Business Tips: ଫାଙ୍କା ଅଛି କି ଛାତ? ଏହି ଉପାୟରେ କରନ୍ତୁ ରୋଜଗାର
Business Tips: ଆପଣଙ୍କ ଖାଲି ଛାତକୁ ବ୍ୟବହାର କରି ବିଭିନ୍ନ ଉପାୟରେ ଆପଣ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବେ ।
Business Tips: ମଣିଷ ରୋଜଗାର କରିବା ପାଇଁ କେତେ କଣ କରିଥାଏ । କେହି କେହି ଚାକିରି (Job) କରୁଥିବା ସମୟରେ ଅନେକ ବ୍ୟକ୍ତି ବ୍ୟବସାୟ (Business) କରି ଅର୍ଥ ଉପାର୍ଜନ କରିଥାନ୍ତି । ଏଥି ସହିତ ଅନ୍ୟ କୌଣସି କ୍ଷେତ୍ରରୁ ଯଦି ଆର୍ଥିକ ଲାଭ ମିଳେ ତେବେ ଖୁସି ଡବଲ ହୋଇଯାଏ । ଯଦି ଆପଣ ଅନ୍ୟ କୌଣସି ଉପାୟରେ ଅଧିକ ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଯଦି ଆପଣଙ୍କ ଘରର ଛାତ ଫାଙ୍କା ଅଛି ତେବେ ଏହି ଉପାୟରେ ଆପଣ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା । ଆଉ ଏକ ଫାଇଦା ହେଉଛି ଏହି ବ୍ୟବସାୟରେ ଆପଣଙ୍କର କୌଣସି ପ୍ରକାରର କ୍ଷତି ହେବନାହିଁ । ଏହି ବ୍ୟବସାୟରେ ଅଧିକ ପୁଞ୍ଜିର ମଧ୍ୟ ଆବଶ୍ୟକତା ନାହିଁ ।
ବିଶେଷ କରି ୪ଟି ଉପାୟରେ ଆପଣ ଖାଲି ଥିବା ଛାତରୁ ଟଙ୍କା ରୋଜଗାର କରିପାରିବେ । ସେଗୁଡିକ ହେଲା ସୋଲାର ପ୍ୟାନେଲ, ଟେରାସ ଚାଷ, ମୋବାଇଲ୍ ଟାୱାର ଏବଂ ହୋଡିଂ ତଥା ବ୍ୟାନର ଲଗାଇବା । ଏସବୁ ବ୍ୟବସାୟ କରିବା ପାଇଁ ଆପଣଙ୍କର ଆଗ୍ରହ ଥିବା ଜରୁରୀ । ଆଗ୍ରହ ଥିଲେ ଆପଣ ଆପଣଙ୍କ ଛାତର ଆକାର ହିସାବରେ ଟଙ୍କା ରୋଜଗାର କରିପାରିବେ । ବର୍ତ୍ତମାନ ବିଭିନ୍ନ ପ୍ରକାରର ବ୍ୟବସାୟ ସଂସ୍ଥା ନିଜର ସୁବିଧା ପାଇଁ ଫାଙ୍କା ସ୍ଥାନ ଆବଶ୍ୟକ କରେ । ଅନେକ ଏଜେନ୍ସି ମାଧ୍ୟମରେ ଆପଣ ଏପରି ସୁବିଧାର ଲାଭ ପାଇପାରିବେ ।
ଟେରାସ ଚାଷ
ନିଜ ଛାତ ଉପରେ ଚାଷ କରିବା ପଦ୍ଧତିକୁ ଟେରାସ ଚାଷ କୁହାଯାଏ । ଯଦି ଆପଣ ଏକ ବିରାଟ ଘରେ ରହୁଛନ୍ତି ଏବଂ ଆପଣଙ୍କର ଏକ ବିରାଟ ଛାତ ଅଛି ତେବେ ଆପଣ ଟେରାସ ଚାଷ କରି ସହଜରେ ଟଙ୍କା ରୋଜଗାର କରିପାରିବ । ଏଥିପାଇଁ ଆପଣଙ୍କୁ ଛାତ ଉପରେ ପଲିବ୍ୟାଗରେ ବିଭିନ୍ନ ପ୍ରକାରର ପନିପରିବା ଗଛ ଲଗାଇବାକୁ ପଡିବ । ଡ୍ରପ୍ ସିଷ୍ଟମ୍ ମାଧ୍ୟମରେ ଆପଣ ସେଥିରେ ଜଳସେଚନର ସୁବିଧା କରିପାରିବେ । କିନ୍ତୁ ଆପଣ ଏହା ଧ୍ୟାନ ଦେବା ଆବଶ୍ୟକ ଯେ, ଯେପରି ଛାତ ଉପରେ ସୂର୍ଯ୍ୟ କିରଣ ଭଲ ଭାବରେ ପଡୁଥିବା ଆବଶ୍ୟକ ।
ସୌର ପ୍ୟାନେଲ ବ୍ୟବସ୍ଥା
ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଲାଭ ଜନକ ପଦକ୍ଷପ ହେଉଛି ଏହା ଯେ, ଆପଣ ନିଜ ଘରର ଛାତ ଉପରେ ସୋଲାର ପ୍ଲାଣ୍ଟ (solar plant) ଲଗାଇ ଲାଭ ପାଇପାରିବେ । ସୋଲାର ପ୍ୟାନେଲ ଲଗାଇବା ଦ୍ୱାରା କେବଳ ଆପଣଙ୍କ ବିଦ୍ୟୁତ୍ ବିଲ୍ ସଞ୍ଚୟ ହେବ ତାହା ନୁହେଁ ବରଂ ଆପଣଙ୍କୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଭଲ ଫଳ ଦେବ । ବର୍ତ୍ତମାନ ସରକାର ମଧ୍ୟ ଏପରି ପଦକ୍ଷପକୁ ପ୍ରୋତ୍ସାହିତ କରୁଛନ୍ତି। କିନ୍ତୁ ସୋଲାର ପ୍ୟାନେଲ ଲଗାଇବା ପାଇଁ ଆପଣଙ୍କୁ କିଛି ଅର୍ଥ ବିନିଯୋଗ କରିବାକୁ ପଡିବ ।
ଛାତ ଉପରେ ମୋବାଇଲ୍ ଟାୱାର
ଯଦି ଆପଣଙ୍କ ଘରର ଛାତ ଖାଲି ଅଛି ତେବେ ଆପଣ ତାହାକୁ ମୋବାଇଲ୍ କମ୍ପାନୀ ଗୁଡିକୁ ଭଡା ଦେଇପାରିବେ । ମୋବାଇଲ ଟାୱାର (Mobile tower) କମ୍ପାନୀ ପ୍ରତି ମାସରେ ଭଡା ବାବଦକୁ ଟଙ୍କା ଦେବା ସହ ନିଯୁକ୍ତି ସୁଯୋଗ ମଧ୍ୟ ଦେଇଥାଏ । କିନ୍ତୁ ଏଥିପାଇଁ ଆପଣଙ୍କୁ ସ୍ଥାନୀୟ ମ୍ୟୁନିସିପାଲିଟି କର୍ପୋରେସନ୍ ଠାରୁ ଅନୁମତି ନେବା ଆବଶ୍ୟକ ପଡିପାରେ । ଯଦି ଆପଣ ନିଜ ଘରର ଛାତ ଉପରେ ମୋବାଇଲ୍ ଟାୱାର ବସାଇବାକୁ ଚାହୁଁଛନ୍ତି, ତେବେ ଆପଣ ସିଧାସଳଖ ମୋବାଇଲ୍ କମ୍ପାନୀ କିମ୍ବା ଟାୱାର ଅପରେଟିଂ କମ୍ପାନୀ ସହିତ ଯୋଗାଯୋଗ କରିପାରିବେ ।
ହୋର୍ଡିଂ ଏବଂ ବ୍ୟାନରରୁ ଟଙ୍କା ରୋଜଗାର
ସହରର ମୁଖ୍ୟରାସ୍ତା କିମ୍ୱା ସପିଂ ମଲ ନିକଟରେ ଯଦି ଆପଣଙ୍କର ଘର ଅଛି ତେବେ ଆପଣ ସହଜରେ ଟଙ୍କା ରୋଜଗାର କରିପାରିବେ । ଛାତ ଉପରେ ହୋଡିଂ ଷ୍ଟାଣ୍ଡ୍ (hoarding stand) ଲଗାଇବା ଦ୍ୱାରା ଅନେକ ଏଜେନ୍ସି ଆପଣଙ୍କୁ ଯୋଗାଯୋଗ କରିବେ ବିଜ୍ଞାପନ ପାଇଁ । ବିଜ୍ଞାପନ ବାବଦକୁ ଆପଣଙ୍କୁ ଲାଭ ମିଳିବ ।
Also Read- ଦୁବାଇରେ ଥିବା ଭାରତୀୟଙ୍କୁ ମିଳିଲା ଲଟେରୀ: ୨୫ ବର୍ଷ ପର୍ଯ୍ୟନ୍ତ ମାସକୁ ମିଳିବ ୫ଲକ୍ଷ