Weather Update: ଫେବୃଆରୀ ନ ସରୁଣୁ,ଏବେଠୁ ହେଲାଣୀ ମୁଣ୍ତଫଟା ଖରା। ତାତିଲାଣୀ ରାସ୍ତାଘାଟ । ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ।  ଆଜି ରାଜଧାନୀ ଭୁବନେଶ୍ବରରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ଦୁଇ ୩ ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ । ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ରେ ତାପମାତ୍ରା ୩୭. ୬ ଡିଗ୍ରୀ ରେକର୍ଡ କରାଯାଇଛି। ଚଳିତବର୍ଷର ଏହା ସର୍ବାଧିକ ତାପମାତ୍ରା ବୋଲି କୁହାଯାଇଛି। ତାପମାତ୍ରା ବୃଦ୍ଧିର କାରଣ ସମ୍ପର୍କରେ ଜଣାପଡିନାହିଁ। ତେବେ କେବଳ ରାଜଧାନୀ ନୁହେଁ ରାଜ୍ୟର ଅନେକ ଜିଲ୍ଲାରେ ମଧ୍ୟ ଏବେଠୁ ତାତି ଅନୁଭୂତ ହେଲାଣି। କିଛି ଜିଲ୍ଲାରେ ୩୦ ଡିଗ୍ରୀ ଉପରେ ତାପମାତ୍ରା ରହିଥିବା ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ବେଳକୁ ଓଡ଼ିଶାରେ ପ୍ରଚଣ୍ଡ ଖରା ହେବ। ଖରା ସହ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ। ଏହି ସମୟରେ ରାଜ୍ୟର କେତେକ ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଟପିପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅନ୍ୟପକ୍ଷରେ ସୋମବାର ଦିନ ଜି.ଉଦୟଗିରିରେ ୧୧.୪ ଡିଗ୍ରୀ ସେଲସିୟସ ସହ ରାଜ୍ୟର ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ରାଜଧାନୀ ଭୁବନେଶ୍ଵରରେ ୨୦.୨ ଡିଗ୍ରୀ ଓ କଟକରେ ୨୦.୬ ଡିଗ୍ରୀ ରାତି ତାପମାତ୍ରା ରେକର୍ଡ କରାଯାଇଛି।


 



Also Read :  Types Of Marriage In Sanatan: ସନାତନ ଧର୍ମରେ କେତେ ପ୍ରକାରର ଅଛି ବିବାହ, ଜାଣନ୍ତୁ ସବୁଠୁ ପବିତ୍ର ବାହାଘର କେଉଁଟା?


Also Read : Entertainment News: ୨୨ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ପୁଣି ବଡ଼ ପରଦାରେ ଏକାଠି ନଜର ଆସିବେ ବାବୁରାଓ-ରାଜୁ -ଶ୍ୟାମ


Also Read : Second Marriage: ବିଜେଡିର ଏହି ରାଜନେତା କରିବେ ଦ୍ୱିତୀୟ ବିବାହ, ଏହି ରାଜକୁମାରୀ ପାଲଟିବେ...


Also Read :  Nikki Murder Case: ପୋଲିସ ଆଗରେ ସତ ଓଗାଳିଲା ବଏଫ୍ରେଣ୍ତ ସାହିଲ୍, ହତ୍ୟାର ୧୨ ଘଣ୍ଟା ପୂର୍ବରୁ ନିକି ସହ...


Also Read : Vastu Tips: ଭାଗ୍ୟ ବଦଳାଇବ ଏସବୁ ବସ୍ତୁ, ଆପଣଙ୍କ ଘରେ ଅଛିକି ?


Also Read : Dola Purnima Ritual: ମହଣ ମହଣ ସୁନାରେ ସଜେଇ ହେବେ ମହାବାହୁ, ଏହି ଦୁର୍ଲଭ ବେଶ ଦର୍ଶନ କଲେ ମିଳେ କୋଟିପୁଣ୍ୟ


Also Read : Drinking alcohol: ନିୟମିତ ମଦ ପିଉଛନ୍ତି କି? କମିବ ବୟସ, ଭୋଗିବେ ଏହି ସବୁ ପ୍ରାଣଘାତୀ ରୋଗ


Also Read : Indian Railway: ଏକା ଭଳି ଦୃଶ୍ୟମାନ ହୋଇଥାନ୍ତି ମାଲଗାଡ଼ି ଡବା, ହେଲେ ପ୍ରତ୍ୟେକ ଡବାର ରହିଛି ଭିନ୍ନ ଭିନ୍ନ ବ୍ୟବହାର