ଦୁବାଇରେ ଥିବା ଭାରତୀୟଙ୍କୁ ମିଳିଲା ଲଟେରୀ: ୨୫ ବର୍ଷ ପର୍ଯ୍ୟନ୍ତ ମାସକୁ ମିଳିବ ୫ଲକ୍ଷ
Advertisement
Article Detail0/zeeodisha/odisha1802715

ଦୁବାଇରେ ଥିବା ଭାରତୀୟଙ୍କୁ ମିଳିଲା ଲଟେରୀ: ୨୫ ବର୍ଷ ପର୍ଯ୍ୟନ୍ତ ମାସକୁ ମିଳିବ ୫ଲକ୍ଷ

Dubai  Lottery Winner: ଦୁବାଇରେ ଲଟେରୀ ଜିତିଲେ ଭାରତୀୟ ବ୍ୟକ୍ତି, ୨୫ ବର୍ଷ ଯାଏଁ ପ୍ରତି ମାସରେ ମିଳିବ ୫ଲକ୍ଷ ଟଙ୍କା !

ଦୁବାଇରେ ଥିବା ଭାରତୀୟଙ୍କୁ ମିଳିଲା ଲଟେରୀ: ୨୫ ବର୍ଷ ପର୍ଯ୍ୟନ୍ତ ମାସକୁ ମିଳିବ ୫ଲକ୍ଷ

Dubai Lottery Winner: ଭାରତରୁ ଅନେକ ବ୍ୟକ୍ତି ଦୁବାଇରେ ଥିବା ବିଭିନ୍ନ କମ୍ପାନିରେ କାର୍ଯ୍ୟରତ ଅଛନ୍ତି । ପ୍ରାୟ ସବୁ କ୍ଷେତ୍ରରେ ଭାରତୀୟଙ୍କ କାମକୁ ବେଶ୍ ପ୍ରଶଂସା କରିଥାନ୍ତି ଦୁବାଇର ଲୋକେ । ତେବେ ଖୁସିର କଥା ହେଉଛି ପେଟ ଚାଖଣ୍ଡକ ପାଇଁ କାମ କରିବାକୁ ଦୁବାଇ ଯାଇଥିବା ଜଣେ ବ୍ୟକ୍ତିଙ୍କର ଭାଗ୍ୟ ଉଦୟ ହୋଇଛି । ଫାଷ୍ଟ ୫ (FAST-5) ନାମକ ଏକ ଲଟେରୀ ସଂସ୍ଥା ନିଜର ବିଜେତାଙ୍କ ନାମ ଘୋଷଣା କରିବା ପରେ ଭାରତୀୟ ଯୁବକ (Indian man) ଖୁବ୍ ଖୁସି ହୋଇଯାଇଥିଲେ । ସେ ବିଶ୍ୱାସ ମଧ୍ୟ କରିପାରିଲେ ନାହିଁ ଯେ, ତାଙ୍କ ଭାଗ୍ୟ ଖୋଲିଯାଇଛି ବୋଲି । ତେବେ ଭାରତୀୟ ବିଜେତା ଜଣଙ୍କ ହେଉଛନ୍ତି ଉତ୍ତର ପ୍ରଦେଶ (uttar pradesh)ର ମହମ୍ମଦ ଆଦିଲ ଖାନ । ମହମ୍ମଦଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ କମ୍ପାନି ପକ୍ଷରୁ ଅତି କମରେ ସାଢେ ୫ଲକ୍ଷ ଟଙ୍କା ପୁରସ୍କାର (Award) ଭାବରେ ପ୍ରଦାନ କରାଯିବ ।

ୟୁପିର ଆଦିଲ ଖାନ ଦୁବାଇର ଏକ ରିଏଲ୍ ଇଷ୍ଟେଟ୍ କମ୍ପାନି (Real estate company)ରେ ଇଣ୍ଟେରିୟର ଡିଜାଇନ୍ ପରାମର୍ଶଦାତା ଭାବରେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି। ଲଟେରୀ ଜିତିବା ପରେ ଆଦିଲଙ୍କୁ ୨୫ ହଜାର ଦିରହମ୍ ଅର୍ଥାତ୍ ମାସକୁ ୫,୫୯,୮୨୨ ଟଙ୍କା ପ୍ରଦାନ କରାଯିବ । ଏପରି ଏକ ଲଟେରୀରେ ବିଜେତା ହେବା ପରେ ଆଦିଲ ବହୁତ ଖୁସି ଅଛନ୍ତି । ସେ ସ୍ଥାନୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲଟେରୀ ମୋ ଭାଗ୍ୟ ବଦଳାଇ ଦେଲା ତେଣୁ ମୁଁ ଖୁବ ଖୁସି ଅଛି । ଆଦିଲ ଏକଥା ମଧ୍ୟ କହିଛନ୍ତି ଯେ, ମୁଁ ଆମ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । କୋଭିଡ ୧୯ ତଥା କରୋନା ମହାମାରୀ ସମୟରେ ମୋ ଭାଇଙ୍କର ଦେହାନ୍ତ ହୋଇଥିଲା । ତେଣୁ ସମ୍ପୂର୍ଣ୍ଣ ପରିବାରର ଦାୟିତ୍ୱ ଓ ଖର୍ଚ୍ଚ (Responsibilities and costs) ମୋ ଉପରେ ନିର୍ଭର କରେ । ବର୍ତ୍ତମାନ ଲଟେରୀ ପାଇବା ପରେ ମୋ ପରିବାର ପ୍ରତି ଏହା ଖୁବ ଭଲ ହେବ ।

ଆଦିଲ କହିଛନ୍ତି ଯେ, ଯେତେବେଳେ କମ୍ପାନି ପକ୍ଷରୁ ତାଙ୍କୁ ଲଟେରୀ ଜିତିବାର ଖବର ଦିଆଯାଇଥିଲା, ପ୍ରଥମେ ସେ ଏହାକୁ ବିଶ୍ୱାସ କରିପାରିନଥିଲେ । ଏହା ତାଙ୍କ ପାଇଁ ଏକ ସ୍ୱପ୍ନ ସାକାର ହେବା ପରି ଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ସେ ଦୁଇଥର ଯାଞ୍ଚ କରିଥିଲେ ଏହା ସତ ନା ମିଛ ବୋଲି । ୮ ସପ୍ତାହରୁ କମ୍ ସମୟ ମଧ୍ୟରେ, ଆମେ ଫାଷ୍ଟ ୫ ର ବିଜେତା ଘୋଷିତ ହୋଇଛୁ । ତେଣୁ ମୋ ସହ ମୋ ପରିବାର ଖୁବ ଆନନ୍ଦିତ ବୋଲି ସେ କହିଛନ୍ତି । ମେଗା ପୁରସ୍କାର ଆୟୋଜନ କରୁଥିବା ଟାଇଚେରୋସର ମାର୍କେଟିଂ ହେଡ୍ ପଲ୍ ଚାଡର୍ କହିଛନ୍ତି ଯେ, ଆସନ୍ତା ୨୫ ବର୍ଷ ପାଇଁ ପ୍ରତିମାସଆମେ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟମିତ ୫ ଲକ୍ଷରୁ ଅଧିକ ଟଙ୍କା ଦେବୁ।

ସୂଚନାଯୋଗ୍ୟ, କମ୍ପାନି ପକ୍ଷରୁ ପ୍ରତିବର୍ଷ ଏପରି ଲଟେରୀ କାର୍ଯ୍ୟକ୍ରମ କରାଯାଇଥାଏ । ଦେଶ ତଥା ଦେଶ ବାହାରୁ ଅନେକ ବ୍ୟକ୍ତି ଉକ୍ତ ଲଟେରୀ କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି । କିଛି ଦିନ ବ୍ୟବଧାନ ପରେ ଲଟେରୀ ବିଜେତାଙ୍କ ନାମ ଘୋଷଣା କରାଯାଇଥାଏ । ପୂର୍ବରୁ ମଧ୍ୟ ଅନେକ ବ୍ୟକ୍ତି କମ୍ପାନି ପକ୍ଷରୁ ଲଟେରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେତା ହୋଇଛନ୍ତି । ସେମାନଙ୍କୁ ମଧ୍ୟ କମ୍ପାନି ପକ୍ଷରୁ ପୁରସ୍କାର ଭାବରେ ଟଙ୍କା ଦିଆଯାଉଛି । ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଏପରି ଚାଲିବ ବୋଲି କୁହାଯାଉଛି । ଆଗକୁ ଆହୁରୀ ଅଧିକ ସଂଖ୍ୟାରେ ଲୋକମାନେ ଲଟେରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।

Also Read- Emotional Story: ୧୦ ବର୍ଷ ପରେ ସ୍ୱାମୀଙ୍କୁ ପାଖରେ ପାଇ କାନ୍ଦିପକାଇଲେ ସ୍ତ୍ରୀ