Delhi Sangam Vihar Murder: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଘଟିଯାଇଛି ଏକ ଛାତିଥରା ହତ୍ୟାକାଣ୍ଡ। ଟଙ୍କା କାରବାରକୁ ନେଇ ଜଣେ ୨୧ ବର୍ଷୀୟ ବୟସ୍କ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ବୁଧବାର ଦିନ ସମୟରେ ଦିଲ୍ଲୀ ସଙ୍ଗମ ବିହାର ସ୍ଥିତ ଟିଗ୍ରି ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।


COMMERCIAL BREAK
SCROLL TO CONTINUE READING

ମୃତକ ଜଣକ ତାଙ୍କ ଭଉଣୀଙ୍କୁ ଦେଖା କରି ଘରକୁ ଫେରିବା ସମୟରେ ତାଙ୍କ ସହ ଏଭଳି ଘଟଣା (man stabbed to death by friend delhi) ଘଟିଥିବା ଜଣାପଡିଛି। ଘରକୁ ଫେରିବା ବାଟରେ ମୃତକଙ୍କ ତାଙ୍କ ବନ୍ଧୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ମୃତକ ଯୁବକଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ୟୁସଫ। ଛୁରୀ ମାଡ଼ ଘଟଣା ପରେ ମୃତକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କହିବା ଅନୁସାରେ ମୃତକ ୟୁସୁଫ ତାଙ୍କ ବନ୍ଧୁ ଶାହାରୁଖଙ୍କ ଠାରୁ ୩୦୦୦ ଟଙ୍କା ନେଇଥିଲେ। 


ହେଲେ ସେହି ୩୦୦୦ ଟଙ୍କା କାରବାରକୁ ନେଇ ମୃତକ ୟୁସୁଫ ଏବଂ ତାଙ୍କ ବନ୍ଧୁ ଶାହାରୁଖଙ୍କ ମଧ୍ୟରେ ବିବାଦ ହୋଇଥିଲା। ଶେଷରେ ବିବାଦ ଏତେ ବଢିଯାଇଥିଲା ଶାହାରୁଖ ୟୁସୁଫଙ୍କୁ ଛୁରାମାଡ଼ (delhi knife attack news) କରିବାକୁ ପଛେଇ ନଥିଲେ। ଏହି ଘଟଣା ଘଟିବା ପରେ ସ୍ଥାନୀୟ ଥାନାକୁ ଖବର ଦିଆଯାଇଥିଲା। ଏହି ଖବର ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା। 



ଦିଲ୍ଲୀ ସଙ୍ଗମ ବିହାର ଅଞ୍ଚଳରେ (Sangam Vihar Area Delhi) ଘଟିଥିବା ଏଭଳି ଛାତିଥରା ହତ୍ୟାକାଣ୍ଡର ଭିଡ଼ିଓ (Delhi Knife Attack Viral Video) ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଅଭିଯୁକ୍ତ ଜଣକ ମୃତକ ତଳେ ପଡ଼ିଯିବା ପର୍ଯ୍ୟନ୍ତ ତାଙ୍କୁ ଲଗାତାର ଭାବରେ ଛୁରୀ ମାରିବାରେ ଲାଗିଛନ୍ତି। ୟୁସୁଫଙ୍କୁ ଛୁରୀ ମାରିବା ପରେ ନିଜେ ଶାହାରୁଖ ତଳେ ପଡ଼ିଯାଇଥିଲେ। ଉଭୟ ମୃତକ ଏବଂ ଅଭିଯୁକ୍ତ ପାଖାପାଖି ଅଞ୍ଚଳରେ ରୁହନ୍ତି।


Also Read: 'Pushpa','Vokaaal 2' Side Effect:ଦିଲ୍ଲୀରେ ଫିଲ୍ମୀ ଷ୍ଟାଇଲରେ ଯୁବକଙ୍କ ହତ୍ୟା କଲେ ନାବାଳକ


ଆମେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହତ ହୋଇଥିବା ୟୁସୁଫଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲୁ। ତାଙ୍କୁ ଅତିକମରେ ୧୭ ଥର ଛୁରାମାଡ଼ କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅଭିଯୁକ୍ତ ଶାହାରୁଖଙ୍କ ବୟସ ଜଣାପଡୁଛି। ଯିଏ ଜଣେ ସ୍କୁଲ ଡ୍ରପଆଉଟ ବୋଲି କୁହାଯାଉଛି। ମୃତକ ୟୁସୁଫ କିଛି ସମୟ ପୂର୍ବରୁ ଅଭିଯୁକ୍ତଙ୍କ ଠାରୁ ୩୦୦୦ ଟଙ୍କା ଧାର ନେଇଥିଲେ। ହେଲେ ପରେ ଶାହାରୁଖ ୟୁସୁଫଙ୍କୁ ତାଙ୍କ ଟଙ୍କା ମାଗିଥିଲେ ବୋଲି କହିଛନ୍ତି ଡେପୁଟି ପୋଲିସ କମିଶନର ପୋଲିସ (Delhi Police Deputy Commissioner) ଚନ୍ଦନ ଚୌଧୁରୀ। ପୋଲିସ ଅଧିକାରୀ ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ପିସିଆର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୀଡିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣା ପୋଲିସ ବିଭାଗର କୌଣସି ବିଫଳତା ନାହିଁ। ଅଭିଯୁକ୍ତଙ୍କୁ ବର୍ତ୍ତମାନ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୩୦୨ (ହତ୍ୟା) ଅନୁଯାୟୀ ଗିରଫ କରାଯାଇଛି।