Supply Drinking Water ଭୁବନେଶ୍ୱର: ଯାନ୍ତ୍ରିତ ତୃଟି ଓ ମରାମତି କାର୍ଯ୍ୟ ପାଇଁ ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ଏନେଇ ୱାଟକୋ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୱାଟକ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି କି ମୁଣ୍ଡଳିଠାରେ ପାଇପ ଲାଇନରେ ଏକ ଜରୁରକାଳୀନ ମରାମତି ହେତୁ ୧୮ ତାରିଖ ଅପରାହ୍ନ ୨ଘଟିକା ଠାରୁ ୧୯ତାରିଖ ଅପରାହ୍ନ ୨ଘଟିକା ପର୍ଯ୍ୟନ୍ତ ଭୁବନେଶ୍ଵର ସହରର ପ୍ରମୁଖ ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ। ଏଥିପାଇଁ ୱାଟକୋକୁ ରାଜଧାନୀବାସୀ ସହଯୋଗ କରିବାକୁ ନିବେଦନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଘାଟିକିଆ ଅଞ୍ଚଳ, ପୋଖରିପୁଟ ଅଞ୍ଚଳ, ହାଇଲେବଲ ଟ୍ୟାଙ୍କ, ନୟାପଲ୍ଲୀ ଅଞ୍ଚଳ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ଏଥିପାଇଁ ଉପୁଜୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିବା ପାଇଁ ମଧ୍ୟ ହେଲପ ଲାଇନ ନମ୍ବର ଜାରି କରାଯାଇଛି।