Raja Pateria On PM Modi: କଂଗ୍ରେସ ନେତା (Congress Leader) ଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କୁ ହତ୍ୟା କରିବାର ବୟାନ ଆସିବା ପରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି । ଏହା ପରେ କଂଗ୍ରେସ ନେତା ରାଜ ପଟେରିୟା (Raja Pateria) ଙ୍କୁ ମଧ୍ୟ ପ୍ରଦେଶ ପୋଲିସ (MP Police) ଗିରଫ କରିଛି । ରବିବାର ରାଜ ପଟେରିୟାଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ହେବାକୁ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ କଂଗ୍ରେସ ନେତା (Congress Leader) ଙ୍କ ବିବାଦୀୟ ବୟାନ ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ (MP Home Minister) ନରୋତ୍ତମ ମିଶ୍ରା (Narottam Mishra) ରାଜା ପଟେରିୟାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ଭିଡିଓରେ କଂଗ୍ରେସ ନେତା (Congress Leader) ରାଜା ପଟେରିୟା (Raja Pateria) କହୁଥିବାର ନଜରକୁ ଆସିଛନ୍ତି ଯେ ଧର୍ମ, ଜାତି ଏବଂ ଭାଷା ଆଧାରରେ ମୋଦି ବିଭାଜନ କରିବେ । ଦଳିତ, ସଂଖ୍ୟାଲଘୁ ଏବଂ ଆଦିବାସୀଙ୍କ ଭବିଷ୍ୟତ ଜୀବନ ବିପଦରେ ଅଛି । ପୂର୍ବତନ କଂଗ୍ରେସ ମନ୍ତ୍ରୀ କହିଛନ୍ତି ଯେ ଯଦି ସମ୍ବିଧାନକୁ ବଞ୍ଚାଇବାର ଅଛି, ତେବେ ମୋଦିଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହ । ତେବେ ପରେ ରାଜ ପଟେରିୟା (Raja Pateria) ନିଜ ବୟାନରୁ ପଲଟି ଯାଇଥିଲେ । ସେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ତାଙ୍କ କହିବାର ଅର୍ଥ ଥିଲା କି ଆସନ୍ତା ନିର୍ବାଚନରେ ​ ମୋଦିଙ୍କୁ ପରାସ୍ତ କର । ଏହା ମଧ୍ୟ ସେ କହିଛନ୍ତି ଯେ ଏହା ଫ୍ଲୋରେ ଘଟିଛି ।


ରାଜ ପଟେରିୟା (Raja Pateria) ଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟି (BJP) କଂଗ୍ରେସ (Congress) ଉପରେ ଆକ୍ରମଣ କରୁଛି । ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା ଭିଡିଓ ଟ୍ୱିଟ କରି କଂଗ୍ରେସ ଦଳ ଉପରେ ଆକ୍ରମଣ କରିଛନ୍ତି । ଶାହାଜାଦ ପୁନାୱାଲା କହିଛନ୍ତି ଯେ, କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରାଜା ପଟେରିୟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୃତ୍ୟୁ ସମ୍ପର୍କରେ କଂଗ୍ରେସ ନେତାମାନେ ମଧ୍ୟ ବୟାନ ଦେଇଥିଲେ । କିନ୍ତୁ ବର୍ତ୍ତମାନ ମୃତ୍ୟୁ ଧମକ! ଔକାତ ଦେଖାଇ ଦେବା, ରାବଣ ପରେ ଏହା ରାହୁଲ ଗାନ୍ଧୀଙ୍କ ପ୍ରେମର ରାଜନୀତି? କଣ ସେମାନେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି? ନା!


ଏହା ବି ପଢ଼ନ୍ତୁ:-ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ୍ କେବେ, କେଉଁଠାରେ ଦେଖିପାରିବେ; ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ


ଏହା ବି ପଢ଼ନ୍ତୁ:-ଏସବୁ ଖେଳାଳିଙ୍କ କ୍ୟାରିୟର ଶେଷ କରିବାକୁ ମନ ସ୍ଥିର କରିନେଇଛି BCCI, ଏଣିକି ଟଙ୍କାଟିଏ ବି ଦେବନି!


ଏହା ବି ପଢ଼ନ୍ତୁ:-ମିଳିଯାଇଛି ନର୍କ! ଏହି ଗ୍ରହରେ ମଣିଷ ପାଦ ରଖିବା ମାତ୍ରେ ଜଳି ହୋଇଯିବେ ପାଉଁଶ, ଜାଣି ନିଅନ୍ତୁ ତାପମାତ୍ରା


 


ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟ ପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ରାଜା ପଟେରିୟାଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନରୋତ୍ତମ ମିଶ୍ରା କହିଛନ୍ତି ଯେ, ମୁଁ ରାଜା ପଟେରିୟାଙ୍କ ବୟାନ ଶୁଣିଛି । ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଏହି କଂଗ୍ରେସ ମହାତ୍ମା ଗାନ୍ଧୀଙ୍କ କଂଗ୍ରେସ ନୁହେଁ । ସେ ଆହୁରି କହିଛନ୍ତି ଯେ, ଏହା ହେଉଛି ଇଟାଲୀର କଂଗ୍ରେସ ଓ ଇଟାଲୀର ମାନସିକତା ମୁସୋଲିନିଙ୍କର । ଏହି ନିର୍ଦ୍ଦେଶ ପରେ ରବିବାର ପଟେରିୟାଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା । ବର୍ତ୍ତମାନ ମଧ୍ୟ ପ୍ରଦେଶର ଦାମୋହର କଂଗ୍ରେସ ନେତା ରାଜା ପଟେରିୟାଙ୍କୁ ଆଜି ସକାଳ ୫ଟାରେ ଗିରଫ କରାଯାଇଛି ।