Umesh Yadav: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବ (Umesh Yadav) ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ତାଙ୍କ ପତ୍ନୀ (Umesh Yadav Wife) ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତାଙ୍କ ଘରେ ଗୋଟିଏ ଛୋଟ ପରୀ ଆସିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଉମେଶ ଯାଦବ (Umesh Yadav) ଏହି ସୂଚନା ଦେଇଛନ୍ତି ।
Trending Photos
Umesh Yadav: ଭାରତ ଓ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ମ୍ୟାଚ୍ (IND vs AUS 4th Test) ପୂର୍ବରୁ ଟିମ୍ ଇଣ୍ଡିଆ (Team India) ର ଖେଳାଳିଙ୍କ ପାଇଁ ଆଜି ଏକ ଖାସ୍ ଦିନ । ହୋଲି (Holi) ର ଏହି ଶୁଭ ଅବସରରେ ସେ ନିଜ ପ୍ରଶଂସକଙ୍କୁ ମଧ୍ୟ ଏହି ଖବର ଜଣାଇଛନ୍ତି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଉମେଶ ଯାଦବ (Umesh Yadav) ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ତାଙ୍କ ପତ୍ନୀ (Umesh Yadav Wife) ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତାଙ୍କ ଘରେ ଗୋଟିଏ ଛୋଟ ପରୀ ଆସିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଉମେଶ ଯାଦବ (Umesh Yadav) ଏହି ସୂଚନା ଦେଇଛନ୍ତି ।
ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୋଷ୍ଟ ସେୟାର କରିବାବେଳେ ଦ୍ରୁତ ବୋଲର ଉମେଶ ଯାଦବ (Umesh Yadav) ସୂଚନା ଦେଇଛନ୍ତି ଯେ, ସେ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି । ତାଙ୍କ ପତ୍ନୀ (Umesh Yadav Wife) ତାନିଆ ଆଜି ସକାଳେ ଏକ ଝିଅକୁ ଜନ୍ମ ଦେଇଛନ୍ତି । ଏହା ପରେ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଠାରେ କହି ରଖୁଛୁ ଯେ, ଉମେଶ ଯାଦବ ଓ ତାନିଆ ୨୦୧୩ରେ ବିବାହ କରିଥିଲେ । ୨୦୨୧ ମସିହାରେ ଉମେଶ ଯାଦବଙ୍କ ଘରେ ମଧ୍ୟ ଏକ ଝିଅ ଜନ୍ମ ହୋଇଥିଲା ।
ସୂଚନାଯୋଗ୍ୟ, ଭାରତର ଦ୍ରୁତ ବୋଲର ଉମେଶ ଯାଦବଙ୍କ ବାପା (Umesh Yadav Father) ତିଲକ ଯାଦବ (Tikal Yadav) ଙ୍କ ବୁଧବାର ( ଫେବୃଆରୀ ୨୨) ନିଧନ ହୋଇଥିଲା । ଏଠାରେ କହି ରଖୁଛୁ ଯେ, ତିଲକ ଯାଦବ (Tikal Yadav) ଗତ କିଛି ମାସ ଧରି ଅସୁସ୍ଥ ଥିଲେ । ଏହି କାରଣରୁ ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ଯେତେବେଳେ ଅବସ୍ଥା ସୁଧୁରି ନଥିଲା, ତାଙ୍କୁ ଘରକୁ ଅଣାଯାଇଥିଲା, ଯେଉଁଠାରେ ବୁଧବାର ସନ୍ଧ୍ୟାରେ ତାଙ୍କର ନିଧନ (Umesh Yadav Father Death) ହୋଇଛି । ତିଲକ ଯାଦବ (Tikal Yadav) ଯୁବାବସ୍ଥାରେ ଜଣେ ପ୍ରସିଦ୍ଧ କୁସ୍ତି ଖେଳାଳି ଥିଲେ । ତିଲକ ଯାଦବ ଉତ୍ତର ପ୍ରଦେଶର ପଡରୌନା ଜିଲ୍ଲାର ପୋକରଭିଣ୍ଡା ଗାଁର ବାସିନ୍ଦା ଥିଲେ । ୱେଷ୍ଟର୍ଣ୍ଣ କୋଲ୍ ଫିଲ୍ଡରେ ଚାକିରି ଯୋଗୁଁ ସେ ନିଜ ପରିବାର ସହିତ ନାଗପୁର ଜିଲ୍ଲାର ଖାପରଖଡାଠାରେ ଅବସ୍ଥିତ ଭାଲ୍ନି ଖଣିରେ ରହୁଥିଲେ। ତିଲକ ଯାଦବ ତାଙ୍କ ପଛରେ ଏକ ବଡ ପରିବାର ଛାଡ଼ି ଯାଇଛନ୍ତି । ତିଲକ ଯାଦବଙ୍କର ତିନି ପୁଅ କମଲେଶ, କ୍ରିକେଟର ଉମେଶ, ରମେଶ ଏବଂ ଗୋଟିଏ ଝିଅ ଅଛନ୍ତି । ନାଗପୁର ଜିଲ୍ଲାର କୋଲାର ନଦୀ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।
ଅଧିକ ପଢ଼ନ୍ତୁ:-କିମ ଜୋଙ୍ଗ ଉନଙ୍କ ଉତ୍ତରାଧିକାରୀ ହେବେ ଏହି ୧୦ ବର୍ଷର ଝିଅ!
ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ସ୍କିମକୁ ନେଇ ଆସିଲା ବଡ଼ ଖବର, ଏଣିକି କେବେ ବି ଲାଗୁ ହେବନି ଏହି ଯୋଜନା!
ଅଧିକ ପଢ଼ନ୍ତୁ:-ଇନ୍ଦୋର ପିଚକୁ ନେଇ ପୁଣି ଥରେ ବବାଲ; BCCI ମୁଣ୍ଡରେ ଦୋଷ ଲଦିଲା MPCA, ବର୍ତ୍ତମାନ ICCରେ ମଧ୍ୟ କରିବ ଚ୍ୟାଲେଞ୍ଜ
କ୍ୟାପଟେନ ରୋହିତ ଶର୍ମା ଉମେଶ ଯାଦବଙ୍କୁ ଇନ୍ଦୋର ଟେଷ୍ଟରେ ଦଳର ଚୂଡ଼ାନ୍ତ ଏକାଦଶରେ ଖେଳିବାକୁ ସୁଯୋଗ ଦେଇଥିଲେ । ଏହି ମ୍ୟାଚରେ ଉମେଶ ଯାଦବ ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଉମେଶ ଯାଦବ ଇନ୍ଦୋର ଟେଷ୍ଟର ପ୍ରଥମ ଇନିଂସରେ ୧୩ ବଲ ସମ୍ମୁଖୀନ ହୋଇ ୧୭ ରନ କରିଥିଲେ । ଦ୍ୱିତୀୟ ଇନିଂସରେ ଉମେଶ ଯାଦବ ୫ ଓଭର ବୋଲିଂ କରିବାବେଳେ ୩ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଏହି ମ୍ୟାଚ୍ ପୂର୍ବରୁ ଉମେଶ ଯାଦବ (Umesh Yadav) ଟିମ୍ ଇଣ୍ଡିଆ ପାଇଁ ୫୫ଟି ଟେଷ୍ଟ ଖେଳିଛନ୍ତି ଯେଉଁଥିରେ ସେ ୧୬୮ ୱିକେଟ୍ ନେଇଥିଲେ । ସେ ଭାରତ ପାଇଁ ୭୫ଟି ODI ଓ ୯ଟି ଟି-20 ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ୬.୦୧ ଇକୋନୋମି ସହ ଓମେଶ ଯାଦବ ODI ରେ ୧୦୬ ୱିକେଟ୍ ନେଇଥିବାବେଳେ ଟି-20ରେ ୧୨ ୱିକେଟ୍ ନେଇଛନ୍ତି । ଟେଷ୍ଟ ଫର୍ମାଟରେ ଟିମ୍ ଇଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ବୋଲରମାନଙ୍କ ମଧ୍ୟରୁ ଉମେଶ ଯାଦବ ଅନ୍ୟତମ ।