Advertisement
Photo Details/zeeodisha/odisha1579886
photoDetails0hindi

Indian Railway: ଏକା ଭଳି ଦୃଶ୍ୟମାନ ହୋଇଥାନ୍ତି ମାଲଗାଡ଼ି ଡବା, ହେଲେ ପ୍ରତ୍ୟେକ ଡବାର ରହିଛି ଭିନ୍ନ ଭିନ୍ନ ବ୍ୟବହାର

Wagon of Freight Train:  ମାଲି ଗାଡ଼ିରେ କାହିଁକି ବ୍ୟବହାର ହୋଇଥାଏ ଭିନ୍ନ ଭିନ୍ନ ଏବଂ ତାହା କ’ଣ ପାଇଁ ବ୍ୟବହାର କରାଯାଏ ତାହା ଜାଣନ୍ତୁ।

1/5

ମାଲି ଗାଡ଼ି ସହାୟତାରେ କୋଇଲା, ତେଲ, କ୍ଷୀର ସମେତ ଆହୁରି ଅନେକ ଜିନିଷ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ପରିବହନ କରାଯାଇଥାଏ। ମାଲଗାଡ଼ି ଯୋଗେ ପରିବହନ ହେଉଥିବା ବିଭିନ୍ନ ପ୍ରକାର ସାମଗ୍ରୀ ଲାଗି  ଭିନ୍ନ ଡବା ବ୍ୟବହାର କରାଯାଇଥାଏ। ଗୋଟିଏ ମାଲି ଗାଡ଼ି ସାହାଯ୍ୟରେ ୫୮ ଟନ୍ ମାଲ ଥରକେ ପରିବହନ କରାଯାଇପାରେ। ମାଲଗାଡ଼ିରେ BCN, BOXN, BTPN, Hopper  ଆଦି ୪ ପ୍ରକାରର ଡବା ବ୍ୟବହାର କରାଯାଏ।

2/5

BCN Wagon: ଏହି ପ୍ରକାର ୱାଗନ୍ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇଥାଏ। ଏହି ଡବା ମୁଖ୍ୟତ ଖାଦ୍ୟ ଶସ୍ୟ ଏବଂ ସିମେଣ୍ଟ ପରିବହନ ପାଇଁ ବ୍ୟବହୃତ ହୋଇଥାଏ। BCN Wagon ଥରକେ ୫୮ ଟନ୍ ପର୍ଯ୍ୟନ୍ତ ମାଲ ଉଠାଇପାରେ।

3/5

BOXN Wagon: ଏହି ଡବା ଉପରୁ ଖୋଲା ରହିଥାଏ। ଏପରି ଡବାରେ ସେହି ସାମଗ୍ରୀ ପରିବହନ କରାଯାଏ, ଯାହା ପାଣି କାରଣରୁ ଓଦା ହୋଇଗଲେ ମଧ୍ୟ ନଷ୍ଟ ହୁଏ ନାହିଁ। ଯଥା କୋଇଲା ଏବଂ  ରେଳ ଧାରଣାରେ ବିଛା ଯାଉଥିବା ପଥର। 

4/5

BTPN Wagon:  ଏହି ଡବା ଦେଖିବାକୁ ଗ୍ୟାସ ସିଲିଣ୍ଡର ଭଳି। ଏପରି ଗୋଲାକୃତି ଡବା ମୁଖ୍ୟତ ପେଟ୍ରୋଲିୟମ, କିରୋସିନି କିମ୍ବା କ୍ଷୀର ଇତ୍ୟାଦି ତରଳ ପଦାର୍ଥ ପରିବହନ ପାଇଁ ବ୍ୟବହାର ହୋଇଥାଏ।

5/5

Hopper Wagon:  ଏହି ପ୍ରକାର ଡବା  କୋଇଲା ଏବଂ  ରେଳ ଧାରଣାରେ ବିଛା ଯାଉଥିବା ପଥର ପରିବହନ ପାଇଁ ମଧ୍ୟ ବ୍ୟବହୃତ ହୋଇଥାଏ।