Deogarh News: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର । ସକାଳୁ ସକାଳୁ ବିଭିନ୍ନ ଶୈବପୀଠରେ ମହାଦେବଙ୍କ ଉପରେ ଜଳଲାଗି ପାଇଁ କାଉଡ଼ିଆ ଓ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଶ୍ରାବଣ ମାସର ପ୍ରଥମ ସୋମବାରରୁ ହିଁ ଏକ ଅଘଟଣ ଖବର ସାମ୍ନାକୁ ଆସିଛି । ଦେବଗଡ଼ର ଝାଡ଼େଶ୍ବର ମନ୍ଦିର ପରିସରରେ ଘଟିଛି ଏକ ଅଭାବନୀୟ ଘଟଣା । ଏଠାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ କାଉଡ଼ିଆଙ୍କ ନାମ ବିଭୁତି ବେହେରା ବୋଲ ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ମୃତ କାଉଡ଼ିଆ ବିଭୁତି ବେହେରାଙ୍କ ଘର ରିଆମାଳ ବ୍ଲକ୍ ଅନ୍ତର୍ଗତ ଦେଓଝରଣ ଗାଁରେ ବୋଲି ସୂଚନା ମିଳିଛି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକାଶ ଥାଉ କି, ବିଭୁତି ନିଜ ଅଞ୍ଚଳରୁ ପାଣି ଉଠାଇ ଝାଡ଼େଶ୍ବର ମନ୍ଦିରରେ ଜଳ ଲାଗି କରିବାକୁ ଆସିଥିଲେ । ରାତିରେ ଝାଡ଼େଶ୍ବର ମନ୍ଦିରରେ ପହଁଞ୍ଚିବା ପରେ ସେ ସେଠାରେ ଶୋଇଯାଇଥିଲେ । ସକାଳେ ତାଙ୍କ ସାଥୀମାନେ ବିଭୁତିଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଆଉ ଉଠିନଥିଲେ । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ କାଉଡ଼ିଆଙ୍କ ମୃତ୍ୟୁ କେଉଁ କାରଣରୁ ହୋଇଛି ତାହା ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି ।


ସେପଟେ, ବିଜୟଓ୍ବାଡାର ଏକ ପରିବାର ରବିବାର ଦିନ ତିରୁପତିଙ୍କ ଦର୍ଶନ ଲାଗି ଆନ୍ଧ୍ର ପ୍ରଦେଶର ତିରୁପତି ଜିଲ୍ଲାକୁ ଆସିଥିଲେ। ମନ୍ଦିରେ ଦର୍ଶନ ସାରି ଘରୁକୁ ଫେରିବା ବାଟରେ ଏକ ଟ୍ରକଟି ତାଙ୍କ କାରକୁ କାଣ୍ତ୍ରିଗା ଗାଁ ନିକଟରେ ପଛପଟୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ୭ ସଦସ୍ୟଙ୍କ ଭିତରୁ ୬ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ଏହି ବଡ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲା କାରରେ ଥିବା ୧୬ ବର୍ଷିୟ ନାବାଳକ । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି କାର୍ କାଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆହତ ନାବାଳକଙ୍କୁ ଚିକିତ୍ସା ଲାଗି ମେଡିକାଲ ପଠାଯାଇଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଚଳାଇଛି ପୋଲିସ୍ । 


Also Read-କାହିଁକି ଶିବଙ୍କୁ ପସନ୍ଦ କରୁନଥିଲେ ପାର୍ବତୀଙ୍କ ପିତା ଦକ୍ଷ, ଜାଣନ୍ତୁ ଏହା ପଛରେ କ’ଣ ରହିଛି ପୌରାଣିକ କଥା


Also Read-Sawan First Monday: ଶ୍ରାବଣ ମାସର ପ୍ରଥମ ସୋମବାରର କ'ଣ ରହିଛି ମହତ୍ତ୍ୱ? ଏହି ଦିନ ଶିବଙ୍କୁ ପୂଜିଲେ ମିଳିଥାଏ...


ନିକଟରେ ମହାରାଷ୍ଟ୍ରରେ ଏଭଳି ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା। ଗୋଟିଏ ଟ୍ରକ୍ ତିନୋଟି ଗାଡିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୮ ଆହତ ହୋଇଥିଲେ । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଟ୍ରକର ବ୍ରେକ୍ ଫେଲ ହୋଇଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ସୂଚନା ଅନୁଯାୟୀ, ମୁମ୍ବାଇ-ଆଗ୍ରା ହାଇୱେର ପଲାସନେର ଗାଁ ନିକଟରେ ଗୋଟିଏ କଣ୍ଟେନର ବୋଝେଇ ଟ୍ରକ୍ ବିପରୀତ ଦିଗରୁ ଆସି ତିନୋଟି ଗାଡିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହୋଇଥିବା କାର ଓ ୨ଟି ବାଇକ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା ।


Also Read-Weather Update: ୧୧ରୁ ଆହୁରି ବଢ଼ିବ ବର୍ଷା! ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଆଲର୍ଟ ଜାରି