'Pushpa','Vokaaal 2' Side Effect:ଦିଲ୍ଲୀରେ ଫିଲ୍ମୀ ଷ୍ଟାଇଲରେ ଯୁବକଙ୍କ ହତ୍ୟା କଲେ ନାବାଳକ
Advertisement

'Pushpa','Vokaaal 2' Side Effect:ଦିଲ୍ଲୀରେ ଫିଲ୍ମୀ ଷ୍ଟାଇଲରେ ଯୁବକଙ୍କ ହତ୍ୟା କଲେ ନାବାଳକ

 ଅଭିଯୁକ୍ତ ନାବାଳକ ଗ୍ୟାଙ୍ଗଷ୍ଟାର ଭଳି ଚଳଚ୍ଚିତ୍ରୁ ପ୍ରଭାବିତ ହୋଇ ସେପରି ଜୀବନଶୈଳୀ ଆପଣାଇବାକୁ ଚାହୁଁଥିଲେ।

'Pushpa','Vokaaal 2' Side Effect:ଦିଲ୍ଲୀରେ ଫିଲ୍ମୀ ଷ୍ଟାଇଲରେ ଯୁବକଙ୍କ ହତ୍ୟା କଲେ ନାବାଳକ

ନୂଆଦିଲ୍ଲୀ: କ୍ଷମତା ଜାହିର କରିବା ପାଇଁ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି କେତେକ ନାବାଳକ। ଦିଲ୍ଲୀ ସ୍ଥିତ ଜହାଙ୍ଗୀରପୁର ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। "ପୁଷ୍ପା" ଏବଂ "ଭୋକାଲ" ଫିଲ୍ମ ଦେଖି ଏଭଳି ହତ୍ୟାକାଣ୍ଡ ଭିଆଇଛନ୍ତି ଏହି ଘଟଣାରେ ଜଡି଼ତ ରହିଥିବା ଅଭିଯୁକ୍ତ।  

ନିଜ ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହୁଁଥିବା ନାବାଳିକ ଏହି ହତ୍ୟାକାଣ୍ଡର ଭିଡି଼ଓ ରେକର୍ଡିଂ କରିଥିଲେ ଏବଂ ଏହାକୁ ସେମାନେ ଇନଷ୍ଟାଗ୍ରାମ୍ ରେ ଅପଲୋଡ୍ କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚାହୁଁଥିଲେ। ହେଲେ ସେମାନେ ଏହି  ଭିଡ଼ିଓ ଅପଲୋଡ୍ କରିବା ପୂର୍ବରୁ ପୋଲିସ ସେହି ନାବାଳିକାଙ୍କୁ ଧରି ବାଳ ସୁଧାର ଗୃହକୁ ପଠାଇଛି।

ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ, ମୋବାଇଲ ଫୋନ ପ୍ରଭୃତିକୁ ଜବତ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ ସେମାନଙ୍କ ମୋବାଇଲ୍ ଫୋନରୁ ଏପରି କିଛି ଭିଡିଓ ପାଇଛି ଯେଉଁଥିରେ ସେମାନେ କାହାକୁ ମାଡ ମାରୁଥିବାର କିମ୍ବା ଅସ୍ତ୍ରଶସ୍ତ୍ର ପ୍ରଦର୍ଶିତ କରୁଥିବାର ଦେଖାଯାଉଛି। ଇନଷ୍ଟାଗ୍ରାମରେ ମଧ୍ୟ ଏପରି ଅନେକ ଭିଡିଓ ଅପଲୋଡ୍ କରାଯାଇଛି।

ପୋଲିସ କହିବା ଅନୁସାରେ ଚଳିତ ମାସ ୧୯ ତାରିଖରେ ୨୫ ବର୍ଷୀୟ ଶିବୁ ନାମକ ଜଣେ ଯୁବକ ଜହାଙ୍ଗୀରପୁରସ୍ଥିତ ପାର୍କରେ ବସିଥିଲେ। ସେ ବସିବା ସମୟରେ ୩ ଜଣ ନାବାଳକ ସେଠାରେ ପହଞ୍ଚିଥିଲେ। ପାର୍କରେ ଏକାକୀ ବସିଥିବା ଶିବୁଙ୍କ ସହ ସେମାନେ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ହେଲ ସେ ଏହାକୁ ବିରୋଧ କରିବା ପରେ ଏହି ନାବାଳକ ତାଙ୍କୁ ମାଡ଼ ମାରିଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ଜଣେ ଶିବୁଙ୍କ ଦୁଇ ହାତକୁ ପଛରୁ ଧରି ପକାଇବା ସହ ଅନ୍ୟ ଜଣେ ତାଙ୍କ ପେଟରେ ଛୁରୀ ମାରି ଦେଇଥିଲେ। ଅନ୍ୟଜଣେ ନାବାଳକ ଏହି ଘଟଣାର ପୁରା ଭିଡ଼ିଓ ରେକର୍ଡିଂ କରିଥିଲା।

ଆକ୍ରମଣରେ ଲହୁଲୁହାଣ ହୋଇ ଶିବୁ ପାର୍କରେ ପଡି଼ଯିବା ପରେ ଏଭଳି ହତ୍ୟାକାଣ୍ଡ ଭିଆଇଥିବା ନାବାଳକ ଘଟଣାସ୍ଥଳରୁ ପଳାୟନ କରିଥିଲେ। ଏହା ପରେ ସ୍ଥାନୀୟ ଲୋକ ଶିବୁଙ୍କୁ ବାବୁ ଜଗଜୀବନ ରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ଚିକିତ୍ସା ସମୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଏହି ଘଟଣାର ଖବର ହସ୍ପିଟାଲରୁ ମିଳିଥିଲା। ଏହା ପରେ ଏକ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ ହୋଇଥିଲା। ସିସିଟିଭ ଫୁଟେଜରୁ ଏହା ଜଣାପଡିଥିଲା ଏହି ନାବାଳକ ଅସ୍ତ୍ରଶସ୍ତ୍ର ମଧ୍ୟ ପ୍ରଦର୍ଶିତ କରୁଥିଲେ। 

ସେମାନଙ୍କୁ ହୋଇଥିବା ଜେରା ସମୟରେ ଏହି ନାବାଳକ କହିଥିଲେ ସେମାନେ କୋରୋନା ଟିକା ନେଇ ଫେରୁଥିଲେ। ସେତେବେଳେ ସେମାନଙ୍କ ନଜର ପାର୍କରେ ଏକାକୀ ବସିଥିବା ଶିବୁଙ୍କ ଉପରେ ପଡି଼ଥିଲା। ସେମାନେ ଗ୍ୟାଙ୍ଗଷ୍ଟାର ଭଳି ଚଳଚ୍ଚିତ୍ରୁ ପ୍ରଭାବିତ ହୋଇ ସେପରି ଜୀବନଶୈଳୀ ଆପଣାଇବାକୁ ଚାହୁଁଥିଲେ। ସେମାନେ ବଦନାମ୍ ଗ୍ୟାଙ୍ଗ ମଧ୍ୟ ବନାଇଥିଲେ। ସେମାନେ ସ୍ଥାନୀୟ ନିଜ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବା ଲାଗି ଏହି ଘଟଣାର ଏକ ମୋବାଇଲ୍ ଭିଡିଓ ରେକର୍ଡିଂ କରିଥିଲେ। ପୋଲିସ ଏ ଘଟଣାର ତଦନ୍ତ ଜାରି ରଖିଛି।