Electricity Price Hike: ମହଙ୍ଗା ମାଡ଼ ମଧ୍ୟରେ ବର୍ତ୍ତମାନ ବିଦ୍ୟୁତ୍ ଦର ମଧ୍ୟ ବୃଦ୍ଧି (Electricity Bill Hike) ପାଇଁ ପ୍ରସ୍ତୁତି ଚାଲିଛି । ହୋଲି (Holi 2023) ପରେ ଝାଡ଼ଖଣ୍ଡର ଲୋକମାନଙ୍କୁ ବିଦ୍ୟୁତ ଝଟକା ଲାଗିପାରେ । ରାଜ୍ୟରେ ବିଦ୍ୟୁତ୍ ରେଟ୍ ବୃଦ୍ଧି (Electricity Price Hike) ପାଇଁ ପ୍ରସ୍ତୁତି ଚାଲିଛି । ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କ ନିକଟରେ ଝାଡ଼ଖଣ୍ଡ ବିଜୁଳି ବିତରଣ ନିଗମ ଲିମିଟେଡ୍ (JBVNL) ବିଦ୍ୟୁତ୍ ମୂଲ୍ୟ (Electricity Price) କୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଏକ ପ୍ରସ୍ତାବ ଦାଖଲ କରିଛି । ଆୟୋଗ ଏହି ପ୍ରସ୍ତାବ ଉପରେ ଅଧ୍ୟୟନ କରିଛି ଓ ଚଳିତ ମାସ ଶେଷ ସୁଦ୍ଧା ବିଭିନ୍ନ ବିଭାଗରେ ଜନ ଶୁଣାଣି ଆୟୋଜନ କରାଯିବ ।


COMMERCIAL BREAK
SCROLL TO CONTINUE READING

ଜନ ଶୁଣାଣି ପ୍ରକ୍ରିୟା ସମାପ୍ତ ହେବା ପରେ ଆୟୋଗ ନୂତନ ରେଟ୍ ଚୂଡାନ୍ତ କରିବ । ସରକାରୀ ସୂତ୍ର ଅନୁଯାୟୀ ଆସନ୍ତା ଏପ୍ରିଲ ମାସରୁ ଏହି ନୂତନ ଦାମ୍ (Jharkhand Electricity Price) କାର୍ଯ୍ୟକାରୀ ହେବ । ନୂତନ ରେଟ୍ ସମ୍ବନ୍ଧରେ ଝାଡ଼ଖଣ୍ଡ ବିଜୁଳି ବିତରଣ ନିଗମ ଲିମିଟେଡ୍ ଦ୍ୱାରା ୨୦୨୩-୨୪ ବର୍ଷ ପାଇଁ ପ୍ରସ୍ତାବ ଦିଆଯାଇଛି । ବିଜୁଳି ବିତରଣ ନିଗମ ୭୪୦୦ କୋଟି ଟଙ୍କା କ୍ଷତି ଦେଖାଇଛନ୍ତି । ଏହି କ୍ଷତି ପୂରଣ ପାଇଁ ବିଦ୍ୟୁତ୍ ରେଟ୍ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ରାଜସ୍ୱ ନିୟାମକ ଆୟୋଗରେ ବାର୍ଷିକ ରାଜସ୍ୱ ରିପୋର୍ଟ (ARR) ଦାଖଲ କରାଯାଇଛି ।


ଏହା ଅନୁଯାୟୀ, ୨୦୨୦-୨୧ରେ ନିଗମକୁ ୨୨୦୦ କୋଟି, ୨୦୨୧-୨୨ରେ ୨୬୦୦ କୋଟି ଏବଂ ୨୦୨୨-୨୩ରେ ୨୫୦୦ କୋଟି କ୍ଷତି ହୋଇଥିବା କୁହାଯାଇଛି । ନିଗମ ଏହା ମଧ୍ୟ ଯୁକ୍ତି କରିଛି ଯେ, ଗତ ତିନି ବର୍ଷ ମଧ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି କରାଯାଇ ନାହିଁ । ଯେଉଁ କାରଣରୁ ନିଅଣ୍ଟ ପରିମାଣ ବଢୁଛି । କୋରୋନା ଅବଧିରେ ସରକାର କୌଣସି ବୃଦ୍ଧି କରିନାହାଁନ୍ତି । ବିଦ୍ୟୁତ୍ ନିୟାମକ ଆୟୋଗରେ ଚେୟାରମ୍ୟାନ୍ ଓ ଉଭୟ ସଦସ୍ୟଙ୍କ ପଦ ଖାଲି ଥିଲା । ତେଣୁ ବିଦ୍ୟୁତ୍ ରେଟର ସଂଶୋଧନକୁ ବିଚାର କରାଯାଇପାରିବ ନାହିଁ ।


ଅଧିକ ପଢ଼ନ୍ତୁ:-ପ୍ରମୋସନ୍ ପାଇଁ ଆତୁର ହେଲା ସଇତାନ ସ୍ୱାମୀ, ସ୍ତ୍ରୀକୁ କମ୍ପାନୀର ବସ୍ ସହ ଶୋଇବାକୁ ପକାଇଲେ ଚାପ!


ଅଧିକ ପଢ଼ନ୍ତୁ:-ଟେଷ୍ଟ ସିରିଜ୍ ମଝିରେ ଏହି ଖେଳାଳିଙ୍କ ପାଇଁ ଆସିଲା ଖୁସି ଖବର, ଦ୍ୱିତୀୟ ଥର ପାଇଁ ହେଲେ ବାପା


JBVNL ପକ୍ଷରୁ ଆୟୋଗ ନିକଟରେ ଦାଖଲ ହୋଇଥିବା ଶୁଳ୍କ ଆବେଦନରେ ୯୦୦୦ କୋଟିର ସମ୍ଭାବ୍ୟ ଆବଶ୍ୟକତା କୁହାଯାଇଛି । କୁହାଯାଉଛି ଯେ ନୂତନ ବିଦ୍ୟୁତ୍ ରେଟ ସ୍ଥିର କରିବା ପୂର୍ବରୁ ଆୟୋଗ ବିଭିନ୍ନ ବିଭାଗରେ ଜନ ଶୁଣାଣି କରିବେ ଓ ସାଧାରଣ ଜନତା, ଉଦ୍ୟୋଗୀ, ଜେବିଭିଏନ୍ଏଲ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରର ଲୋକଙ୍କ ମତାମତ ଗ୍ରହଣ କରିବେ ଏବଂ ତା’ପରେ ଚୂଡ଼ାନ୍ତ ଦର ଉପରେ ମୋହର ଲଗାଇବେ ।