାଳ ସମୟରେ ପୂଜା କରନ୍ତୁ ।

4/12

କର୍କଟ ରାଶି ସୋମବାର ଠାରୁ ଗୁରୁବାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି ହେତୁ ମନରେ ଦୁଃଖ ରହିପାରେ । ଭବିଷ୍ୟତ ପ୍ରତି ଅଜ୍ଞାତ ଭୟ ଏବଂ କ୍ରୋଧର ପରିସ୍ଥିତି ଉପୁଜିବ । ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ଧୈର୍ଯ୍ୟବାନ ହୁଅନ୍ତୁ । ଗୁରୁବାର ଅପରାହ୍ନରୁ ରବିବାର ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଶୁଭ ସମୟ ରହିବ । ପୂର୍ବ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବାପରେ ଖୁସି ପ୍ରକଟ କରିବେ । ଆପଣଙ୍କୁ ଭଲ ଖବର ମିଳିବ । ବନ୍ଧୁଙ୍କଠାରୁ ସମର୍ଥନ ପାଇବେ । ଭଗବାନ ଶିବଙ୍କ ଉପାସନା କରିବା ସହ ଧ୍ୟାନ କରନ୍ତୁ ।

5/12

ସିଂହ ରାଶି ଆପଣଙ୍କ ପାଇଁ ସମୟ ମିଶ୍ରିତ ଫଳାଫଳ ଦେବ । ସୋମବାର ପର୍ଯ୍ୟନ୍ତ ପାରିବାରିକ ପରିବେଶ ଭଲ ରହିବ । ମନୋରଞ୍ଜନ ଏବଂ ଭ୍ରମଣ ଉପଭୋଗ କରିବେ । ସମୟର ଉଚିତ ବ୍ୟବହାର କରିବେ । ମଙ୍ଗଳବାର ଠାରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ, ଘର କାମ ଶେଷ କରିବାରେ ସମୟ ଅତିବାହିତ ହେବ । ଆପଣଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ପ୍ରତିକୂଳ ସମୟ ହେତୁ ମନ ବିଭ୍ରାନ୍ତ ହୋଇପାରେ ।  ଆଧ୍ୟାତ୍ମିକତା ଏବଂ ଯୋଗର ସାହାଯ୍ୟ ନେବା ଉପଯୁକ୍ତ ହେବ । ଶନିବାର ସନ୍ଧ୍ୟା ଠାରୁ ମନରେ ଖୁସି ବଢିବ । ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ କିମ୍ବା ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

6/12

କନ୍ୟା ରାଶି ସୋମବାର ଦିନ ଜଗିରଖି ଚଳନ୍ତୁ । ନିଜ ବକ୍ତବ୍ୟ ଏବଂ ଆଚରଣରେ ସନ୍ତୁଳନ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ସହଜରେ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ । ଯୋଗ ଏବଂ ଧ୍ୟାନ କରିବାକୁ ଚେଷ୍ଟା କରନ୍ତୁ । ମଙ୍ଗଳବାର ଏବଂ ଗୁରୁବାର ଅପରାହ୍ନ ମଧ୍ୟରେ ଆପଣଙ୍କୁ ଖୁସି ଖବର ମିଳିବ । ମାନ ସମ୍ମାନ ବୃଦ୍ଧି କାରଣରୁ ମନ ଖୁସି ହେବ । ଯୋଜନାବଦ୍ଧ କାର୍ଯ୍ୟ ସମାପ୍ତ ହେବ । ଗୁରୁବାର ଅପରାହ୍ନରୁ ରବିବାର ପର୍ଯ୍ୟନ୍ତ ସମୟ ସାମାନ୍ୟ ବିପରୀତ ହେବ । ଯୋଜନାବଦ୍ଧ କାର୍ଯ୍ୟ ସମାପ୍ତ ନକରିବାରୁ ମନ ଦୁଃଖରେ ରହିବେ । ପ୍ରଭୁ ଗଜାନନଙ୍କୁ ପୂଜା କରନ୍ତୁ ।

7/12

ତୁଳା ରାଶି ଆପଣଙ୍କୁ ମିଶ୍ରିତ ଫଳାଫଳ ମିଳିବ । ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ । ବ୍ୟବସାୟ ଅଭିବୃଦ୍ଧି ପାଇଁ ସୁଯୋଗ ପ୍ରଦାନ କରିବ । ପରିବାର ସଦସ୍ୟଙ୍କ ସହ ସମୟ ବିତାଇବେ । ନୂତନ କାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବେ । ପାରିବାରିକ ଦାୟିତ୍ୱଗୁଡିକ ପୂରଣ କରିବେ । ମଙ୍ଗଳବାରରୁ ଗୁରୁବାର ଅପରାହ୍ନ ମଧ୍ୟରେ ଜଗିରଖି ଚଳନ୍ତୁ । ବାଦ ବିବାଦରୁ ଦୂରେଇ ରୁହନ୍ତୁ । ଗୁରୁବାର । ଅପରାହ୍ନରୁ ଶନିବାର ସନ୍ଧ୍ୟା ମଧ୍ୟରେ ମାନ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ଅଛି । ଶନିବାର ସନ୍ଧ୍ୟା ଠାରୁ ରବିବାର ପର୍ଯ୍ୟନ୍ତ ସାମାନ୍ୟ ଚିନ୍ତା ରହିପାରେ । ମାଆ ଦୁର୍ଗାଙ୍କ ଉପାସନା ଆପଣଙ୍କ ପାଇଁ ଲାଭଦାୟକ ହେବ।

8/12

ବିଛା ରାଶି ଆପଣଙ୍କ ପାଇଁ ସୋମବାର ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଭଲ ନୁହେଁ । ଦୂରଯାତ୍ରା କରିବା ସମୟରେ ସତର୍କ ରୁହନ୍ତୁ । ବୁଦ୍ଧିମାନ ଭାବରେ ଟଙ୍କା ଖର୍ଚ୍ଚ କରନ୍ତୁ । କ୍ରୋଧରୁ ଦୂରେଇ ରୁହନ୍ତୁ । ମଙ୍ଗଳବାର ଏବଂ ଗୁରୁବାର ଅପରାହ୍ନ ମଧ୍ୟରେ ଲାଭ ହୋଇପାରେ । ମଜାଳିଆରେ ଢଙ୍ଗରେ ସମୟ ଅତିବାହିତ ହେବ । ପରିବାର ସଦସ୍ୟ କିମ୍ୱା ବନ୍ଧୁଙ୍କ ସହ ବୁଲାବୁଲି ପାଇଁ ଯୋଜନା ପ୍ରସ୍ତୁତ କରିବେ । ଗୁରୁବାର ଅପରାହ୍ନରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଅନୁଯାୟୀ ଖାଦ୍ୟ ଖାଆନ୍ତୁ । ସମ୍ପର୍କରେ ମଧୁରତା ବଜାୟ ରଖନ୍ତୁ । ରାମଭକ୍ତ ହନୁମାନଜୀଙ୍କୁ ପୂଜା କରନ୍ତୁ ।

9/12

ଧନୁ ରାଶି  ଆପଣଙ୍କ ପାଇଁ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ସୋମବାର ଖୁବ ଲାଭଦାୟକ । ଅନେକ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ । ଭଲ ଖବର ପାଇବା ପରେ ମନ ଖୁସି ହେବ । ବାହ୍ୟ ଯୋଗାଯୋଗ ଲାଭଦାୟକ ହେବ । ନୂଆ କାର୍ଯ୍ୟ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ସମୟ ଆପଣଙ୍କ ପାଇଁ ଅନୁକୂଳ ସାବ୍ୟସ୍ତ ହେବ । ସମୟର ଭଲ ବ୍ୟବହାର କରନ୍ତୁ । ମଙ୍ଗଳବାର ଠାରୁ ଗୁରୁବାର ଅପରାହ୍ନ ମଧ୍ୟରେ ହଠାତ୍ ଟଙ୍କା ଖର୍ଚ୍ଚ ହୋଇପାରେ । ପରିଶ୍ରମ ସତ୍ୱେ ଲାଭ କମ୍ ହେବ । ତେଣୁ ଧୈର୍ଯ୍ୟବାନ ହୁଅନ୍ତୁ । ଗୁରୁବାର ଅପରାହ୍ନରୁ ଶନିବାର ସନ୍ଧ୍ୟା ସମୟ ଆପଣଙ୍କ ପାଇଁ ଭଲ ହେବ । ପାରିବାରିକ ଦାୟିତ୍ୱ ପୂରଣ କରିବେ । ଶନିବାର ସନ୍ଧ୍ୟା ଠାରୁ, ଲୋକଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖନ୍ତୁ । ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ।

10/12

ମକର ରାଶି ସୋମବାରରୁ ଗୁରୁବାର ଅପରାହ୍ନରେ ବ୍ୟବସାୟରେ ଅଭିବୃଦ୍ଧି ପାଇଁ ସମୟ ପାଇବେ । ନୂତନ ଦାୟିତ୍ୱ ଆପଣଙ୍କୁ ମିଳିପାରେ । କାର୍ଯ୍ୟ ସ୍ଥାନର ପରିବେଶ ଆପଣଙ୍କ ପସନ୍ଦ ଅନୁଯାୟୀ ହେବ । ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଗୁରୁବାର ଅପରାହ୍ନରୁ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଅବସ୍ଥା ଟିକେ ଅନୁକୂଳ ହୋଇପାରେ । ଅତ୍ୟଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । ଶନିବାର ସନ୍ଧ୍ୟା ଠାରୁ ରବିବାର ପର୍ଯ୍ୟନ୍ତ, ଆପଣଙ୍କ ସମୟ ଭଲରେ କଟିବ । ଭଗବାନ ଶିବଙ୍କ ପୂଜା କରି ଶୁଭଫଳ ପାଇପାରିବେ ।

11/12

କୁମ୍ଭ ରାଶି ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଆପଣ ବହୁତ ବ୍ୟସ୍ତ ରହିପାରନ୍ତି । କାର୍ଯ୍ୟ ଠିକ୍ ସମୟରେ ନହେବା କାରଣରୁ ଚାପ ବଢିପାରେ । କର୍ମକ୍ଷେତ୍ରରେ କିଛି ଚ୍ୟାଲେଞ୍ଜ ମଧ୍ୟ ରହିବ । ଖର୍ଚ୍ଚ ଅଧିକ ହୋଇପାରେ । ବ୍ୟବସାୟରେ ଲାଭ କମ୍ ହେବ । ନିଜ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନିଅନ୍ତୁ । ପରିବାର ସହିତ ସମୟ ବିତାନ୍ତୁ । ଆବଶ୍ୟକ ହେଲେ ବରିଷ୍ଠମାନଙ୍କଠାରୁ ପରାମର୍ଶ ନିଅନ୍ତୁ । ମାନସିକ ଚାପରୁ ଦୂରରେ ରୁହନ୍ତୁ । ମଙ୍ଗଳବାର ଠାରୁ ଶନିବାର ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ମନ ଭଲ ରହିବ । ଶନିବାର ସନ୍ଧ୍ୟା ଠାରୁ ରବିବାର ପର୍ଯ୍ୟନ୍ତ ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଭଗବାନ ଶିବଙ୍କୁ ପୂଜା କରନ୍ତୁ ।

12/12

ମୀନ ରାଶି ସୋମବାର ଠାରୁ ଗୁରୁବାର ଅପରାହ୍ନ ସମୟ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ସମୟ ଅନୁକୂଳ ହେବ ନାହିଁ । ଏହି ସମୟରେ, କିଛି ମାନସିକ ଚାପ ବଢିପାରେ । ଲୋକମାନଙ୍କୁ ବିଶ୍ୱାସ କରିବା ପୂର୍ବରୁ ଭଲଭାବେ ପରଖି ନିଅନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଗୁରୁବାର ଅପରାହ୍ନରୁ ରବିବାର ପର୍ଯ୍ୟନ୍ତ, ସମୟ ଆପଣଙ୍କ ପାଇଁ ଅନୁକୂଳ ହେବ । କାର୍ଯ୍ୟ ଏବଂ ବ୍ୟବସାୟରେ ବୃଦ୍ଧି ହେତୁ ମନ ଖୁସି ହେବ । କାର୍ଯ୍ୟସ୍ଥଳର ପରିବେଶ ଅନୁକୂଳ ହେବ । ଭଗବାନ ବିଷ୍ଣୁଙ୍କ ସହସ୍ରନାମ ପାଠ କରନ୍ତୁ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)