Cyclone Remal: ଆଜିକାଲି ଦେଶର ଉତ୍ତର ଭାରତରେ ପ୍ରବଳ ଉତ୍ତାପ ବା ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଉଛି। କେରଳରେ ପ୍ରବଳ ବର୍ଷା ହେଉଥିବାବେଳେ ଏହି ସମୟରେ, ବଙ୍ଗୋପସାଗରରେ ଚଳିତ ବର୍ଷର ପ୍ରଥମ ସାଇକ୍ଲୋନିକ୍ ଷ୍ଟର୍ମ ମଧ୍ୟ ସୃଷ୍ଟି ହୋଇଛି । ଏହାର ନାମ ରେମାଲ ରଖାଯାଇଛି।  ଏହାର ସବୁଠାରୁ ବଡ ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡ଼ିବାକୁ ଯାଉଛି। ପଶ୍ଚିମବଙ୍ଗର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ସାମୁଦ୍ରିକ ଝଡ଼ ପଶ୍ଚିମବଙ୍ଗ ତଥା ପଡୋଶୀ ଦେଶ ବାଂଲାଦେଶ ଉପକୂଳରେ ୨୬ ମେ ଉପକୂଳ ଛୁଇଁପାରେ। ଶନିବାର ଦିନ ପଶ୍ଚିମବଙ୍ଗରେ ହେବାକୁ ଥିବା ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆଠଟି ଆସନରେ ମତଦାନ ହେବ। ସାଇକ୍ଲୋନିକ୍ ଷ୍ଟର୍ମ ରେମାଲ୍ କାରଣରୁ ଭୋଟ୍ ବାଧାପ୍ରାପ୍ତ ହୋଇପାରେ ବୋଲି ଏକ ଭୟ ମଧ୍ୟ ରହିଛି।


COMMERCIAL BREAK
SCROLL TO CONTINUE READING

ପାଣିପାଗ ବିଭାଗ କହିଛି ଯେ ଏହି ଘୂର୍ଣ୍ଣିବଳୟ ଯୋଗୁଁ ପଶ୍ଚିମବଙ୍ଗର କେତେକ ଜିଲ୍ଲାରେ ଘଣ୍ଟା ପ୍ରତି ୮୦ ରୁ ୧୦୦ କିଲୋମିଟର ଏବଂ ବାଂଲାଦେଶରେ ଘଣ୍ଟା ପ୍ରତି ୧୦୦କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି। ମେ ୨୬ ରୁ ୨୭ ରେ ପଶ୍ଚିମବଙ୍ଗ, ଉତ୍ତର ଓଡି଼ଶା, ମିଜୋରାମ, ତ୍ରିପୁରା ଏବଂ ଦକ୍ଷିଣ ମଣିପୁରର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ଚେତାବନୀ ଦେଇଛି। ମେ ୨୫ ରେ (ଶନିବାର) ଏକ ଗଭୀର ଅବପାତ ଏବଂ ମେ ୨୬ ରେ ପ୍ରବଳ ଘୂର୍ଣ୍ଣିବଳୟ ଝଡ଼ରେ ତୀବ୍ର ହେବାର ସମ୍ଭାବନା ରହିଛି । କୋଲକାତା, ହାୱଡା, ନାଦିଆ, ଝାଡଗ୍ରାମ, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗମା ଏବଂ ପୂର୍ବ ମେଦିନୀପୁର ଜିଲ୍ଲାରେ ହାଲୁକା ଏବଂ ମଧ୍ୟମ ବର୍ଷା ପାଇଁ IMD ଏକ ଅରେଞ୍ଜ ଆଲର୍ଟ ଜାରି କରିଛି । ସେହିପରି ବାତ୍ୟା ରେମାଲ ପ୍ରଭାବରେ ପଶ୍ଚିମବଙ୍ଗ ସମେତ ଓଡ଼ିଶା, ତ୍ରିପୁରା, ମଣିପୁର, ଆସା, ମେଘାଳୟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ସିକ୍କିମ ଓ ଆଣ୍ଡାମାନ ନିକୋବର ଦ୍ୱୀପରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। 


ତେବେ ଏହି ବାତ୍ୟାର ଲ୍ୟାଣ୍ଡଫଲ ସହ ଜଡିତ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ପ୍ରଦାନ କରି ନାହିଁ। କିନ୍ତୁ ବିଶ୍ୱର ବିଭିନ୍ନ ଆନ୍ତର୍ଜାତୀୟ ପାଣିପାଗ ଅନୁସନ୍ଧାନ ମଡ୍ୟୁଲ୍ ଦାବି କରିଛି ଯେ ରେମାଲ ରବିବାର ଦିନ ଲ୍ୟାଣ୍ଡଫଲ୍ କରିପାରେ। ଦାବି କରାଯାଉଛି ଯେ ମୁଖ୍ୟତଃ ଏହି ବାତ୍ୟା ବାଂଲାଦେଶରେ ଲ୍ୟାଣ୍ଡଫଲ କରୁଥିବା ଦେଖାଯାଉଛି, କିନ୍ତୁ ଏହା ଯେକୌଣସି ସମୟରେ ଏହାର ଦିଗ ବଦଳାଇପାରେ। ଏହାର ଲ୍ୟାଣ୍ଡଫଲ୍ ବାଂଲାଦେଶର ସୁନ୍ଦରବନ୍ ଠାରୁ ଓଡି଼ଶା ଉପକୂଳ ମଧ୍ୟରେ ହୋଇପାରେ ।


ବରିଷ୍ଠ ପାଣିପାଗ ବିଜ୍ଞାନୀଙ୍କ କହିବାନୁସାରେ, ଯେ ସାଇକ୍ଲୋନିକ୍ ଝଡ଼ ବା ବାତ୍ୟା ରେମାଲ ସୃଷ୍ଟି ହେବା ପରେ ପାଣିପାଗ ବିଭାଗ ଏହାର ଲ୍ୟାଣ୍ଡ ଫଲ୍ ବିଷୟରେ ବିସ୍ତୃତ ସୂଚନା ଦେଇପାରିବ। ଯେଉଁଠାରେ ବାତ୍ୟା ରେମାଲ୍' ସ୍ଥଳଭାଗ ଛୁଇଁବ ସେ ସମ୍ବନ୍ଧରେ ସଠିକ୍ ସମୟ କିଛି ଘଣ୍ଟା ପୂର୍ବରୁ ଉପଲବ୍ଧ ହେବ । ତେବେ କେତେକ ପାଣିପାଗ ବିଶେଷଜ୍ଞ ଏହା ମଧ୍ୟ ଆକଳନ କରିଛନ୍ତି ଯେ ଏହି ବାତ୍ୟା 'ଆମ୍ଫାନ୍' ଭଳି ଗତିପଥ ବଦଳାଇ କୋଲକାତାରେ ବିନାଶ ଘଟାଇପାରେ। 


Also Read: Weather News: ୫୩ ଡିଗ୍ରୀ ପହଞ୍ଚିଲା ଏହି ସ୍ଥାନର ତାପମାତ୍ରା, ହିଟୱେଭ କାରଣରୁ ୮ ମୃତ


Also Read: Phalodi Satta Market: କଣ ଏହି ଫଲୌଦୀ ସଟ୍ଟା ବଜାର, ନିର୍ବାଚନ ରେଜଲ୍ଟକୁ ନେଇ ହଙ୍ଗାମା