Dola Purnima Ritual: ମହଣ ମହଣ ସୁନାରେ ସଜେଇ ହେବେ ମହାବାହୁ, ଏହି ଦୁର୍ଲଭ ବେଶ ଦର୍ଶନ କଲେ ମିଳେ କୋଟିପୁଣ୍ୟ
Advertisement
Article Detail0/zeeodisha/odisha1581000

Dola Purnima Ritual: ମହଣ ମହଣ ସୁନାରେ ସଜେଇ ହେବେ ମହାବାହୁ, ଏହି ଦୁର୍ଲଭ ବେଶ ଦର୍ଶନ କଲେ ମିଳେ କୋଟିପୁଣ୍ୟ

Dola Purnima Ritual: ଶ୍ରୀମନ୍ଦିରରେ (Jagannath Temple) ମାର୍ଚ୍ଚ ୭ ତାରିଖରେ ମହାପ୍ରଭୁଙ୍କ (Jagannath Temple, Puri) ପବିତ୍ର ଦୋଳଯାତ୍ରା ନୀତି(Dola Purnima Ritual) ଅନୁଷ୍ଠିତ ହେବ। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇ ରତ୍ନବେଦୀରେ ରାଜାଧିରାଜ ଅର୍ଥାତ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଣୁ ଏହାପୂର୍ବରୁ ମହାପ୍ରଭୁଙ୍କର(Jagannath ) ବନକଲାଗି ନୀତି ଅନୁଷ୍ଠିତ ହେବାର ବିଧି ରହିଛି।

ସୌଜନ୍ୟ- ସୋସିଆଲ ମିଡିଆ

Dola Purnima Ritual: ଶ୍ରୀମନ୍ଦିରରେ (Jagannath Temple) ମାର୍ଚ୍ଚ ୭ ତାରିଖରେ  ମହାପ୍ରଭୁଙ୍କ (Jagannath Temple, Puri) ପବିତ୍ର ଦୋଳଯାତ୍ରା ନୀତି(Dola Purnima Ritual) ଅନୁଷ୍ଠିତ ହେବ। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୁଷିତ ହୋଇ ରତ୍ନବେଦୀରେ ରାଜାଧିରାଜ ଅର୍ଥାତ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଣୁ ଏହାପୂର୍ବରୁ ମହାପ୍ରଭୁଙ୍କର(Jagannath ) ବନକଲାଗି ନୀତି ଅନୁଷ୍ଠିତ ହେବାର ବିଧି ରହିଛି। ଯାହାକୁ ନେଇ ଆସନ୍ତାକାଲି (ବୁଧବାର) ଫାଲ୍ଗୁନ ମାସ ଶୁକ୍ଳ ତୃତୀୟା ତିଥି ବୁଧବାର ଦିନ ମହାପ୍ରଭୁଙ୍କର ବନକଲାଗି ନୀତି କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ଦତ୍ତମହାପାତ୍ର ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଂଖ,କସ୍ତୁରୀ ଆଦି ପାରମ୍ପରିକ ସାମଗ୍ରୀରେ ପ୍ରସ୍ତୁତ ନାଲି,ଧଳା,କଳା ଆଦି ବିଭିନ୍ନ ପ୍ରକାର ରଙ୍ଗରେ ମହାପ୍ରଭୁଙ୍କର ବନକଲାଗି ନିତି ସମ୍ପର୍ଣ୍ଣ କରାଯିବ।

ବନକଲାଗି ନୀତି ଏକ ଗୁପ୍ତ ନିତୀ ହୋଇଥିବାରୁ ଦତ୍ତମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବା ମାତ୍ରେ ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଏହି ଅନନ୍ୟ ନିତି ସରିବା ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଦର୍ଶନ ଆରମ୍ଭ ହେବାର ବିଧି ରହିଛି। ବନକଲାଗି ପରେ ମହାପ୍ରଭୁଙ୍କ (Lord Jagannath) ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ। ମହାପ୍ରଭୁଙ୍କ ଚକାଡୋଳା ଚମକି ଉଠିଥାଏ। ଆଉ ମହାପ୍ରଭୁ ଏହି ଚକାଆଖିରେ ଭକ୍ତଜନଙ୍କୁ ଆକର୍ଷିତ କରିଥାନ୍ତି। ଏଥିସହିତ ଏହି ସାମଗ୍ରୀ ଲେପନରେ ମହାପ୍ରଭୁଙ୍କ ଶ୍ରୀମୁଖ ସୁରକ୍ଷିତ ରହିଥାଏ ବୋଲି ଗବେଷକ ମାନେ କହିଥାନ୍ତି। ସେପଟେ ବନକଲାଗି ନୀତି ଏକ ଗୁପ୍ତନିତି ହୋଇଥିବାରୁ ଆସନ୍ତାକାଲି ଅପରାହ୍ନ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Also Read : Types Of Marriage In Sanatan: ସନାତନ ଧର୍ମରେ କେତେ ପ୍ରକାରର ଅଛି ବିବାହ, ଜାଣନ୍ତୁ ସବୁଠୁ ପବିତ୍ର ବାହାଘର କେଉଁଟା?

Also Read : Entertainment News: ୨୨ ବର୍ଷ ଅପେକ୍ଷାର ଘଟିଲା ଅନ୍ତ, ପୁଣି ବଡ଼ ପରଦାରେ ଏକାଠି ନଜର ଆସିବେ ବାବୁରାଓ-ରାଜୁ -ଶ୍ୟାମ

ମହାପ୍ରଭୁଙ୍କର ଦୋଳପୂର୍ଣ୍ଣିମାର ବିଶେଷତ୍ୱ ହେଉଛି ମହାପ୍ରଭୁ (puri temple news) ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୁଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳନ୍ତି । ଗୋଟିଏ ପଟେ ମହାପ୍ରଭୁ ସୁନାବେଶ ଦର୍ଶନ ଥିବା ବେଳେ ଅନ୍ୟପଟେ ସକାଳ ଧୁପ ସରିବା ପରେ ଦୋଳଗୋବିନ୍ଦ ଶ୍ରୀଦେବୀ ଓ ଭୁଦେବୀଙ୍କ ସହ ଦୋଳବେଦୀକୁ ବିଜେ କରିଥାନ୍ତି । ଘଣ୍ଟଘଣ୍ଟା, ଶଂଙ୍ଖ ହୁଳହୁଳିରେ ପକମ୍ପିତ ହେଉଥାଏ ସମଗ୍ର ପରିବେଶ । ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ସହ ଫଗୁ ଖେଳିବାର ରହିଛି ପରମ୍ପରା । ଏହିଦିନ, ଭକ୍ତ ଆଉ ଭଗବାନ ଏକାକାର ହୁଅନ୍ତି। ମହାପ୍ରଭୁଙ୍କ ସହ ଫଗୁ ଓ ଅବିର ଖେଳନ୍ତି ଭକ୍ତ । ଉଭୟ ଭକ୍ତ ଆଉ ଭଗବାନ ଫଗୁର ରଙ୍ଗରେ ଏକାକାର ଦିଶୁଥାନ୍ତି । ଶ୍ରୀମନ୍ଦିରରୁ ଖଇକୋରା ପ୍ରସାଦ ପାଇ ଦୋଳଗୋବିନ୍ଦ, ଶ୍ରୀଦେବୀ ଭୁଦେବୀ ଭୋଗ ପାଇ ଦୋଳବେଦୀକୁ ବିଜେ କରିବା ସମୟରେ ଏଭଳି ନିଆରା ଦୃଶ୍ୟକୁ ବେଶ୍ ଉପଭୋଗ କରିଥାନ୍ତି ଭକ୍ତ । ପାଲିଙ୍କିରେ ଝୁଲିଝୁଲି ୨୧ ଘେରା ପରିକ୍ରମା କରି ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି ମହାପ୍ରଭୁ ଦୋଳଗୋବିନ୍ଦ ।

Also Read :  Crime News: ଲିଭିଙ୍ଗ ପାର୍ଟନରକୁ ଜିଅନ୍ତା ଜାଳିଦେଲା ପ୍ରେମିକ, ଆଉ ତା'ପରେ...

Also Read : Second Marriage: ବିଜେଡିର ଏହି ରାଜନେତା କରିବେ ଦ୍ୱିତୀୟ ବିବାହ, ଏହି ରାଜକୁମାରୀ ପାଲଟିବେ...