Covid JN1 Variant: ଚିନ୍ତା ବଢାଇଲା କୋରୋନାର ସବ୍ ଭାରିଆଣ୍ଟ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ
Advertisement
Article Detail0/zeeodisha/odisha2019418

Covid JN1 Variant: ଚିନ୍ତା ବଢାଇଲା କୋରୋନାର ସବ୍ ଭାରିଆଣ୍ଟ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

Covid JN1 Variant:  JN.1 ରୁ Omicron ପର୍ଯ୍ୟନ୍ତ ଯେକୌଣସି ସବ ଭାରିଏଣ୍ଟ ଏହାର ପୂର୍ବ ପ୍ରକାର ଅପେକ୍ଷା କମ୍ ସଂକ୍ରାମକ ଅଟେ । ତେବେ ବିଶେଷଜ୍ଞ ଯେ ଓମିକ୍ରନର ଏହି ନୂତନ ପ୍ରକାର ଏହାର ପ୍ରଥମ ପ୍ରକାର ତୂଳନାରେ ଏଥର ଟିକିଏ ଅଧିକ ବିସ୍ତାର କରିବାକୁ ଯାଉଛି। ପରୀକ୍ଷଣରୁ ଜଣାପଡିଛି ଯେ JN.1 ସମଗ୍ର ଭାରତରେ ସଂକ୍ରମଣ ବିସ୍ତାର କରିବ।

 

Covid JN1 Variant: ଚିନ୍ତା ବଢାଇଲା କୋରୋନାର ସବ୍ ଭାରିଆଣ୍ଟ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ

Covid JN1 Variant: ଦେଶରେ ପୁଣି କାୟା ବିସ୍ତାର କଲାଣି କୋରୋନା ଭାଇରସ । ଚିହ୍ନଟ ହୋଇଥିବା କୋରୋନାର ସବ୍ ଭାରିଆଣ୍ଟ JN.1 କୁ ନେଇ ଚିନ୍ତା ବଢିଥିବା ବେଳେ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ ସୂଚନା ଜାରି କରିଛନ୍ତି। ସେପଟେ ଗତକାଲି ପଡ଼ୋଶୀ ରାଜ୍ୟ କେରଳରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବା ସହ ଭୂତାଣୁର ଏକ ସବ୍ ଭାରିଆଣ୍ଟ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଫେସ୍ ମାସ୍କକୁ ବାଧ୍ୟତାମୂଳକ କରିଛନ୍ତି। ଏହାବ୍ୟତୀତ ଜ୍ୱର, ଥଣ୍ଡା ଓ କାଶର ଲକ୍ଷଣ ଥିବା ବ୍ୟକ୍ତିମାନେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। 

କେବଳ ଯେ, କେରଳ ତାହା ନୁହେଁ ଏହି ରାଜ୍ୟ ପରେ ପରେ ଗୋଆ ଏବଂ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି ୧୯ ଆକ୍ରାନ୍ତ । ୧୮ ସଂକ୍ରମିତ ଗୋଆରୁ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାରି ଭିତରେ ଗତ ୯ ଦିନରେ ଦେଶରେ କୋଭିଡ ସଂକ୍ରମଣ ଦୁଇ ଗୁଣା ବୃଦ୍ଧି ପାଇଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି । ସୂଚନାନୁସାରେ ଡିସେମ୍ବର ୧୧ ତାରିଖରେ ସଂକ୍ରମିତଙ୍କ ସଂଖ୍ୟା ୯୩୮ ଥିବା ବେଳେ ମଙ୍ଗଳବାର ସୁଦ୍ଧା ଏହି ସଂଖ୍ୟା ୧୯୭୦ କୁ ଡେଇଁଛି । ଏଥିସହ ସରକାରୀ ରିପୋର୍ଟ ଅନୁସାରେ ୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । କେରଳରୁ ୫ଜଣ, ଉତ୍ତରପ୍ରଦେଶରୁ ଜଣେ ଓ କର୍ଣ୍ଣାଟକରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସେହିପରି ବିଶେଷଜ୍ଞଙ୍କ କହିବା କଥା, କୋରୋନାର କୌଣସି ନୂଆ ଭାରିଏଣ୍ଟ ମାରାତ୍ମକ ନୁହେଁ । JN.1 ରୁ Omicron ପର୍ଯ୍ୟନ୍ତ ଯେକୌଣସି ସବ ଭାରିଏଣ୍ଟ ଏହାର ପୂର୍ବ ପ୍ରକାର ଅପେକ୍ଷା କମ୍ ସଂକ୍ରାମକ ଅଟେ । ତେବେ ବିଶେଷଜ୍ଞ ଯେ ଓମିକ୍ରନର ଏହି ନୂତନ ପ୍ରକାର ଏହାର ପ୍ରଥମ ପ୍ରକାର ତୂଳନାରେ ଏଥର ଟିକିଏ ଅଧିକ ବିସ୍ତାର କରିବାକୁ ଯାଉଛି। ପରୀକ୍ଷଣରୁ ଜଣାପଡିଛି ଯେ JN.1 ସମଗ୍ର ଭାରତରେ ସଂକ୍ରମଣ ବିସ୍ତାର କରିବ। ପ୍ରକାରଟି ଓମିକ୍ରନ୍ ସହିତ ସମାନ, କିନ୍ତୁ ଏହାର ସ୍ପାଇକ୍ ବଦଳିଛି। ଭାଇରସ ନିଜ ଅସ୍ଥିତ୍ୱକୁ ବଜାୟ ରଖିବା ପାଇଁ ଏହାର ମୂଳ ରୂପ ବଦଳାଇଥାଏ । କୋଭିଡ ବିଶେଷଜ୍ଞ ଚନ୍ଦ୍ରକାନ୍ତ ଲାହାରିଆ କହିଛନ୍ତି ଯେ ବର୍ତ୍ତମାନ ଯେଉଁ ମାମଲା ଆସୁଛି ସେସବୁକୁଜେନୋମ୍ କ୍ରମକୁ ଜାରି ରଖିବାକୁ ପଡିବ । ତେଣୁକରି ଦ୍ରୁତ ଗତିରେ ବ୍ୟାପୁଥିବା ଏହି ସବ୍ ଭାରିଏଣ୍ଟକୁ ରୋକିବାକୁ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି।

ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଠକ ଡକାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଛନ୍ତି । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସହ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ସ୍ୱାସ୍ଥ୍ୟ ସଚିବମାନେ ଯୋଗଦେବେ । ସେହିପରି ଖ୍ରୀଷ୍ଟମାସ ଛୁଟିଦିନକୁ (Xmas Holiday)  ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ପ୍ରବେଶ ପଏଣ୍ଟ ଉପରେ ନଜର ରଖାଯାଉଛି। କେରଳ ସରକାରୀ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଡାକ୍ତରଖାନାଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ କୋଭିଡ ପାଇଁ ଏକ ପୃଥକ ୱାର୍ଡ ସୃଷ୍ଟି କରାଯାଇଛି। ଜ୍ୱର ଏବଂ କୋଭିଡ ଲକ୍ଷଣ(Covid Symptoms) ଥିବା ରୋଗୀଙ୍କୁ କଡା ନଜରରେ ରଖିବା ପାଇଁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଗୁଡ଼ିକୁ ଏକ ସତର୍କ ସୂଚନା ଜାରି କରାଯାଇଛି। 

ସବ୍ ଭାରିଏଣ୍ଟର ସାମାନ୍ୟ ଲକ୍ଷଣ
ଯେଉଁମାନଙ୍କର ଶ୍ୱାସ ନେବା, ଛାତି ଯନ୍ତ୍ରଣା, ନିମ୍ନ ରକ୍ତଚାପ ଏବଂ ଖାଇବାରେ ଅସୁବିଧା ହେଉଛି, ସେମାନଙ୍କୁ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Also Read: Top 10 News Headlines: ସକାଳର 10ଟି ବଡ଼ ଖବର

Also Read: Salaar Star Cast Fees: ସଲାର ଫିଲ୍ମ ପାଇଁ କିଏ କରିଛି କେତେ ଡିମାଣ୍ଡ, ଆଶ୍ଚର୍ଯ୍ୟ କରିବ ପ୍ରଭାସ ଓ ଶ୍ରୃତି ହସାନଙ୍କ ଫି