Naba Das Murder Case: 'ଗୋପାଳ ନୁହେଁ ପାଗଳ'
Advertisement
Article Detail0/zeeodisha/odisha1599528

Naba Das Murder Case: 'ଗୋପାଳ ନୁହେଁ ପାଗଳ'

Naba Das Murder Case: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ (Naba Das Murder Case)ହତ୍ୟା ଘଟଣା । ନବକିଶୋର ଦାସ ହତ୍ୟା ମାମଲାର(Naba Das) ଅଭିଯୁକ୍ତ ଗୋପାଳ ଦାସକୁ ( Accused Gopal Das )ପାଗଳ ଦର୍ଶାଇ ଷଡ଼ଯନ୍ତ୍ର ଉପରେ ପରଦା ଢାଙ୍କିବାକୁ ପ୍ରୟାସ କରାଯାଉଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି । କାରଣ କଟକ ବଡ଼ମେଡିକାଲର ୪ ଜଣିଆ‌ ମନୋଚିକିତ୍ସକଙ୍କୁ ନେଇ ଗଠିତ ଓଡ଼ିଶା ମେଡ଼ିକାଲ ବୋର୍ଡ ଗୋପାଳର ମନସ୍ତାତ୍ତ୍ବିକ ଯାଞ୍ଚ କରି ତା’ର ମାନସିକ ସ୍ଥିତି ଠିକ୍ ଥିବା ରିପୋର୍ଟ ଦେଇଛନ୍ତି। 

ସୌଜନ୍ୟ- ସୋସିଆଲ ମିଡ଼ିଆ

Naba Das Murder Case: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ (Naba Das Murder Case)ହତ୍ୟା ଘଟଣା  ।  ନବକିଶୋର ଦାସ ହତ୍ୟା ମାମଲାର(Naba Das) ଅଭିଯୁକ୍ତ ଗୋପାଳ ଦାସକୁ ( Accused Gopal Das )ପାଗଳ ଦର୍ଶାଇ ଷଡ଼ଯନ୍ତ୍ର ଉପରେ ପରଦା ଢାଙ୍କିବାକୁ ପ୍ରୟାସ କରାଯାଉଛି ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି । କାରଣ କଟକ ବଡ଼ମେଡିକାଲର ୪ ଜଣିଆ‌ ମନୋଚିକିତ୍ସକଙ୍କୁ ନେଇ ଗଠିତ ଓଡ଼ିଶା ମେଡ଼ିକାଲ ବୋର୍ଡ ଗୋପାଳର ମନସ୍ତାତ୍ତ୍ବିକ ଯାଞ୍ଚ କରି ତା’ର ମାନସିକ ସ୍ଥିତି ଠିକ୍ ଥିବା ରିପୋର୍ଟ ଦେଇଛନ୍ତି। ଅର୍ଥାତ୍‌ ଗୋପାଳ ପାଗଳ ନୁହେଁ ବୋଲି (no mental illness)ଡାକ୍ତରୀଦଳ ରିପୋର୍ଟର ସ୍ପଷ୍ଟ ହୋଇଛି। ଝାରସୁଗୁଡ଼ା ଅତିରିକ୍ତ ଜିଲା ଜଜ୍‌ଙ୍କ ଅଦାଲତ(Additional Sessions Judge Court, Jharsuguda) ଗତ ୩ ତାରିଖ ଦେଇଥିବା ରାୟରେ ଏ ସମ୍ପର୍କରେ ଉଲ୍ଲେଖ କରି ବେଙ୍ଗାଲୁରୁରେ ଗୋପାଳର ମାନସିକ ସ୍ଥିତି ପରୀକ୍ଷା ପାଇଁ ଅନୁମତି ଦେବାକୁ ମନା କରିଥିଲେ। 

ଅଦାଲତର ରାୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗଠିତ ମେଡ଼ିକାଲ ବୋର୍ଡ’ର ରିପୋର୍ଟ ସଂକ୍ରାନ୍ତରେ ସବିଶେଷ ଉଲ୍ଲେଖ କରାଯାଇଛି। ମେଡ଼ିକାଲ ବୋର୍ଡ ଫେବୃଆରୀ ୪ ତାରିଖରେ ଝାରସୁଗୁଡ଼ାରେ ଅଭିଯୁକ୍ତର ମନସ୍ତାତ୍ତ୍ବିକ ଯାଞ୍ଚ କରି ୫ ତାରିଖ ରିପୋର୍ଟ ହସ୍ତାନ୍ତର କରିଥିଲେ। ଏହି ରିପୋର୍ଟରେ କୁହାଯାଇଛି ଯେ ମାନସିକ ଯାଞ୍ଚ ବେଳେ ଅଭିଯୁକ୍ତ ଗୋପାଳ ଦାସ ସଚେତନ ଓ ସତର୍କ ଥିଲା। ଆଖିକୁ ଆଖି ମିଶାଇ କଥା ଶୁଣୁଥିଲା ଓ କହୁଥିଲା। ତା କଥାରେ ପୂର୍ବାପର ସମ୍ପର୍କ ରହୁଥିଲା। ତାଳମେଳ ଠିକଠାକ ରହୁଥିଲା। ସ୍ଥିତି ଅନୁସାରେ ମିଜାଜ ଠିକ୍‌ ଥଲା। ମାନସିକ ସୁସ୍ଥ ବ୍ୟକ୍ତିଟିଏ ଯେଭଳି ଆଚରଣ କରେ ଗୋପାଳ ଠିକ୍‌ ସେଭଳି ଆଚରଣ କରୁଥିଲା। ତା’ କଥାଭାଷା ଯୁକ୍ତି ସଂଗତ ଓ ଲକ୍ଷ୍ୟ ନିର୍ଦେଶିତ ଥିଲା। 

Also Read : Naba Das Murder:'ଗୋବିନ୍ଦ ସାହୁ ଆତ୍ମହତ୍ୟା ପରି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ହେବ ଚାପ୍ଟର କ୍ଲୋଜ୍'!

Also Read : VSSUT student Death Case: 'ଭିସୁଟ୍‌ ଛାତ୍ରୀଙ୍କ ମୃତ୍ୟୁରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅର ହାତ ରହିଛି '

ବିଚାରଧାରା ଓ ଧାରଣାରେ କିଛି ଅସ୍ବାଭାବିକତା ନଥିଲା ବୋଲି ମେଡିକାଲ ବୋର୍ଡ ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ଗୋପାଳର ଆଭିମୁଖ୍ୟ ସ୍ପଷ୍ଟ ଥିଲା। କଥାବାର୍ତ୍ତା ବେଳେ ପ୍ରତ୍ୟୁତ୍ପନ୍ନମତିତା ଲକ୍ଷ୍ୟ କରାଯାଇଥିଲା। ବୁଦ୍ଧିମତ୍ତା ହାରାହାରି ଓ ବିସ୍ତୃତ ଚିନ୍ତାଧାରା ଅକ୍ଷୁର୍ଣ୍ଣ ରହିଛି। ସବୁଠାରୁ ବଡ଼କଥା ହେଲା ଜେରା ବେଳେ ମଧ୍ୟ ଅଭିଯୁକ୍ତ ବିବେକଶୀଳତାର ପ୍ରଦର୍ଶନ କରିଥିଲା। ମେଡିକାଲ ବୋର୍ଡର ଏଭଳି ରିପୋର୍ଟରୁ ଏହା ସ୍ପଷ୍ଟ ଯେ ଅଭିଯୁକ୍ତ ମାନସିକ ରୋଗଗ୍ରସ୍ତ ନାହିଁ ବୋଲି କୋର୍ଟ କହିଛନ୍ତି। ମେଡିକାଲ ବୋର୍ଡର ଏହି ରିପୋର୍ଟକୁ ଅଧ୍ୟୟନ କଲା ପରେ ଅଭିଯୁକ୍ତର ଆଉ କୌଣସି ମାନସିକ ସ୍ଥିତି ଯାଞ୍ଚ କରିବା ଅନାବଶ୍ୟକ ମନେ ହେଉଛି ବୋଲି ଅଦାଲତ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ନବ ଦାସ ହତ୍ୟାକାଣ୍ଡକୁ ୩୮ ଦିନ ହୋଇସାରିଥିବାବେଳେ ହତ୍ୟାର କାରଣ ଏବେ ଯାଏ ପଦାକୁ ଆସି ପାରିନାହିଁ, ହେଲେ ସେବେଠୁ ଏବେ ଯାଏ ଅଭିଯୁକ୍ତ ଗୋପାଳ ପାଗଳ ବୋଲି ପ୍ରମାଣିତ କରିବାର ପ୍ରୟାସ କରାଯାଉଛି। ବିଗତ ଦିନରେ ଏହି ରିପୋର୍ଟ କ୍ରାଇମବ୍ରାଞ୍ଚର (Crime Branch)ହସ୍ତଗତ ହେବା ପରେ ପ୍ରଥମେ ବେଙ୍ଗାଲୁରୁସ୍ଥିତ ରାଷ୍ଟ୍ରୀୟ ମାନସିକ ସ୍ବାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ସଂସ୍ଥାନ (ନିମହାନ୍ସ)ର ବିଶେଷଜ୍ଞ ଦଳକୁ ଝାରସୁଗୁଡ଼ା ଡକାଇ ମନସ୍ତାତ୍ତ୍ବିକ ବିଶ୍ଲେଷଣ କରାଯାଇଥିଲା। ପରେ ତିନି ସପ୍ତାହ ପାଇଁ ବାଙ୍ଗାଲୁରୁ ସ୍ଥିତ ଉକ୍ତ ସଂସ୍ଥାନର କ୍ୟାମ୍ପସକୁ ନେଇ ମାନସିକ ସ୍ଥିତି ଯାଞ୍ଚ ପାଇଁ ଗତ ୨୦ ତାରିଖ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଆବେଦନ କରାଯାଇଥିବା ବେଳେ ତାହା ଖାରଜ ହୋଇଥିଲା। ୨୧ ତାରିଖ ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ପୁଣି ଆବେଦନ କରାଯାଇଥିଲା। ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ତାହା ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି।