Rourkela News: ଡରାଉଛି ଡାଇରିଆ, ଆଜି ରାଉରକେଲା ଯିବେ ସ୍ୱାସ୍ଥ୍ୟ ସଚିବ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
Rourkela News: ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଡାଇରିଆ ରୋକିବାକୁ ଆରଏମସି, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ଅହରହ କାମ କରୁଛନ୍ତି । ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି । ସେପଟେ ମୃତକ ମାନେ ଡାଇରିଆ ନା ଅନ୍ୟ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି
Rourkela News: ଗତ ୧୧ ତାରିଖରୁ ରାଉରକେଲାରେ ବ୍ୟାପିଥିବା ଡାଇରିଆ ତଳମୁହାଁ ହେଉନି । ଅବଶ୍ୟ ପୂର୍ବ ଅପେକ୍ଷା ସଂକ୍ରମଣ ସାମାନ୍ୟା ହ୍ରାସ ପାଇଛି। ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଉଦ୍ୟମ ଜାରି ରଖିଛନ୍ତି । ମଙ୍ଗଳବାର ବନ୍ଧମୁଣ୍ଡା ତିଲକନଗରର ଜଣେ ୮ ବର୍ଷର ଶିଶୁକନ୍ୟାର ମୃତ୍ୟୁ ଘଟିଛି। ସେମିତି ଦେଖଇବାକୁ ଗଲେ ୧୦ ଦିନରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧୦ ରେ ପହଞ୍ଚିଲାଣି। କେବଳ ଆରଜିଏଚରେ ୫ ଜଣଙ୍କ ମୃତ୍ୟୁ ହେଇଛି। ଆଜି ପର୍ଯ୍ୟନ୍ତ ରାଉରକେଲା ଓ ଏହାର ଆଖପାଖରେ ୫୮୦ ଡାଇରିଆରେ ଆକ୍ରାନ୍ତ ହେଲେଣି । ଏମାନଙ୍କ ମଧ୍ୟରେ ରାଉରକେଲା ସହରରୁ ୪୨୯ ଓ ବିଭିନ୍ନ ବ୍ଲକରୁ ୧୧୩ ଅଛନ୍ତି।
ସେହିପରି ୨୪୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ରାତିରେ ଆରଜିଏଚରେ ୧୫୩ରୁ ଅଧିକ ରୋଗୀଙ୍କ ସହ ବିଭିନ୍ନ ହସ୍ପିଟାଲରେ ୨୮୭ ରୋଗୀ ଚିକିତ୍ସିତ ହେଉଛନ୍ତି । ଆରଜିଏଚରୁ ୫ ଗୁରୁତର ରୋଗୀଙ୍କୁ ବୁର୍ଲା, ୪ ଜଣଙ୍କୁ ବେଦବ୍ୟାସ ସ୍ଥିତ ଜେପି ହସ୍ପିଟାଲ , ୪ ଜଣଙ୍କୁ ହାଇଟେକ୍ ମେଡିକାଲ, ୨ ଜଣହ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (IGH Hospital)କୁ ସ୍ଥାନାନ୍ତର କରାଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଡାଇରିଆ ରୋକିବାକୁ ଆରଏମସି, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟବିଭାଗ ଅହରହ କାମ କରୁଛନ୍ତି । ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି । ସେପଟେ ମୃତକ ମାନେ ଡାଇରିଆ(Rourkela Diarrhoea) ନା ଅନ୍ୟ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି, ତଦନ୍ତ କରିବାକୁ ସିଡିଏମଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି।
ସେହିପରି ସ୍ଥିତିକୁ ନଜରରେ ରଖି ସହରରେ ୧୧ ଟି ସ୍ଥାନରେ ଫାଟିଥିବା ପାଇପକୁ ମରାମତି କରାଯାଇଛି। ସେପଟେ ସହରର ସମସ୍ତ ସ୍କୁଲ ଓ କଲେଜ ପାଣି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆରଏମସି ସ୍ୱାସ୍ଥ୍ୟ ବିଭାଗ (RMC Health Department) ପକ୍ଷରୁ ଗଠିତ ୧୨ଟି ସ୍ୱାସ୍ଥ୍ୟ ଟିମ୍ ବସ୍ତିରେ ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି । ଔଷଧ ବି ବଣ୍ଟାଯାଉଛି। ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ ଚିକିତ୍ସା ପାଇଁ ଆରଜିଏଚ୍ ପଠାଇବାର ବ୍ୟବସ୍ଥା କରାଯାଉଛି। ସେପଟେ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢୁଥିବାରୁ ଡାକ୍ତର, ପାରା ମେଡିକାଲ ଷ୍ଟାଫ, ଓ ନର୍ସଙ୍କ ସଂଖ୍ୟା ବୃଦ୍ଧି କରାଯାଉଛି।
ଗତକାଲି ସଂନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ପ୍ରତାପ ଜେନା, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ(5T Chairman VK Pandian) , ସ୍ୱାସ୍ଥ୍ୟ ସଚିବ ବୈଠକ ଜରିଆରେ ଆରଜିଚର ଡାଇରିଆ ସ୍ଥିତିର ସମୀକ୍ଷା କରିଥିଲେ। ଅନ୍ୟପଟେ ଆଜି ଘଟଣା ସ୍ଥଳକୁ ଯାଇ ସମୀକ୍ଷା କରିବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
Also Read: Covid JN1 Variant: ଚିନ୍ତା ବଢାଇଲା କୋରୋନାର ସବ୍ ଭାରିଆଣ୍ଟ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ
Also Read: Tamil Nadu Flood: ବନ୍ୟା ବିତ୍ପାତ; ୧୦ ମୃତ, ଶତାଧିକ ଗାଁ ଜଳମଗ୍ନ