Cracker Blast Case: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁରରେ ବାଣ ବିସ୍ଫୋରଣ ଘଟଣାରେ(Khurda firecracker unit explosion)  ମୃତ୍ୟୁ ସଂଖ୍ୟା(Death toll) ୫କୁ ବୃଦ୍ଧି ପାଇଛି । ଗୁରୁତର ଆହତ ହୋଇ କଟକ ଏସସିବିରେ(SCB) ଚିକିତ୍ସିତ ହେଉଥିବା ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଶରୀରର ୭୦ ପ୍ରତିଶତରୁ ଅଧିକ ଭାଗ ପୋଡ଼ିଯାଇଥିଲା। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଏବେବି ଚିକିତ୍ସାଧୀନ ଅଛନ୍ତି। ସୋମବାର ବାଣ ବିସ୍ଫୋରଣ(Cracker Blast)  ପରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତରାତିରେ ଦୋଳ ଗୋବିନ୍ଦଙ୍କ ମୃତ୍ୟୁ ହେବା ପରେ ଏବେ ୩ ଜଣଙ୍କ ଚିକିତ୍ସା ଜାରି ରହିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ,  ଦୋଳ ପୁର୍ଣ୍ଣିମା ପାଇଁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୁଷୁଣ୍ଡପୁର ଗାଁରେ ବାଣ କାରିଗରମାନେ ସୋମବାର ଦିନ ବାଣ ତିଆରି କରି ଗୋଟିଏ ଘରେ ରଖୁଥିଲେ। ହେଲେ ହଠାତ ବାଣ ଗୁଡିକ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇପଡିଥିଲେ। ଫଳରେ ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲା ।  ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତିରେ ବାଣ କାରିଗର ଦୋଳ ଗୋବିନ୍ଦ ବେହେରାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।


Also Read :  Cracker Blast: ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ, ବାଣ ରଖୁଥିବା ବେଳେ ବିସ୍ଫୋରଣରେ ୪ ମୃତ


Also Read : Jajpur News: ଲଜ୍ଜା! ବାପାକୁ ହତ୍ୟା କରି ମାଆକୁ ଦୁଷ୍କର୍ମ କଲା ପୁଅ


ଭୁଷଣ୍ଡପୁରରେ ଚୋରାରେ ବାଣ ତିଆରି କାମ ଚାଲିଥିବା ବେଳେ ଏଭଳି ବଡ଼ ଅଘଟଣ ଘଟିଥିଲା । ବାଣ ବିସ୍ଫୋରଣର ଖବର ପାଇବା ପରେ ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏଥିସହ ଏସପି, ଉପ ଜିଲ୍ଲାପାଳ, ବାଲୁଗାଁ ଏସଡିପିଓ, ଟାଙ୍ଗୀ ଆଇଆଇସି, ବିଡ଼ିଓ, ତହସିଲଦାର ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ବାଣ ତିଆରି କରୁଥିବା କାରିଗରମାଙ୍କ ପାଖରେ କୌଣସି ଲାଇସେନ୍ସ ନଥିବା ମଧ୍ୟ ସୂଚନା ମିଳିଛି । ସେଥିପାଇଁ ଏଭଳି ବଡ ଅଘଟଣ ଘଟିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏନେଇ ଭୁଷଣ୍ତପୁରରେ ୧୭ଟି ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।  ଏନେଇ ୭ଟି ମାମଲା ରୁଜୁ କରାଯାଇଥିବା ବେଳେ ୬ ଜଣଙ୍କୁ ଗିରଫ କରାଯାଇଛି । ଏବଂ ୬୨ କିଲୋର ବାଣ ମଧ୍ୟ ଜବତ କରାଯାଇଛି । 


Also Read : Naba Das Murder Case: 'ଗୋପାଳ ନୁହେଁ ପାଗଳ'


Also Read : VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '