ମମତାଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ସୁସମ୍ପର୍କ ରହିଛି । ଅନେକ ପର୍ବପର୍ବାଣୀରେ ମମତାଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର । ତେଣୁ ତାଙ୍କ କଥା ମମତା ରଖିବେ ବୋଲି ଆଶା ନେଇ ସେ ଆଳୁ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି ।
Trending Photos
ପୁରୀ: ରାଜ୍ୟରେ ଏବେ ଆଳୁକୁ ନେଇ ରାଜନୀତି ସରଗରମ । ରୋଷେଇ ଘରର ମୁଖ୍ୟ ପରିବା ପାଲଟିଥିବା ଆଳୁ ଦର ଏବେ ଆକାଶ ଛୁଆଁ ହୋଇଥିବାରୁ ସାଧାରଣ ଲୋକଙ୍କ ପକେଟକୁ ବେଶ୍ ବାଧୁଛି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ନଛାଡିବା କାରଣରୁ ରାଜ୍ୟରେ ଏବେ ଆଳୁ ଚଢା ଦରରେ ବିକ୍ରୀ ହେଉଛି । କେଉଁଠି କେଜି ପିଛା ୫୦ରୁ ୬୦ ଟଙ୍କା ପୁଣି କେଉଁଠି ୭୦ ପାର୍ । ଓଡ଼ିଶା ସରକାରଙ୍କୁ ମଧ୍ୟ ଆଳୁ କାରଣରୁ ବିରୋଧୀ ଦଳ ଟାର୍ଗେଟ୍ କରିବା ଆରମ୍ଭ କରିଛନ୍ତି । ପ୍ରଥମେ ଉତ୍ତରପ୍ରଦେଶ ଏବଂ ପରେ ଆବଶ୍ୟକ ହେଲେ ପଞ୍ଜାବରୁ ଆଳୁ ଆସିବ ବୋଲି ସରକାରୀ ସୂତ୍ରରୁ କୁହାଯିବା ପରେ ମଧ୍ୟ ଏଯାବତ ଆଳୁକୁ ନେଇ ସମସ୍ୟା ଦୂର ହୋଇନି ।
ଅନ୍ୟପଟେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଳୁ ବିଷୟରେ ଆଲୋଚନା କରିବା ପାଇଁ କଲିକତା ଯାଇଥିବା ଜଣାପଡିଛି । ମମତାଙ୍କ ସହ ଜଗନ୍ନାଥ ସ୍ବାଇଁ ମହାପାତ୍ରଙ୍କ ସୁସମ୍ପର୍କ ରହିଛି । ଅନେକ ପର୍ବପର୍ବାଣୀରେ ମମତାଙ୍କ ଘରେ ପୂଜାର୍ଚ୍ଚନା କରିଥାନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର । ତେଣୁ ତାଙ୍କ କଥା ମମତା ରଖିବେ ବୋଲି ଆଶା ନେଇ ସେ ଆଳୁ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି ।
Also Read- Weekly Horoscope: ଅଗଷ୍ଟ ୧୨ରୁ ୧୮ କେମିତି କଟିବ ଦିନ? ପଢନ୍ତୁ ସାପ୍ତାହିକ ରାଶିଫଳ
Also Read- Neeraj Chopra Mother: ପୁଅ ରୂପା ଜିତିବା ପରେ ଏପରି କହିଲେ ନୀରଜଙ୍କ ମା'...