Cracker Blast: ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ, ବାଣ ରଖୁଥିବା ବେଳେ ବିସ୍ଫୋରଣରେ ୪ ମୃତ
Advertisement
Article Detail0/zeeodisha/odisha1598091

Cracker Blast: ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ, ବାଣ ରଖୁଥିବା ବେଳେ ବିସ୍ଫୋରଣରେ ୪ ମୃତ

(ଖୋର୍ଦ୍ଧା, ସୂର୍ଯ୍ୟ ନାରାୟଣ ମହାନ୍ତି) Odisha News: ବାଣ ବିସ୍ଫୋରଣରେ ( firecrackers blast) ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୪ ଜଣ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା (Khordha) ଜିଲ୍ଲା ଟାଙ୍ଗୀ ଥାନା ଭୁଷୁଣ୍ଡପୁର ଗ୍ରାମରେ ଏହି ଅଘଟଣ ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Cracker Blast: ଦୋଳ ପୂର୍ଣ୍ଣିମା ପୂର୍ବରୁ ଅଘଟଣ, ବାଣ ରଖୁଥିବା ବେଳେ ବିସ୍ଫୋରଣରେ ୪ ମୃତ

(ଖୋର୍ଦ୍ଧା, ସୂର୍ଯ୍ୟ ନାରାୟଣ ମହାନ୍ତି) Odisha News: ବାଣ ବିସ୍ଫୋରଣରେ ( firecrackers blast) ୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୪ ଜଣ ଗୁରୁତର ହୋଇଛନ୍ତି ।  ଖୋର୍ଦ୍ଧା (Khordha) ଜିଲ୍ଲା ଟାଙ୍ଗୀ ଥାନା ଭୁଷୁଣ୍ଡପୁର ଗ୍ରାମରେ ଏହି  ଅଘଟଣ ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । କିନ୍ତୁ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ ଅତ୍ୟଧିକ ଗରମ ଯୋଗୁ ଅଘଟଣ ଘଟିଥିବା ସୂଚନା ମିଳିଛି । 

ସୂଚନା ଅନୁସାରେ, ଆଗକୁ ଆସୁଛି ଦୋଳ ପୁର୍ଣ୍ଣିମା , ଏନେଇ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୁଷୁଣ୍ଡପୁର ଗାଁରେ ବାଣ କାରିଗରମାନେ ବାଣ ତିଆରି କରି ଗୋଟିଏ ଘରେ ରଖୁଥିଲେ। ହେଲେ ହଠାତ ବାଣ ଗୁଡିକ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ହୋଇପଡିଥିଲେ। ଫଳରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ନେବା ସହ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି। 

Also Read : Cuttack News: ମଦ ପିଇ ପାଗଳ ହେଲା ଯୁବକ, ବାପା ସହ ୫ ସମ୍ପର୍କୀୟଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା

Also Read : VSSUT Student Death Case: ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କୁ କରାଯାଇଛି ହତ୍ୟା ! ପୁରୁଷ ବନ୍ଧୁଙ୍କ କଥାରେ...

ନିକଟରେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ଠାରେ ଥିବା ବାବା ମାଧୁରୀ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା  । ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହି ବିସ୍ଫୋରଣରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Also Read :  Shocking News: ବାପା ନା ସେ ନର୍କର କୀଟ, ନିଜ ଜନ୍ମକଲା ଝିଅକୁ ବର୍ଷେ ହେବ କରୁଥିଲା ଦୁଷ୍କର୍ମ

Also Read :  Urinated In Flight: ପୁଣି ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କଲେ ମଦ୍ୟପ ଛାତ୍ର, ଜାଣନ୍ତୁ କ'ଣ ରହିଛି ପୂରା ମାମଲା?

Also Read :  VSSUT Student Death Case: ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁଙ୍କ ହେବ ଲାଏ ଡିଟେକ୍ସନ୍ ଟେଷ୍ଟ

Also Read :  Viral News: ଲାଜସରମ ପୋଡ଼ି ଖାଇଲେ ଯୁବତୀ, ମେଟ୍ରୋରେ କଲେ ଧୂଆଁଧାର ଡାନ୍ସ, ଭିଡ଼ିଓ ଭାଇରାଲ