Weather Update: ୧୧ରୁ ଆହୁରି ବଢ଼ିବ ବର୍ଷା! ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଆଲର୍ଟ ଜାରି
Advertisement
Article Detail0/zeeodisha/odisha1772863

Weather Update: ୧୧ରୁ ଆହୁରି ବଢ଼ିବ ବର୍ଷା! ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ଆଜି ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳୁ, ଢେଙ୍କାନାଳ, କେନ୍ଦୁଝର ଓ ବରଗଡ଼ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । 

ସୌ(ସୋସିଆଲ ମିଡିଆ)

Weather Update: ଗତ କିଛି ଦିନ ହେବ ରାଜ୍ୟର କେତେକ ସ୍ଥାନରେ କାଁ ଭାଁ ବର୍ଷା ଯୋଗୁଁ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ତ୍ରାହି ପାଇଛନ୍ତି ଲୋକେ । ଆଜି ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow alert) ଜାରି କରାଯାଇଛି । ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳୁ, ଢେଙ୍କାନାଳ, କେନ୍ଦୁଝର ଓ ବରଗଡ଼ର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ଏହି ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ବିଭାଗ (Bhubaneswar Meteorological Department)  ପକ୍ଷରୁ ଆକଳନ କରାଯାଇଛି ।

ସୂଚନା ଅନୁଯାୟୀ, ରବିବାର ଦିନ ସମ୍ବଲପୁର, ଦେବଗଡ଼, ଅନୁଗୁଳୁ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା (Heavy rain) ହୋଇଛି । ତେବେ ଆଜି ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳୁ, ଢେଙ୍କାନାଳ, କେନ୍ଦୁଝର ଓ ବରଗଡ଼ ଜିଲ୍ଲାର କେତେକାଂଶରେ ପ୍ରବଳ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବା ବିଭାଗ କହିଛି । ମୌସୁମୀ (Monsoon) ଜନିତ ନିମ୍ନ ଚାପରେଖା ଆଜି ରାଜସ୍ଥାନର ଜୈସାଲମେରରୁ ବାହାରି, ଆଜମେର, ଶିବପୁରୀ, ସିଦ୍ଧି, ଡ଼ାଲଟଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବ-ଦିଗରେ ମଣିପୁର ଯାଏ ବାୟୁ ମଣ୍ତଳର ୧.୫ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ଲାଗି ରହିଛି । ତେବେ ଆଗାମୀ ୧୧ ତାରିଖ ବେଳକୁ ବର୍ଷା ବଢିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, , ଯାଜପୁର, ଗଞ୍ଜାମ, ଢେଙ୍କାନାଳ, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପ୍ରକାଶ ଥାଉ କି, ପାଣିପାଗ ବିଭାଗର ସୂଚନା ମୁତାବିକ, ଚଳିତ ବର୍ଷ ରାଜ୍ୟରେ ମୌସୁମୀ (Monsoon) ପ୍ରବେଶ କରିବା ପରେ ଜୁନ୍‌ ୧ରୁ ଜୁଲାଇ ୯ ତାରିଖ ମଧ୍ୟରେ ୨୨୦.୭ ମି.ମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୨୯୫ ମି.ମି ତୁଳନାରେ ପ୍ରାୟ ୨୫ ପ୍ରତିଶତ କମ୍‌ ଅଟେ । ଏହି ସମୟ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ୍ ୪୩୭.୩ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ବର୍ଷା ୨୯୨.୫ ମି.ମି ତୁଳନାରେ ୫୦ ପ୍ରତିଶତ ଅଧିକ ଅଟେ । ରାଜ୍ୟରେ ବର୍ତ୍ତମାନ ବର୍ଷାର ପରିମାଣ କମ୍‌ ରହିଥିବା ବେଳେ ଆଗାମୀ ୧୨ ଓ ୧୩ ତାରିଖ ବେଳକୁ ବର୍ଷା (Rain) ବଢିବା ନେଇ ସମ୍ଭାବନା ରହିଛି। ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବା ସହ ବର୍ଷା ହେବା ନେଇ ସମ୍ଭାବନା ଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଏହା ବି ପଢନ୍ତୁ-କାହିଁକି ଶିବଙ୍କୁ ପସନ୍ଦ କରୁନଥିଲେ ପାର୍ବତୀଙ୍କ ପିତା ଦକ୍ଷ, ଜାଣନ୍ତୁ ଏହା ପଛରେ କ’ଣ ରହିଛି ପୌରାଣିକ କଥା

ଏହା ବି ପଢନ୍ତୁ-Road Accident: ଦର୍ଶନ ସାରି ଫେରିବା ବାଟେ ଘଟିଲା ବଡ଼ ଦୁର୍ଘଟଣା, ଚଲିଗଲା ୬ ଜୀବନ

ଏହା ବି ପଢନ୍ତୁ-Sawan 2023: ଆଜି ଶ୍ରାବଣ ପ୍ରଥମ ସୋମବାର, କମ୍ପୁଛି ଲିଙ୍ଗରାଜଙ୍କ ପୀଠ, କାଉଡିଆଙ୍କ ପାଇଁ ହୋଇଛି ଏଭଳି ବ୍ୟବସ୍ଥା